fbpx

ଏଣିକି ସହଜ ହେବ ଡେଙ୍ଗୁ ଚିକିତ୍ସା: ପ୍ରଥମ ଔଷଧର ଫଳାଫଳକୁ ନେଇ ଆଶ୍ଚର୍ଯ୍ୟ ହେଲେ ବୈଜ୍ଞାନିକ

ଓଡ଼ିଶା ଭାସ୍କର: ଡେଙ୍ଗୁ ଭୂତାଣୁ ପ୍ରତିବର୍ଷ ସାରା ବିଶ୍ୱରେ ଲକ୍ଷ ଲକ୍ଷ ଲୋକଙ୍କୁ ସଂକ୍ରମିତ କରିଥାଏ । ଏବେବି ଡେଙ୍ଗୁ ଏକ ବିପଦ ହୋଇ ରହିଛି, କାରଣ ଏହାର ଏପର୍ଯ୍ୟନ୍ତ କୌଣସି ଔଷଧ ନାହିଁ । ନିକଟରେ ଜନସନ୍ ଆଣ୍ଡ ଜନସନ୍ ଦ୍ୱାରା ବିକଶିତ ଡେଙ୍ଗୁ ଜ୍ୱର ପାଇଁ ଏକ ଔଷଧ ଆମେରିକାରେ ଏକ ମାନବ ପରୀକ୍ଷଣ କରାଯାିଥିଲା । ତେବେ ଏଥିରେ କିଛି ରୋଗୀଙ୍କୁ ଭୂତାଣୁ ଠାରୁ ରକ୍ଷା କରୁଥିବା ଦେଖିବାକୁ ପାଇଥିଲେ । ଚିକାଗୋରେ ଆମେରିକୀୟ ସୋସାଇଟି ଅଫ୍ ଟ୍ରପିକାଲ ମେଡିସିନ୍ ଆଣ୍ଡ ହାଇଜିନ୍ ର ବାର୍ଷିକ ବୈଠକରେ ତଥ୍ୟ ଉପସ୍ଥାପନ ପୂର୍ବରୁ କମ୍ପାନି କହିଛି ଯେ ବର୍ତ୍ତମାନ ଡେଙ୍ଗୁ ପାଇଁ କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ନାହିଁ, ଏହା ଏକ ବଢ଼ୁଥିବା ବିପଦ।

ଜନସନ୍ ଆଣ୍ଡ ଜନସନ୍ ଏକ ସରକାରୀ ବିବୃତିରେ କହିଛି ଯେ ଏହି କମ୍ପାଉଣ୍ଡ ମାନବଶରୀରରେ ଡେଙ୍ଗୁ ବିରୋଧରେ ଆଣ୍ଟି-ଭାଇରଲ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରିଥାଏ ଏବଂ ପ୍ଲେସିବୋ ଅପେକ୍ଷା ଅଧିକ ସୁରକ୍ଷିତ । ଜନ୍ସ ହପକିନ୍ସ ବ୍ଲୁମବର୍ଗ ସ୍କୁଲ ଅଫ୍ ପବ୍ଲିକ ହେଲ୍ଥ ପକ୍ଷରୁ କରାଯାଇଥିବା ଏକ ପରୀକ୍ଷଣରେ ୧୦ ଜଣ ସ୍ୱେଚ୍ଛାସେବୀଙ୍କୁ ଡେଙ୍ଗୁ ଇଞ୍ଜେକ୍ସନ ଦେବାର ୫ ଦିନ ପୂର୍ବରୁ ଜେଆଣ୍ଡଜେ ଔଷଧ ଦିଆଯାଇଥିଲା। ଏହାପରେ ସେମାନେ ୨୧ ଦିନ ପର୍ଯ୍ୟନ୍ତ ଔଷଧ ସେବନ ଜାରି ରଖିଥିଲେ। ଏହି ନୂଆ ଔଷଧ ଡେଙ୍ଗୁ ଭୂତାଣୁ ବିରୋଧରେ ପ୍ରଭାବଶାଳୀ ହୋଇପାରେ । ପ୍ରଥମ ପର୍ଯ୍ୟାୟ ପରୀକ୍ଷଣରେ ରକ୍ତରେ ଡେଙ୍ଗୁ ଭୂତାଣୁ ଚିହ୍ନଟ ହୋଇନଥିବା ୧୦ ଜଣଙ୍କ ମଧ୍ୟରୁ ୬ ଜଣଙ୍କୁ ଏହି ଔଷଧର ଅଧିକ ମାତ୍ରା ଦିଆଯାଇଥିଲା ଏବଂ ପରେ ଡେଙ୍ଗୁ ଭୂତାଣୁର ଦୁର୍ବଳ ସଂସ୍କରଣରେ ସଂକ୍ରମିତ କରାଯାଇଥିଲା। ଏହି ଔଷଧ ଦିଆଯାଇନଥିବା ପ୍ଲାସିବୋ ଗ୍ରୁପର ସମସ୍ତ ୫ ଜଣଙ୍କ ରକ୍ତରେ ଡେଙ୍ଗୁ ଭୂତାଣୁ ଚିହ୍ନଟ ହୋଇଥିଲା। ଏହି ଔଷଧର ପରବର୍ତ୍ତୀ ପର୍ଯ୍ୟାୟ ପରୀକ୍ଷଣ ରୋଗୀଙ୍କ ଚିକିତ୍ସା ପାଇଁ କରାଯିବ।

Get real time updates directly on you device, subscribe now.