fbpx

ବିମାନ ଯାତ୍ରୀଙ୍କ ପାଇଁ ବଡ଼ ଖବର! ଏବେ ଏହି ଲୋକ କରିପାରିବେନାହିଁ ବିମାନ ଯାତ୍ରା, ଜାଣନ୍ତୁ କ’ଣ ରହିଛି ଆଦେଶ…

ନୂଆଦିଲ୍ଲୀ: ବିମାନ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଜରୁରୀ ଖବର । ଡିଜିସିଏ ବିମାନ ଯାତ୍ରାକୁ ନେଇ ନୂଆ ଆଦେଶ ଜାରି କରିଛି । ଏହା ଅନୂଯାୟୀ କିଛି ଖାସ ଲୋକଙ୍କୁ ବିମାନ ଯାତ୍ରା କରିପାରିବେ ନାହିଁ । ଡିସିସିଏ ତରଫରୁ ଜାରି କରାଯାଇଥିବା ନିୟମରେ ବଡ଼ ପରିବର୍ତ୍ତନ କରାଯାଇଛି । ଏବେ ନୂଆ ଆଦେଶ ଅନୂଯାୟୀ କେହିବି ଦିବ୍ୟାଙ୍ଗ ବିମାନରେ ଯାତ୍ରା କରିବା ପାଇଁ ଫିଟ୍ କି ନୁହେଁ ଏହା ବିମାନ କମ୍ପାନୀ ନିର୍ଦ୍ଧାରିତ କରିପାରିବେ ନାହିଁ ବରଂ ଏହା ଡାକ୍ତର ନିର୍ଦ୍ଧାରିତ କରିବେ ।

ଡିଜିସିଏ କହିଛି ଯେ କେହି ଦିବ୍ୟାଙ୍ଗ ବିମାନରେ ଯାତ୍ରା କରିବା ପାଇଁ ଫିଟ୍ କିମ୍ବା ନୁହେଁ, ଏହା ଏୟାରଲାଇନ କମ୍ପାନୀ ନିର୍ଦ୍ଧାରିତ କରିପାରିବେ ନାହିଁ ବରଂ ଡାକ୍ତର ନିର୍ଣ୍ଣୟ କରିବେ । ଯଦି ଡାକ୍ତର କେହି ଯାତ୍ରୀଙ୍କୁ ଅନଫିଟ୍ କହୁଛନ୍ତି ତେବେ ସେ ଯାତ୍ରା କରିପାରିବେ ନାହିଁ ।

ଡିଜିସିଏ କହିଛି ଯେ ଯଦି ଏୟାରଲାଇନ୍ସ ଦିବ୍ୟାଙ୍ଗ ଆଧାରରେ କୌଣସି ଯାତ୍ରୀଙ୍କୁ ବିମାନରେ ଯାତ୍ରା କରିବାରୁ ମନା କରିପାରିବେ ନାହିଁ । ଯନି କୌଣସି ଏୟାରଲାଇନଙ୍କୁ ଲାଗୁଛି ଯେ ଯାତ୍ରୀଙ୍କ ସ୍ୱାସ୍ଥ୍ୟ ଉଡ଼ାଣ ସମୟରେ ଖରାପ ହୋଇପାରେ । ତେବେ ଉକ୍ତ ଯାତ୍ରୀଙ୍କ ଯାଞ୍ଚ ଡାକ୍ତରଙ୍କୁ କରିବାକୁ ହେବ । ଡାକ୍ତର ଯାତ୍ରୀଙ୍କ ଚିକିତ୍ସା ସ୍ଥିତି ବିଷୟରେ ସୂଚନା ଦେବେ । ଡାକ୍ତର ହିଁ କହିବେ ଯେ ଯାତ୍ରୀ ଉଡ଼ାଣ ଭରିବା ପାଇଁ ଫିଟ୍ ନିମ୍ବା ନୁହେଁ । ଡାକ୍ତରଙ୍କ ପରାମର୍ଶକ୍ରମେ ବିମାନ କମ୍ପାନୀ ନିଷ୍ପତ୍ତି ନେଇପାରିବ ।

Get real time updates directly on you device, subscribe now.