fbpx

ସକାଳୁ ସକାଳୁ ଭୂମିକମ୍ପରେ ଥରିଲା ଏହି ରାଜ୍ୟ, ଜାଣନ୍ତୁ କେତେ ଥିଲା ତୀବ୍ରତା

ଇଟାନଗର: ଗୁରୁବାର ସକାଳେ ଅରୁଣାଚଳ ପ୍ରଦେଶରେ ଲଗାତାର ଭୂକମ୍ପ ଅନୁଭୂତ ହୋଇଛି। ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି କହିଛି ଯେ ଗୁରୁବାର ଦିନ ଅରୁଣାଚଳ ପ୍ରଦେଶରେ ଭିନ୍ନ ଭିନ୍ନ ସମୟରେ ଭୂକମ୍ପ ଅନୁଭୂତ ହୋଇଛି, ଯେଉଁଥିପାଇଁ ଲୋକମାନେ ଭୟଭୀତ ହୋଇଥିଲେ। ବର୍ତ୍ତମାନ ସୁଦ୍ଧା ଏହି ଦୁଇଟି ଭୂକମ୍ପରେ କୌଣସି କ୍ଷୟକ୍ଷତିର ଘଟିନାହିଁ।

ଗୁରୁବାର ଦିନ ରାତି ୧:୪୯ ରେ ପ୍ରଥମ ଭୂକମ୍ପ ଘଟିଥିଲା, ଯାହାର ତୀବ୍ରତା ରିକ୍ଟର ସ୍କେଲରେ ୩.୭ ଥିଲା। ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଅରୁଣାଚଳ ପ୍ରଦେଶର ପଶ୍ଚିମ କାମେଙ୍ଗରେ ଥିଲା ଯାହାର ଗଭୀରତା ପ୍ରାୟ ୧୦ କିଲୋମିଟର ରହିଛି। ଏଥି ସହ ମାତ୍ର ଦୁଇ ଘଣ୍ଟା ପରେ ଦ୍ୱିତୀୟ ଭୂକମ୍ପ ଘଟିଛି। ଭୋର ୩.୪୦ ସମୟରେ ଅରୁଣାଚଳ ପ୍ରଦେଶରେ ଦ୍ୱିତୀୟ ଭୂକମ୍ପ ଅନୁଭୂତ ହୋଇଛି।

ଦ୍ୱିତୀୟ ଭୂକମ୍ପର କେନ୍ଦ୍ରସ୍ଥଳ ଥିଲା ଅରୁଣାଚଳ ପ୍ରଦେଶର ପୂର୍ବ କାମେଙ୍ଗ ଏବଂ ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୩.୪ ମାପ କରାଯାଇଛି। ଏହି ଭୂକମ୍ପର ଗଭୀରତା ୫ କିଲୋମିଟର ଥିଲା। ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଏହି ସୂଚନା ଦେଇଛି। ଉଭୟ ଭୂକମ୍ପରେ ଏପର୍ଯ୍ୟନ୍ତ କୌଣସି ଜୀବନ କିମ୍ବା ସମ୍ପତ୍ତି ନଷ୍ଟ ହେବାର ଖବର ଆସି ନାହିଁ।

Get real time updates directly on you device, subscribe now.