fbpx

କୋରାପୁଟରେ କାୟା ବିସ୍ତାର କରିଛି ଡେଙ୍ଗୁ: ସାଇବର ଥାନାର ୨ ଅଧିକାରୀଙ୍କ ସମେତ ଏକାଧିକ ପୁଲିସ କର୍ମଚାରୀ ଡେଙ୍ଗୁ ପଜିଟିଭ

ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୨୪କୁ ବୃଦ୍ଧି

କୋରାପୁଟ,(ଭାସ୍କର ନ୍ୟୁଜ୍‌): କୋରାପୁଟ ସାଇବର ଥାନାର ଦୁଇ କର୍ମଚାରୀ ଡେଙ୍ଗୁରେ ଆକ୍ରାନ୍ତ । କୋରାପୁଟ, ଜୟପୁର, ଲକ୍ଷ୍ମୀପୁର, ବୈପାରିଗୁଡା, ଦଶମନ୍ତପୁର ଏବଂ କୋଟପାଡରେ ଅନେକ ଲୋକଙ୍କୁ ଡେଙ୍ଗୁ । ଖାଲି ସାଇବର ଥାନା ନୁହେଁ ଏକାଧିକ ପୋଲିସ ଅଧିକାରୀ ଓ ସରକାରୀ କର୍ମଚାରୀ ଏବେ ଡେଙ୍ଗୁର ଆକ୍ରାନ୍ତ ହୋଇ କୋରାପୁଟ ଓ ଜୟପୁର ମେଡିକାଲରେ ଚିକିତ୍ସା ହେଉଛନ୍ତି । କିନ୍ତୁ ଏପରି ଡେଙ୍ଗୁ ରୋଗୀ ଅଛନ୍ତି ଯାହା ସରକାରୀ ଖାତାରେ ହିସାବ ନାହିଁ । ଏମିତି ଜିଲ୍ଲାରୁ ଏବେ ବହୁ ଲୋକ ଡେଙ୍ଗୁ ଆକ୍ରାନ୍ତ ହୋଇ ବିଭିନ୍ନ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି । ସ୍ଥିତି ଧୀରେ ଧୀରେ ବିଗିଡିବାକୁ ଲାଗିଛି

ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ହିସାବ ଅନୁସାରେ, ଜିଲ୍ଲାରୁ ମାତ୍ର ୧୨୪(ମାଲକାନଗିରିରେ ଚିହ୍ନଟ ମେସିନ ନ ଥିବାରୁ କୋରାପୁଟରେ ପରୀକ୍ଷା କରାଯାଇ ୧୩ଜଣଙ୍କୁ ଚିହ୍ନଟ କରାଯାଇଛି) ଜଣ ଡେଙ୍ଗୁ ଆକ୍ରାନ୍ତ ହୋଇଛନ୍ତି । କିଛି ବର୍ଷ ହେଲା କୋରାପୁଟ ଜିଲ୍ଲାରୁ ନିୟମିତ ଡେଙ୍ଗୁ ରୋଗୀ ଚିହ୍ନଟ ହେଉଛନ୍ତି। କିନ୍ତୁ ଏ ବର୍ଷ ଏହି ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ଆଶାତୀତ ଭାବେ ବଢି ବଢି ଚାଲିଛି । କରୋନା ଭୟରେ ଲୋକମାନେ ଜ୍ୱର ହେଲେ ଡାକ୍ତରଖାନା ନ ଯାଇ ବାହାରେ ସ୍ୱାସ୍ଥ୍ୟ ପରୀକ୍ଷା କରାଉଥିବା ବେଳେ ବାହାରେ ନମୁନା ବି ପରୀକ୍ଷା କରାଉଛନ୍ତି । ଏମିତିରେ ପରୀକ୍ଷା ପରେ କୋରାପୁଟ ଜିଲ୍ଲାରୁ ଅନେକ ଡେଙ୍ଗୁ ରୋଗୀ ଚିହ୍ନଟ ହେଲେଣି । ଡେଙ୍ଗୁ ବୋଲି ଜଣାପଡିବା ପରେ କିଛି ଲୋକ ଘରୋଇ କ୍ଲିନିକରେ ଡାକ୍ତରଙ୍କୁ ଦେଖାଇ ଔଷଧ ଖାଉଥିଲାବେଳେ ଆଉ କିଛି ବିଶାଖାପାଟଣା ଯାଇ ଚିକିତ୍ସିତ ହେଉଛନ୍ତି । ଆଉ କିଛି ଲୋକ ସରକାରୀ ଡାକ୍ତରଖାନାରେ ଭର୍ତ୍ତି ହେଉଛନ୍ତି । ସରକାରୀ

ସୂଚନା ଅନୁସାରେ, କୋରାପୁଟ ଜିଲ୍ଲାରେ ଏ ପର୍ଯ୍ୟନ୍ତ ୧୧୩୨ ଜଣଙ୍କ ଡେଙ୍ଗୁ ପରୀକ୍ଷା କରାଯାଇଥିବା ବେଳେ ସେଥି ମଧ୍ୟରୁ ୧୨୪ ଜଣ ଡେଙ୍ଗୁ ପଜିଟିଭ ରହିଛି । ସେମାନଙ୍କ ଭିତରୁ କିଛି ରୋଗୀଙ୍କୁ ଏଠାରେ ଚିକିତ୍ସା କରାଯାଉଥିଲା ବେଳେ ଆଉ କିଛି ରୋଗୀଙ୍କୁ ବ୍ରହ୍ମୁର ଓ ଭୁବନେଶ୍ୱର ପଠାଯାଇଛି । କୋରାପୁଟ ବଡ଼ ମେଡିକାଲରେ ପ୍ଲେଟଲେଟ ଚିକିତ୍ସା ବ୍ୟବସ୍ଥା ରହିଛି ସତ ହେଲେ ଦୁଇଟି ମେସିନରୁ ଦୁଇଟି ଯାକ ଅଚଳ ପଡିଛି । ପୁରୁଣା ମେସିନ ଦୁଇ ମାସ ହେଲା ଅଚଳ ରହିଥିବାବେଳେ ନୂଆ ମେସିନ ମଧ୍ୟ ସଚଳ ନ ଥିବା ଜଣାପଡିଛି । ତେଣୁ ବାଧ୍ୟ ହୋଇ ରୋଗୀଙ୍କୁ ବ୍ରହ୍ମୁର ପଠାଯାଉଥିବା ଜଣାପଡିଛି । କୋରାପୁଟ ହସପିଟାଲର ଭେଷଜ ପୁରୁଷ ୱାର୍ଡରେ ଏବେ ଜଣେ ଡେଙ୍ଗୁ ରୋଗୀ ଚିକିତ୍ସିତ ହେଉଥିବା ଜଣାପଡିଛି ।

Get real time updates directly on you device, subscribe now.