fbpx

ଇଏ କେମିତିକା ପ୍ରେମ! ଯେଉଁ ମହିଳାଙ୍କ ସହ ସମ୍ପର୍କ ରଖିଥିଲେ ସ୍ୱାମୀ, ତାଙ୍କ ହଜବ୍ୟାଣ୍ଡଙ୍କ ସହ ଫେରାର ମାରିଲେ ପତ୍ନୀ

ଆଜିକାଲି ପରକୀୟା ପ୍ରୀତି ଓ ରିଲେସନସିପର ଅନେକ ମାମଲା ସାମ୍ନାକୁ ଆସୁଛି । କିନ୍ତୁ ଅନେକ ଥର ମାମଲା ଏମିତି କିଛି ମାମଲା ସାମ୍ନାକୁ ଆସିଯାଏ, ଯାହାକୁ ଶୁଣି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି । ଏପରି ଏକ ମାମଲା ଲୋକଲୋଚନକୁ ଆସିଛି, ଯେଉଁଠାରେ ଜଣେ ବ୍ୟକ୍ତି ଯେଉଁ ମହିଳାଙ୍କ ସହ ସମ୍ପର୍କ ରଖିଥିଲେ, ସେହି ମହିଳାଙ୍କ ସ୍ୱାମୀଙ୍କ ସହ ତାଙ୍କ ପତ୍ନୀଙ୍କର ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା । କେବଳ ଏତିକି ନୁହେଁ, ଦୁହେଁ ଘର ଛାଡ଼ି ପରସ୍ପର ସହ ଫେରାର ମାରିଥିବା ଜଣାପଡିଛି ।

ତେବେ ଏହି ଖବରଟି ବ୍ରିଟେନର ଏକ ସହରରୁ ଆସିଛି । ରିପୋର୍ଟ ଅନୁସାରେ, ଏହି ବିଷୟରେ ମହିଳା ଜଣକ ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମରେ କହିଛନ୍ତି । କରୋନା ମହାମାରୀର ଲକଡାଉନ ସମୟରେ ଏସବୁ ଆରମ୍ଭ ହୋଇଥିଲା, ଯେବେ ତାଙ୍କ ସ୍ୱାମୀଙ୍କର ଚାକିରିକୁ ନେଇ ସମସ୍ୟା ହୋଇଥିଲା । ସେହିସମୟରେ ସ୍ୱାମୀ ବହୁତ ସମସ୍ୟାରେ ଥିଲେ ଓ ନିଜ ପତ୍ନୀଙ୍କ ପ୍ରତି ଧ୍ୟାନ ଦେଉନଥିଲେ ବୋଲି ମହିଳା କହିଛନ୍ତି ।

ଅଚାନକ୍ ଦିନେ ମହିଳାଙ୍କ ପାଖକୁ ଜଣେ ବ୍ୟକ୍ତି ଫୋନ୍ କରିଥିଲେ ଓ ତାଙ୍କ ପତ୍ନୀ ଓ ମହିଳାଙ୍କ ସ୍ୱାମୀ ରିଲେସନସିପରେ ଥିବା କହିଥିଲେ । ଏହାକୁ ଶୁଣିବା ପରେ ମହିଳା ଜଣକ ଫୋନ୍ କାଟିଦେଇଥିଲେ ଓ ଚିନ୍ତାରେ ରହିବାକୁ ଲାଗିଲେ । ସ୍ୱାମୀ ଯେଉଁ ମହିଳାଙ୍କ ସହ ପ୍ରେମସମ୍ପର୍କ ରଖିଥିଲେ, ସେ ତାଙ୍କ ଅଫିସରେ କାମ କରୁଥିଲେ । ଏହା ପରେ ମହିଳା ଜଣକ ସେହି ମହିଳାଙ୍କ ସ୍ୱାମୀଙ୍କୁ ନିଜ ତରଫରୁ ଫୋନ କରିଥିଲେ ଓ ଧିରେ ଧିରେ ସେମାନେ କଥା ହେବାକୁ ଲାଗିଲେ ।

କଥାବାର୍ତ୍ତା ପରେ ଦୁହେଁ ପରସ୍ପରକୁ ସାକ୍ଷାର କରିବା ସହ ଫିଲ୍ମ ଦେଖିବା ଓ ରେଷ୍ଟୁରାଣ୍ଟରେ ଖାଇବା-ପିଇବା ପାଇଁ ଯିବାକୁ ଲାଗିଲେ । ଧିରେ ଧିରେ ଦୁହେଁ ପରସ୍ପରର ପ୍ରେମରେ ପଡ଼ିଗଲେ ଓ ଦିନେ ସାଙ୍ଗହୋଇ ଘରୁ ଫେରାର ମାରିଲେ । ଏହି କଥା ତାଙ୍କ ସ୍ୱାମୀଙ୍କୁ ଜଣା ନଥିଲା, କାରଣ ସେମାନେ ପରସ୍ପରଠାରୁ ଅଲଗା ରହୁଥିଲେ । ଏବେ ଏହି କାହାଣୀ ଭାଇରାଲ ହେବାରେ ଲାଗିଛି ।

Get real time updates directly on you device, subscribe now.