fbpx

ଟ୍ୱିନ୍ ସିଟିରେ ଘନ କୁହୁଡ଼ି, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ସକାଳୁ ସକାଳୁ ଟ୍ୱିନ୍ ସିଟିରେ ଘନ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିଛି । ଘନ କୁୁହୁଡ଼ି ଯୋଗୁଁ ରାସ୍ତା ଠିକ୍ ଭାବେ ଦେଖାଯାଉନାହିଁ । ଫଳରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଘନ କୁହୁଡ଼ି ଯୋଗୁଁ ୨୦ ମିଟର ଯାଏଁ ରାସ୍ତା ଦେଖାଯାଉ ନାହିଁ । ଲଗାଣ ବର୍ଷା ପରେ ଟ୍ୱିନ୍ ସିଟିରେ ଶୀତ ସାଙ୍ଗକୁ ଘନ କୁହୁଡ଼ି ଦେଖାଦେଇଛି ।

ଦୁଇ ଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହିଥିବା ବେଳେ ଆଜି ସକାଳୁ ସକାଳୁ ଟ୍ୱିନ୍ ସିଟିରେ ଘନ କୁହୁଡ଼ି ଦୃଶ୍ୟମାନ ହୋଇଥିଲା । ତେବେ ଆଜି ଠାରୁ ପାଗ ବଦଳିବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆକଳନ କରିଛି । ଆସନ୍ତାକାଲିଠାରୁ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବାର ସମ୍ଭାବନା ରହିଛି । ଏହା ସହ ଦିନର ତାପମାତ୍ରା ୮ରୁ ୧୦ ଡିଗ୍ରୀ ଯାଏଁ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଆଜି ୬ଟି ଜିଲ୍ଲା ଯଥା କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର ଏବଂ ଢ଼େଙ୍କାନାଳର ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହୋଇପାରେ ।

Get real time updates directly on you device, subscribe now.