କଳାହାଣ୍ଡିଆ ମେଘ ଆସି କାଚିଲା କୁଆପଥର ବର୍ଷା.. ମଝି ଆକାଶରେ ଇଣ୍ଡିଗୋ ବିମାନ କ୍ଷତିଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ 227 ଯାତ୍ରୀ
ଶ୍ରୀନଗରରେ ଜରୁରୀ ଅବତରଣ କଲା ବିମାନ ।
ନୂଆଦିଲ୍ଲୀ: ଆଜି ସନ୍ଧ୍ୟାରେ ଦିଲ୍ଲୀ-ଏନସିଆରରେ ପ୍ରବଳ ବର୍ଷା ଏବଂ ଝଡ଼ ତାଣ୍ଡବ ସୃଷ୍ଟି କରିଥିଲା। ବିମାନ ସେବା ଉପରେ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା।
ମଙ୍ଗୋଲପୁରୀରେ ଏକ ବାଲକୋନି ଭୁଶୁଡ଼ି ପଡ଼ିବାରୁ ତିନି ଜଣ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି । ଆକାଶରେ ବିଜୁଳି ଚମକି ଉଠିଲା। ନୋଏଡା ସେକ୍ଟର ୩୭ରେ ହୋର୍ଡିଂ ପଡ଼ିଲା। ଦିଲ୍ଲୀର ତିନ ମୂର୍ତ୍ତି ମାର୍ଗରେ ଏକ ଗଛ ଉପୁଡ଼ି ପଡ଼ିଲା।
ଦିଲ୍ଲୀରେ ପ୍ରବଳ ପବନ- ପାଣିପାଗ ବିଭାଗ ଅନୁଯାୟୀ, ରାତି ୮.୧୦ ସମୟରେ ସଫଦରଜଙ୍ଗ ବିମାନବନ୍ଦରରେ ପବନର ବେଗ ଘଣ୍ଟା ପ୍ରତି ୭୯ କିଲୋମିଟର ରେକର୍ଡ କରାଯାଇଥିଲା। ସେହି ସମୟରେ, ପାଲମ ବିମାନବନ୍ଦରରେ ଘଣ୍ଟା ପ୍ରତି ୭୪ କିଲୋମିଟର ବେଗରେ ପବନ ବହିଥିଲା।
ଉଡ଼ାଣ ପ୍ରଭାବିତ- ଦିଲ୍ଲୀ ବିମାନବନ୍ଦର ଏକ ବିବୃତ୍ତି ଜାରି କରି କହିଛି, ଦିଲ୍ଲୀରେ ଖରାପ ପାଗ ଏବଂ ଝଡ଼ବର୍ଷା ଯୋଗୁଁ, ଦିଲ୍ଲୀ ବିମାନବନ୍ଦରରେ ବିମାନ ଚଳାଚଳ ପ୍ରଭାବିତ ହୋଇପାରେ । ଆମେ ଯାତ୍ରୀମାନଙ୍କର ସୁରକ୍ଷିତ କାମନା କରୁଛୁ ।
ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ (IGI) ବିମାନବନ୍ଦରର ଟର୍ମିନାଲ 3 ରେ କିଛି ବିମାନ ବିଳମ୍ବ ହୋଇଥିଲା। ସୂତ୍ର ଅନୁଯାୟୀ, ବିଭିନ୍ନ ବିମାନବନ୍ଦରରୁ ଦିଲ୍ଲୀ ଆସୁଥିବା ଅନେକ ଘରୋଇ ଏବଂ ଆନ୍ତର୍ଜାତୀୟ ବିମାନକୁ ବନ୍ଦ କରାଯାଇଥିଲା କିମ୍ବା ସେମାନଙ୍କର ରୁଟ୍ ପରିବର୍ତ୍ତନ କରାଯାଇଥିଲା।
ମଝି ଆକାଶରେ ଇଣ୍ଡିଗୋ ବିମାନରେ କୁଆପଥର ମାଡ଼ ହୋଇଛି । କୁଆପଥର ମାଡ଼ରେ ବିମାନ କ୍ଷତିଗ୍ରସ୍ତ ହୋଇଥିବା ବେଳେ ସମସ୍ତ ଯାତ୍ରୀ ସୁରକ୍ଷିତ ରହିଛନ୍ତି ।
ଇଣ୍ଡିଗୋ ବିମାନର ଆଗଭାଗ ସମ୍ପୁର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି । ଏହାର ଫଟୋ ମଧ୍ୟ ସାମ୍ନାକୁ ଆସିଛି । ଶ୍ରୀନଗରରେ ବିମାନ 6E2142 ଜରୁରୀ ଅବତରଣ କରିଥିବା ଦେଖାଯାଇଛି । ୨୨୭ ଯାତ୍ରୀଙ୍କୁ ନେଇ ଦିଲ୍ଲୀରୁ ଶ୍ରୀନଗର ଯାଉଥିଲା ବିମାନ ।