fbpx
BSKY SKY
BSKY SKY

ପତ୍ନୀଙ୍କ ସହ ଚାନ୍ଦକୁ ଯିବେ ଦୁନିଆର ପ୍ରଥମ ସ୍ପେସ ଟୁରିଷ୍ଟ: ଏଲନ ମସ୍କଙ୍କ ସ୍ପେସକ୍ରାଫ୍ଟରେ ଟିକେଟ ବୁକ

BSKY

ପ୍ରାୟ ସମସ୍ତ ଦମ୍ପତ୍ତି ପରସ୍ପରକୁ ଚାନ୍ଦକୁ ନେଇଯିବା ପାଇଁ ପ୍ରତିଶ୍ରୁତି ଦେଇଥାନ୍ତି । କିନ୍ତୁ ବହୁତ କମ୍ ଲୋକ ଏହି ପ୍ରତିଶ୍ରୁତି ପୂରଣ କରିବାରେ ସଫଳ ହୁଅନ୍ତି । ସେମିତି ଜଣେ ବ୍ୟକ୍ତି ହେଉଛନ୍ତି ଡେନିସ ଟିଟୋ । ଦୁନିଆର ପ୍ରଥମ ସ୍ପେସ ଟୁରିଷ୍ଟ ଭାବେ ସେ ନିଜ ପରିଚୟ ପୂର୍ବରୁ ସୃଷ୍ଟି କରି ସାରିଛନ୍ତି । ଏବେ ପତ୍ନୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଇଁ ସେ ପ୍ରସ୍ତୁତ ହେଉଛନ୍ତି । ଚାନ୍ଦକୁ ଯିବା ପାଇଁ ଟିକେଟ ମଧ୍ୟ କିଣାସରିଛି । ବାସ ଖାଲି ଚାନ୍ଦକୁ ଯିବା ପାଇଁ ଅପେକ୍ଷା ।

ପ୍ରଥମେ ଜଣେ ବିଜନେସ ମ୍ୟାନ, ଆଉ ପରେ ଦୁନିଆର ପ୍ରଥମ ସ୍ପେସ ଟୁରିଷ୍ଟ ଭାବେ ଜଣାଶୁଣା ଡେନିସ ଟିଟୋ । ୨୦୦୧ ମସିହାରେ ସେ ପ୍ରଥମ ବ୍ୟକ୍ତି ଥିଲେ ଯିଏ ନିଜ ଖର୍ଚ୍ଚରେ ଅନ୍ତରୀକ୍ଷକୁ ଯାଇ ବୁଲି ଆସିବାର ରେକର୍ଡ ନିଜ ନାମରେ କରିଥିଲେ । ଏହାପରେ ସେ ଏବେ ପୁଣିଥରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି । ଏବେ ନିଜ ପତ୍ନୀଙ୍କୁ ଚନ୍ଦ୍ରପୃଷ୍ଠକୁ ନେବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି । ଏଥିପାଇଁ ଏଲନ ମସ୍କଙ୍କ ସ୍ପେସଏକ୍ସରେ ସେ ୨ଟି ଟିକେଟ ମଧ୍ୟ କିଣି ସାରିଛନ୍ତି । ଏଲନ ମସ୍କଙ୍କ କମ୍ପାନୀ ସ୍ପେସଏକ୍ସ ନାମକ ଏକ ମିଶନର ପ୍ରସ୍ତୁତି ଜାରି ରଖିଛନ୍ତି ଯାହା ସ୍ପେସ ଟୁରିଜିମକୁ ଉତ୍ସାହିତ କରିବ । ସ୍ପେସଏକ୍ସ ମଧ୍ୟ ନିଜ ଷ୍ଟାରସିପ ରକେଟର ପ୍ରୋଟୋଟାଇପ ପ୍ରସ୍ତୁତ କରିସାରିଛି । ତେଣୁ ଖୁବ ଶୀଘ୍ର ଡେନିସ ଟିଟୋ ନିଜ ପତ୍ନୀଙ୍କ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବେ ଏବଂ ଉଭୟ ଦମ୍ପତ୍ତି ଚନ୍ଦ୍ରପୃଷ୍ଠରେ ଅବତରଣ କରିବେ ।

ତେବେ ଏହି ଯାତ୍ରା ପାଇଁ କୌଣସି ତାରିଖ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରିନାହିଁ । ଏହି ଅଭିଯାନ କେବେ ଆରମ୍ଭ ହେବ ସେ ନେଇ କୌଣସି ସୂଚନା ଦେଇନାହିଁ ଏସ୍ପସଏକ୍ସ କମ୍ପାନୀ । ତେବେ ଗତବର୍ଷ ସ୍ପେସଏକ୍ସ ସହ ଟିଟୋ ଏକ ଡିଲ କରିଥିଲେ । ଏହି ଡିଲ ଅନୁସାରେ ଆସନ୍ତା ୫ ବର୍ଷ ମଧ୍ୟରେ ଟିଟୋ ଯେବେ ଚାହିଁବେ ଚନ୍ଦ୍ରପୃଷ୍ଠକୁ ଯାଇପାରିବେ । ଏହାପୂର୍ବରୁ ୨୦୦୧ରେ ଋଷର ସ୍ପେସକ୍ରାଫ୍ଟରେ ସେ ଚନ୍ଦ୍ରପୃଷ୍ଠକୁ ଯାଇଥିଲେ । ତେବେ ଏଥିପାଇଁ ୧୬୦ କୋଟି ଟଭ୍କା ଖର୍ଚ୍ଚ କରିଥିଲେ ଡେନିସ ଟିଟୋ ।

Get real time updates directly on you device, subscribe now.