ପଞ୍ଜାବକୁ ୯ ୱିକେଟରେ ହରାଇଲା ଦିଲ୍ଲୀ: ୱାର୍ଣ୍ଣର-ପୃଥ୍ୱୀ ଶ’ଙ୍କ ଧୂଆଁଧାର ପାଳିରେ ପଞ୍ଜାବ ଫେଲ

ମୁମ୍ବାଇ: ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଏବେ ଚିନ୍ତାର ବିଷୟ ପାଲଟିଛି କରୋନା ସଂକ୍ରମଣ । କିନ୍ତୁ ମ୍ୟାଚରେ ବିଜୟ ପାଇଁ ଦିଲ୍ଲୀ ଆଗରେ କୌଣସି ଚିନ୍ତା ନାହିଁ । ଖୁବ ସହଜରେ ବିଜୟ ହାସଲ କରି ପଞ୍ଜାବକୁ ମାତ ଦେଇଛି ପନ୍ତ ପାୱାର । ମାତ୍ର ୧୦ଓଭରରେ ପଞ୍ଜାବର ଟାର୍ଗେଟକୁ ହାସଲ କରି ନେଇଛି ଦିଲ୍ଲୀ । ଦଳରେ ବିଜୟ ଚିତା ପିନ୍ଧାଇବାରେ ମୁଖ୍ୟ ଚରିତ୍ର ଥିଲେ ଦୁଇ ଓପନର ଡାଭିଡ ୱାର୍ଣ୍ଣ ଏବଂ ପୃଥ୍ୱୀ ଶ’ ।

In Pics, IPL 2022, Match 19: Warner, Shaw help Delhi Capitals thrash Kolkata Knight Riders | The Times of India

ପଞ୍ଜାବ ତରଫରୁ ୧୧୬ ରନର ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲେ ଦିଲ୍ଲୀର ଦୁଇ ଧମାକାଦାର ଓପନର ଡାଭିଡ ୱାର୍ଣ୍ଣର- ପୃଥ୍ୱୀ ଶ’ । ପଡିଆରେ ପାଦ ଥାପିବା ମାତ୍ରେ ବୋଲରଙ୍କୁ ରିମାଣ୍ଡରେ ନେବା ଭଳି ଆରମ୍ଭ କରିଥିଲେ ପାଳି । ପାୱାର ପ୍ଲେ ରେ ଉଭୟ ଖେଳାଳି ମିଶି ୮୧ ରନ ସଂଗ୍ରହ କରି ନେଇଥିଲେ । ଯାହା ଫଳରେ ୧୧୬ ରନର ଛୋଟ ଲକ୍ଷ୍ୟ ଆହୁରି ଛୋଟ ହୋଇଯାଇଥିଲା । ତେବେ ପାୱାର ପ୍ଲେ ସରିବା କ୍ଷଣି ପୃଥ୍ୱୀ ଶକ୍ ରାହୁଲ ଚହରଙ୍କ ଶିକାର ହୋଇଯାଇଥିଲେ । ୨୦ ବଲରୁ ୨୦୫ ଷ୍ଟ୍ରାଇକ ରେଟରେ ୪୧ ରନର ଭୟାନକ ପାଳି ଖେଳିଥିଲେ ପୃଥ୍ୱୀ । ଏହି ପାଳିରେ ଗୋଟିଏ ଛକା ଏବଂ ୭ଟି ଚୌକା ସାମିଲ ଥିଲା । ତେବେ ପୃଥ୍ୱୀଙ୍କ ଆଉଟ ହୋଇଯିବା ପରେ ଆହୁରି ଭୟଙ୍କର ହୋଇଯାଇଥିଲେ ଡାଭିଡ ୱାର୍ଣ୍ଣର । ୩୦ ବଲରେ ସେ ମଧ୍ୟ ୨୦୦ ଷ୍ଟ୍ରାଇକ ରେଟରେ ୬୦ ରନ ସଂଗ୍ରହ କରିଛନ୍ତି । ତେବେ ତାଙ୍କ ପାଳିରେ ଗୋଟିଏ ଛକା ସହ ୧୦ ଚୌକା ସାମିଲ ରହିଛି । ଉଭୟଙ୍କର ଏହି ଧୂଆଁଧାର ପାଳି ଆଗରେ ପଞ୍ଜାବର ସମସ୍ତ ବୋଲର ଶୂନ୍ୟହସ୍ତ ପାଲଟି ଯାଇଛନ୍ତି । ଫଳରେ ୧୧ତମ ଓଭରରେ ହିଁ ୯ ୱିକେଟ ବାକି ଥାଇ ପଞ୍ଜାବର ୧୧୬ ରନର ଛୋଟ ଲକ୍ଷ୍ୟକୁ ହାସଲ କରି ନେଇଛି ଦିଲ୍ଲୀ କ୍ୟାପିଟାଲ୍ସ ।

IPL 2022: Match 32, DC vs PBKS Stats Preview, Player Stats & Approaching Milestones

ସେପଟେ ପଞ୍ଜାବ ପକ୍ଷରୁ ରାହୁଲ ଚହର କେବଳ ଏକ ମାତ୍ର ପୃଥ୍ୱୀ ଶ’ଙ୍କ ୱିକେଟ ନେବାରେ ସଫଳ ହୋଇଛନ୍ତି । ଅନ୍ୟ ସମସ୍ତ ବୋଲର ଦଳ ପାଇଁ ମହଭ୍ଗା ସାବ୍ୟସ୍ତ ହୋଇଛନ୍ତି । ଅର୍ଶଦୀପ ସିଂହ ଗୋଟିଏ ଓଭରରେ ୧୭ ରନ ଖର୍ଚ୍ଚ କରିତିବା ବେଳେ ବୈଭବ ଆରୋରାଭ୍କ ୨ ଓଭରରୁ ୩୧ ରନ ସଂଗ୍ରହ କରି ନେଇଛି ଦିଲ୍ଲୀ । ପ୍ରମୁଖ ବୋଲର କାଗିସୋ ରାବାଡା ମଧ୍ୟ ନିରସ୍ତ୍ର ହୋଇ ୩ ଓଭରରେ ୩୫ ରନ ଦେଇଛନ୍ତି । ନାଥନ ଏଲିସ ୨ ଓଭରରେ ୧୫ ରନ ଦେଇଥିବା ବେଳେ ରାହୁଲ ଚହର ୨.୩ ଓଭରରେ ୨୧ ରନ ପୃଥ୍ୱୀ ଶ’ଙ୍କ ୱିକେଟ ହାସଲ କରିଛନ୍ତି ।