ରାପିଡୋରୁ ଉଠିଗଲା ଭରସା, ନିଜ ଫୋନରେ ନିଜ ଦୁର୍ଘଟଣା ହେଲା ରେକର୍ଡ

ରାପିଡୋ ଉପରୁ ବିଶ୍ୱାସ ଉଠିଗଲା, ବଞ୍ଚି ଥାଉ ଥାଉ ଯମ ଦର୍ଶନ କଲେ ମହିଳା

ନୂଆଦିଲ୍ଲୀ: ଆଜିକାଲି ବହୁଳ ମାତ୍ରାରେ ରାପିଡୋର ବ୍ୟବହାର କରାଯାଉଛି। ଏହା ସାଧାରଣତଃ ଶସ୍ତା ଏବଂ ଲୋକମାନେ ଆରାମରେ ମଧ୍ୟ ଯେକୌଣସି ସ୍ଥାନରେ ଏହାକୁ ବୁକ୍ କରି ଯାଇ ପାରୁଛନ୍ତି। କିନ୍ତୁ ରାପିଡୋକୁ ନେଇ ଏବେ ଏପରି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯାହାକୁ ଦେଖିଲା ପରେ ଆପଣ ମଧ୍ୟ କହିବେ ” ରାପିଡୋକୁ ଦୂରୁ ଜୁହାର”

ଭିଡିଓରେ ଦେଖିବାକୁ ମିଳିଛି ଯେ, ରାପିଡୋ ବୁକ୍ କରିବା ପରେ ଜଣେ ମହିଳା ବାଇକର ପଛରେ ବସି ନିଜର ରିଲ କରି ଆରାମରେ ଯାତ୍ରା କରୁଛନ୍ତି। ନା ସେ ହେଲମେଟ ପିନ୍ଧିଛନ୍ତି, ନା ଡ୍ରାଇଭର ନିଜେ ହେଲମେଟ ପିନ୍ଧିଛି।

ଏହି ସମୟରେ ହଠାତ ଡ୍ରାଇଭରର ଅସାବଧାନତା ଯୋଗୁଁ ବାଇକଟି ଗୋଟିଏ ଗାଡ଼ିରେ ମାଡ଼ ହୋଇ ଓଲଟି ପଡ଼ିଲା ଏବଂ ଉଭୟ ତଳେ ପଡିଗଲେ। ଯାହାର ଭିଡିଓ ମହିଳା ଜଣଙ୍କ କରୁଥିବା ରିଲରେ ରେକର୍ଡ ହୋଇଗଲା। କିନ୍ତୁ ଭଗବାନଙ୍କ ଦୟାରୁ କାହାର କିଛି କ୍ଷତି ହୋଇନଥିଲା।

ରାପିଡୋ ଉପରୁ ବିଶ୍ୱାସ ହଟିଗଲା: ଏହି ଭିଡିଓକୁ ଇନଷ୍ଟାଗ୍ରାମରେ ପ୍ରିୟଙ୍କା @bhangrabypahadan ସେୟାର କରିଛନ୍ତି, ଯାହାକୁ 15 ଲକ୍ଷରୁ ଅଧିକ ଲୋକ ଦେଖିଛନ୍ତି।

ଭିଡିଓ ସହିତ ପ୍ରିୟଙ୍କା ତାଙ୍କ ଅଭିଜ୍ଞତା ବିଷୟରେ ମଧ୍ୟ ଲେଖିଛନ୍ତି। ପ୍ରିୟଙ୍କା ଲେଖିଛନ୍ତି, ‘ମୁଁ ରାପିଡୋ ଉପରେ ବିଶ୍ୱାସ କରିଥିଲି, କିନ୍ତୁ ଏଥର ମୋର ବିଶ୍ୱାସ ଭାଙ୍ଗିଗଲା। ଆଜି ରାପିଡୋ ଭାଇ ମତେ ଏକାସାଥେ ସବୁ ଭଗବାନଙ୍କୁ ମନେ ପକେଇଦେଲେ।’