fbpx

ଏସିଆ କପ ଉପରେ ଭାରତର କବଜା: ଶ୍ରୀଲଙ୍କାକୁ ହରାଇ ଜିତିଲା ଟାଇଟଲ

ନୂଆଦିଲ୍ଲୀ: ଶ୍ରୀଲଙ୍କାକୁ ହରାଇ ଏସିଆ କପ ଉପରେ କବଜା କରିଛି ଭାରତର ମହିଳା କ୍ରିକେଟ ଟିମ । ଏସିଆ କପ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚରେ ୮ ୱିକେଟ ହରାଇ ଏହି ମ୍ୟାଚରେ ବିଜୟୀ ହୋଇଛି ଟିମ ଇଣ୍ଡିଆ । ଏହା ସହିତ ଚଳିତବର୍ଷର ଚମ୍ପିଆନ ମୁକୁଟ ପିନ୍ଧିଛି ଇଣ୍ଡିଆନ ଓମେନସ ଟିମ । ଶ୍ରୀଲଙ୍କାର ୬୬ ରନର ବିଜୟ ଲକ୍ଷ୍ୟକୁ ମାତ୍ର ମାତ୍ର ୮.୩ ଓଭରରେ ହାସଲ କରି ନେଇଛି ଇଣ୍ଡିଆନ ଟିମ । ତେବେ ଫାଇନାଲରେ ରେଣୁକା ସିଂହଙ୍କୁ ପ୍ଲେୟର ଦ ମ୍ୟାଚ ଭାବେ ଚୟନ କରାଯାଇଥିବା ବେଳେ ପ୍ଲେୟର ଅଫ ଦ ସିରିଜ ହୋଇଛନ୍ତି ଦିପ୍ତୀ ଶର୍ମା ।

ଶ୍ରୀଲଙ୍କାର ୬୬ ରନର ପିଛା କରି ପାଳି ଆରମ୍ଭ କରିଥିଲେ ଟିମ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ ଶେଫାଳୀ ବର୍ମା ଏବଂ ସ୍ମୃତି ମନ୍ଧାନା । ତେବେ ମାତ୍ର ୫ ରନ କରି ଶେଫାଳୀ ମନ୍ଧାନାଙ୍କ ହାତ ଛାଡିଥିଲେ । ଏହାପରେ ଜେମିମା ରୋଡ୍ରିଗ୍ସ ମଧ୍ୟ ମାତ୍ର ୨ ରନ କରି ପାଭିଲିୟନ ଫେରି ଯାଇଥିଲେ । କିନ୍ତୁ ଅନ୍ୟ ପଟରେ ଲଢୁଥିଲେ ସ୍ମୃତି ମନ୍ଧାନା । ଏହାପରେ ଅଧିନାୟକ ହରମନପ୍ରୀତ କୌରଙ୍କ ସହ ମିଶି ଦଳକୁ ବିଜୟ ଭେଟି ଦେଇଛନ୍ତି । ୨୫ ବଲରୁ ଧୂଆଁଧାର ଅର୍ଦ୍ଧଶତକ ହାସଲ କରି ଦଳକୁ ଏସିଆ କପ ଜିତାଇଛନ୍ତି ମନ୍ଧାନା । ଏହି ଦମଦାର ଅର୍ଦ୍ଧଶତକରେ ୬ଟି ଚୌକା ଏବଂ ୩ଟି ଛକା ସାମିଲ ରହିଛି । ଫଳରେ ମାତ୍ର ୮.୩ ଓଭରରେ ବିଜୟ ଲକ୍ଷ୍ୟରେ ପହଞ୍ଚିଛଇ ଓମେନ ଇନ ବ୍ଲୁ । ଏହା ସହିତ ଏସିଆ କପ ଉପରେ ମଧ୍ୟ ନିଜ ନାଁର ମୋହର ମାରିଛି ।

ଏସିଆ କପରେ ସପ୍ତମ ଥର ପାଇଁ ଚମ୍ପିଆନର ମୁକୁଟ ପିନ୍ଧିଛି ମହିଳା କ୍ରିକେଟ ଟିମ । ତେବେ ଫାଇନାଲରେ ୩ଟି ଶିକାର କରିଥିବା ରେଣୁକା ସିଂହ ପ୍ଲେୟର ଅଫ ଦ ମ୍ୟାଚ ଭାବେ ବିବେଚିତ ହୋଇଥିବା ବେଳେ ଦିପ୍ତୀ ଶର୍ମାଙ୍କୁ ମିଳିଛି ପ୍ଲେୟର ଅଫ ଦ ସିରିଜ ଆୱାର୍ଡ । ଏସିଆ କପର ଫାଇନାଲ ମ୍ୟାଚରେ ଭାରତୀୟ ବୋଲରଙ୍କ ଦବଦବା ପ୍ରଥମରୁ ଦେଖିବାକୁ ମିଳିଥିଲା । ଏହାପରେ ସ୍ମୃତି ମନ୍ଧାନାଙ୍କ ଅର୍ଦ୍ଧଶତକ ଆଜି ଭାରତକୁ ଚମ୍ପିଆନ ବନାଇଛି ।

Get real time updates directly on you device, subscribe now.