fbpx

ବଣାଇରେ ଘନ କୁହୁଡ଼ି, ଦେଖାଯାଉନି ରାସ୍ତାଘାଟ

ବଣାଇ: ଲଘୁଚାପ ଜନିତ ବର୍ଷା ଛାଡ଼ିବା ପରେ ଘନ କୁହୁଡ଼ିର ଚାଦର ତଳେ ବଣାଇ ସହର । ସକାଳୁ ସକାଳୁ ଘନ କୁହୁଡ଼ି ଥିବାରୁ ପ୍ରାୟ ୧୦ ମିଟର ଦୂର ପର୍ଯ୍ୟନ୍ତ ରାସ୍ତାଘାଟ କିଛି ସ୍ପଷ୍ଟ ଦେଖାଯାଉନଥିଲା । ଫଳରେ ସ୍କୁଲ ଛାତ୍ରଛାତ୍ରୀ, ମର୍ଣ୍ଣିଂ ୱାକ ଲୋକଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା । ଯାନବାହନ ଦୁର୍ଘଟଣା ହେବାର ସମ୍ଭାବନା ମଧ୍ୟ ଥିଲା ।

ଅପରପକ୍ଷରେ ରାଜ୍ୟର ଅନେକ ସ୍ଥାନରେ ଟାଇଁ ଟାଇଁ ଖରା ହେଉଛି । ଅଧିକାଂଶ ଶହରର ତାପମାତ୍ରା ୩୫ ଡିଗ୍ରୀ ଉପରେ ରହୁଛି । ତେବେ ଜୁନ୍ ୧ ତାରିଖରୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ମୋଟ୍ ୧୦୯୨ ମିମି ବର୍ଷା ରେକର୍ଡ଼ କରାଯାଇଛି । ରାଜ୍ୟରେ ମାତ୍ର ୫% ନିଅଣ୍ଟିଆ ବର୍ଷା ହୋଇଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

 

Get real time updates directly on you device, subscribe now.