Breaking News; 23 ତାରିଖରେ ବାତ୍ୟା! 24 ତାରିଖରେ ଏହି ସ୍ଥାନରେ ଲ୍ୟାଣ୍ଡଫଲ!

ଭୁବନେଶ୍ବର: ସତ ହେବାକୁ ଯାଉଛି ଆକଳନ । ଆସନ୍ତା 23 ତାରିଖରେ ହୋଇପାରେ ବାତ୍ୟା । 23 ତାରିଖ ସନ୍ଧ୍ୟା ସୁଦ୍ଧା ବାତ୍ୟାରେ ପରିଣତ ହୋଇ 24 ତାରିଖ ସକାଳ ସୁଦ୍ଧା ଓଡିଶା-ପଶ୍ଚିମବଙ୍ଗ ଉପକୂଳ ଛୁଇଁବାର ସମ୍ଭାବନା ରହିଛି । ଏନେଇ ଆଗୁଆ ସତର୍କ କରାଇଛନ୍ତି ଏସଆରସି । ତେବେ ବାତ୍ୟା ନେଇ ଆଶା କରାଯାଇଥିଲେ ହେଁ ପାଣିପାଗ ବିଭାଗ ପକ୍ଷରୁ କୌଣସି ଘୋଷଣା କରାଯାଇନଥିଲା । ବର୍ତ୍ତମାନ ଆଜି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏକ୍ସରେ ଟ୍ବିଟ କରି ସୂଚନା ଦିଆଯାଇଛି । 24 ତାରିଖ ଦିନ ଓଡିଶା ପଶ୍ଚିମବଙ୍ଗ ଉପକୂଳ ଦେଇ ଅତିକ୍ରମ କରିପାରେ ବୋଲି ସୂଚନା ଦିଆଯାଇଛି । 100ରୁ 120 କିଲୋମିଟର ବେଗରେ ପବନ ହୋଇପାରେ ବୋଲି ମଧ୍ୟ କୁହାଯାଇଛି ।

ସୂଚନା ଅନୁସାରେ, 19 ତାରିଖରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବା ବେଳେ ଆସନ୍ତାକାଲି ଅର୍ଥାତ୍ 21 ତାରିଖରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ । ଏହା 22 ତାରିଖରେ ଘୂର୍ଣ୍ଣିଝଡର ରୂପ ନେଇପାରେ ଏବଂ 23 ତାରିଖରେ ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ଏହାପରେ 24 ତାରିଖ ସକାଳ ସମୟରେ ଓଡିଶା ଏବଂ ପଶ୍ଚିମବଙ୍ଗ ଦେଇ ସ୍ଥଳଭାଗ ଛୁଇଁବ । କିନ୍ତୁ ବାସ୍ତବିକ ଭାବେ 24 ତାରିଖରେ କେଉଁ ସ୍ଥାନରେ ସ୍ଥଳଭାଗ ଛୁଇଁବ ସେନେଇ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ । ତେବେ 23ରୁ 26 ତାରିଖରେ ସାରା ରାଜ୍ୟରେ ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆଲର୍ଟ ଜାରି କରାଯାଇଛି । ତେବେ ଏହା ବଡ ଧରଣର ବାତ୍ୟା ହେବ କି ନାହିଁ ବୋଲି ଜଣାପଡିନାହିଁ ।