Breaking: ଦିଲ୍ଲୀ ଦଳାଚକଟା ଘଟଣା, ମୃତକଙ୍କ ପରିବାରକୁ ସହାୟତା ରାଶି ଘୋଷଣା

ଗତକାଲି ରାତିର ଦିଲ୍ଲୀ ରେଲଓ୍ୱେ ଷ୍ଟେସନର ଦଳାଚକଟା ଘଟଣା। ସହାୟତା ରାଶି ଘୋଷଣା କଲା ରେଳ ବିଭାଗ। ମୃତକଙ୍କ ପରିବାରକୁ ମିଳିବ ଏତିକି ଲେଖାଏଁ ସହାୟତା।

ନୂଆଦିଲ୍ଲୀ: ନୂଆଦିଲ୍ଲୀ ଷ୍ଟେସନରେ ଦଳାଚକଟା ଘଟଣା। ମୃତକଙ୍କ ପରିବାରକୁ ସହାୟତା ରାଶି ଘୋଷଣା କଲା ରେଳ ବିଭାଗ। ମୃତକଙ୍କ ପରିବାରକୁ ୧୦ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା।

ସେହିପରି ଗୁରୁତରଙ୍କ ପାଇଁ ୨.୫୦ ଲକ୍ଷ ଓ ଆହତଙ୍କ ପାଇଁ ୧ ଲକ୍ଷ ଲେଖାଏଁ ରେଳ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି। ଏହି ଦଳାଚକଟା ଘଟଣାରେ ଗଭୀର ମର୍ମାହତ ହୋଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଶୋକ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାର ପ୍ରତି ସମବେଦନା ମଧ୍ୟ ଜଣାଇଛନ୍ତି। ଆହତଙ୍କ ଆଶୁ ଆରୋଗ୍ୟ କାମନା ମଧ୍ୟ କରିଛନ୍ତି ପ୍ରଧାନମନ୍ତ୍ରୀ।ଏହି ଦଳାଚକଟା ଘଟଣାରେ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛି ରେଲଓ୍ୱେ ବିଭାଗ।

ଗତକାଲି ରାତି ପ୍ରାୟ ୧୦ଟା ବେଳେ ଏହି ଅଘଟଣା ଘଟିଥିବା ସୂଚନା ମିଳିଛି। ହଠାତ୍ ୧୨,୧୩ ଓ ୧୪ ନମ୍ୱର ପ୍ଲାଟଫର୍ମରେ ଭିଡ଼ ବଢିବାକୁ ଲାଗିଥିଲା। ଆଜି ରବିବାର ଥିବାରୁ ପ୍ରୟାଗରାଜ ଯିବା ପାଇଁ ଦିଲ୍ଲୀ  ଷ୍ଟେସନରେ ପ୍ରବଳ ଭିଡ଼ ଜମିଥିବା କୁହାଯାଉଛି।

ଯେଉଁଥିପାଇଁ ଦଳାଚକଟା ପରିସ୍ଥିତି ଉପୁଜିଲା। ଯେଉଁଥିରେ ସୂଚନାନୁସାରେ ଏବେସୁଦ୍ଧା ୧୮ ଜଣଙ୍କର ମୃତ୍ୟୁ ହୋଇଥିବା LNJP ହସ୍ପିଟାଲ ପକ୍ଷରୁ କୁହାଯାଇଛି। ଆହୁରି ଅନେକ ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ମୃତକଙ୍କ ମଧ୍ୟରେ ୧୪ ଜଣ ମହିଳା ଥିବା ସୂଚନା।