ଭୁବନେଶ୍ବର : ସୁଭଦ୍ରା ଯୋଜନା ନେଇ ଦିନକୁ ଦିନ ନୂଆ ନୂଆ ଅପଡେଟ୍ ସାମ୍ନାକୁ ଆସୁଛି । ମାର୍ଚ୍ଚ 7 ତାରିଖ ସୁଭଦ୍ରା ଯୋଜନା ଆବେଦନର ଡେଡଲାଇନ ବୋଲି ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ତେବେ କୌଣସି ଯୋଗ୍ୟ ହିତାଧିକାରୀ ଯେଭଳି ଭାବେ ଯୋଜନାରୁ ବାଦ ପଡିବେ ନାହିଁ ସେନେଇ ସରକାର ଚେଷ୍ଟା ଜାରି ରଖିଛନ୍ତି । ତେବେ ବଣ୍ଡା ଘାଟିରେ ସୁଭଦ୍ରା ଯୋଜନା ଅପହଞ୍ଚ ନେଇ ବଡ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ।
ସରକାରୀ ଅଧିକାରୀ ବଣ୍ଡା ଘାଟି ଯିବା ନେଇ ମନ୍ତ୍ରୀ କହିଛନ୍ତି । କାହିଁକି ବଣ୍ଡାଘାଟିରେ ବର୍ତ୍ତମାନ ସୁଦ୍ଧା ସମସ୍ତ ସୁଭଦ୍ରା ଯୋଜନାର ଫାଇଦା ଉଠାଇନାହାନ୍ତି ସେନେଇ କହିଛନ୍ତି ପ୍ରଭାତି ପରିଡା । ସରକାରୀ ଅଧିକାରୀ ବଣ୍ଡାଘାଟି ଯାଇ ଲୋକଙ୍କ ପାଖରେ ପହଞ୍ଚିବେ ବୋଲି ସେ କହିଛନ୍ତି । ବଣ୍ଡା ଘାଟିରେ 1711 ମହିଳାଙ୍କ ମଧ୍ୟରୁ 5 ଶହରୁ ଉର୍ଦ୍ଧ୍ବ ଟଙ୍କା ପାଇସାରିଛନ୍ତି । ଆବେଦନ ସମସ୍ୟା ନେଇ ଅନ୍ୟମାନେ ପାଇବା ବିଳମ୍ବ ହୋଇଛି । ସରକାରୀ ଅଧିକାରୀ ବଣ୍ଡା ଘାଟି ଯାଇ ଯାହା ସମସ୍ୟା ଅଛି ଦୂର କରିବେ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି । କହିରଖୁଛୁ କି, 2025 ମସିହା ମାର୍ଚ୍ଚ 7 ତାରିଖ ସୁଭଦ୍ରା ଯୋଜନା ଆବେଦନର ଶେଷ ତାରିଖ ରହିଛି । ବର୍ତ୍ତମାନ ସୁଦ୍ଧା 80 ଲକ୍ଷ 46 ହିତାଧିକାରୀଙ୍କୁ ବର୍ତ୍ତମାନ ସୁଦ୍ଧା ସୁଭଦ୍ରା ଟଙ୍କା ମିଳିସାରିଛି । 1 କୋଟି 46 ଲକ୍ଷ ମହିଳା ବର୍ତ୍ତମାନ ସୁଦ୍ଧା ସୁଭଦ୍ରା ଯୋଜନାରେ ପଞ୍ଜିକରଣ କରିଛନ୍ତି । ମାର୍ଚ୍ଚ 8 ତାରିଖ ମହିଳା ଦିବସରେ ଦ୍ବିତୀୟ ପର୍ଯ୍ୟାୟ ସୁଭଦ୍ରା ଟଙ୍କା ମିଳିବ ।