fbpx
BJD
BJD SKY
BJD SKY

କାଲିଠୁ ଆରମ୍ଭ  ଆଡମିଶନ ପ୍ରକ୍ରିୟା, ହିନ୍ଦୁ ସଭ୍ୟତା ଓ ଏହାର ବିଶ୍ୱଦୃଷ୍ଟି ଉପରେ ପାଠ ପଢିବେ ଛାତ୍ରଛାତ୍ରୀ, ଚଳିତ ଶିକ୍ଷାବର୍ଷରେ କଣ ରହିଛି ଅନ୍ୟସବୁ ସୁବିଧା

ନୂଆଦିଲ୍ଲୀ:ଦେଶର ପ୍ରତ୍ୟେକ ନାଗରିକ ନିଜ ଐତିହ୍ୟ ଓ ସଭ୍ୟତାକୁ ଭଲ ଭାବରେ ଜାଣି ରଖିବା ଉଚିତ । ଏ ସଂପର୍କରେ ଛାତ୍ର ଅବସ୍ଥାରୁ ହିଁ ସମସ୍ତେ ଶିକ୍ଷା ଲାଭ କରିବା ଉଚିତ । ଏହାର ଗୁରୁତ୍ୱକୁ ନଜରରେ ରଖି ଦିଲ୍ଲୀ ବିଶ୍ୱବିଦ୍ୟାଳୟ ହିନ୍ଦୁ ସଭ୍ୟତାର ବିଭିନ୍ନ ଦିଗ, ଏହାର ଗତିଶୀଳତା, ଇତିହାସ, ଦର୍ଶନ ଓ ବିଶ୍ୱଦୃଷ୍ଟି ଉପରେ ଧ୍ୟାନ କେନ୍ଦ୍ରିତ କରିବାକୁ ଚଳିତ ବର୍ଷ ଏକ ହିନ୍ଦୁ ଅଧ୍ୟୟନ କେନ୍ଦ୍ର ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି । ଜଣେ ଅଧିକାରୀ କହିଛନ୍ତି ଏ ସମ୍ବନ୍ଧିତ ପ୍ରସ୍ତାବକୁ ୯ ଜୁନ୍ ରେ ବିଶ୍ୱବିଦ୍ୟାଳୟ କାର୍ଯ୍ୟକାରୀ ପରିଷଦ ବୈଠକରେ ସ୍ୱୀକୃତି ମିଳିସାରିଛି ।

ଡିୟୁ ୨୦୨୩-୨୪ ଶିକ୍ଷା ବର୍ଷରେ ହିନ୍ଦୁ ଅଧ୍ୟୟନରେ ସ୍ନାତକତ୍ତୋର କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯାଉଛି । ଏହା ସହିତ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ୧୪ ଜୁନ୍ ରୁ ଆଡମିଶନ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ ଡିୟୁ କାଲି ନିଜର ସିଏସଏଏସ୍ ପୋର୍ଟାଲ ଆରମ୍ଭ କରିବ । ଚଳିତ ବର୍ଷ ଡିୟୁର ପ୍ରାୟ ୬୫ କଲେଜରେ ୭୦ ହଜାର ଅଣ୍ଡରଗ୍ରାଜୁଏଟ୍ ସିଟ୍ରେ ଆଡମିଶନ ହେବ । ଚଳିତ ବର୍ଷ ସିଏସଏଏସ୍ ଗ୍ରାଜୁଏସନ୍ ଓ ସିଏସଏଏସ୍ ପୋଷ୍ଟ ଗ୍ରାଜୁଏସନ୍ ଲାଗି ଅଲଗା ଅଲଗା ପୋର୍ଟାଲ ଆରମ୍ଭ କରାଯିବ ।

ଏଠାରେ ସୂଚାଇ ଦିଆଯାଇପାରେ ଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଡିୟୁ କଲେଜ କଟ୍ ଅଫ୍ ଲିଷ୍ଟ ଜାରି କରିବେ ନାହିଁ ।
ଏହା ବ୍ୟତିତ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଇଂଜିନିୟରି ପଢା ମଧ୍ୟ ଆରମ୍ଭ ହେବାକୁ ଯାଉଛି । ବିଶ୍ୱବିଦ୍ୟାଳୟର କାର୍ଯ୍ୟକାରୀ ସମିତି ଏଠାରେ ବିଟେକ୍ ପ୍ରୋଗ୍ରାମ ଆରମ୍ଭ କରିବାକୁ ମଞ୍ଜୁରୀ ଦେଇସାରିଛି । ସବୁଠାରୁ ବଡ କଥା ହେଉଛି ଏଠାରେ କମ୍ ଆୟ ବର୍ଗ ପରିବାରର ଛାତ୍ରଙ୍କୁ ମଧ୍ୟ ରିହାତି ମିଳିବ ।

Get real time updates directly on you device, subscribe now.