fbpx

Traffic Challan Rules; ଧ୍ୟାନ ଦିଅନ୍ତୁ, ଏମିତି ଗାଡ଼ି ନମ୍ବର ଥିଲେ ଲାଗିବ ମୋଟା ଅଙ୍କର ଫାଇନ୍

Advertisement

ନୂଆଦିଲ୍ଲୀ: ବର୍ତ୍ତମାନ ସାରା ଦେଶରେ ଟ୍ରାଫିକ ନିୟମକୁ କଡ଼ାକଡ଼ି କରିବାରେ ଲାଗିଛନ୍ତି ସରକାର । ସମସ୍ତ ପ୍ରକାର ଗାଡ଼ି ଏବଂ ଗାଡ଼ି ଚାଳକଙ୍କ ଉପରେ ତୀକ୍ଷ୍ଣ ନଜର ରଖିଛି ଟ୍ରାଫିକ ସିଷ୍ଟମ । ନିୟମ ଉଲ୍ଲଙ୍ଘନ ହେଲେ ମୋଟା ଅଙ୍କର ଫାଇନ୍ ଆଦାୟ କରିବା ପାଇଁ ମଧ୍ୟ ଛକ ଛକରେ ଟ୍ରାଫିକ ଅଫିସର ରହିଛନ୍ତି । ତେବେ ବର୍ତ୍ତମାନ ବିହାରରେ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ପ୍ଲେଟ ନଥିବା ଯାନବାହନ ବିରୋଧରେ ଅଭିଯାନ ଆରମ୍ଭ କରିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ପ୍ରସ୍ତୁତି ଜାରି ରହିଛି ।

ଯାନବାହନର ନମ୍ବର ପ୍ଲେଟକୁ ପରିବର୍ତ୍ତନ କରି ଡିଜାଇନର ବା ଷ୍ଟାଇଲିସ ନମ୍ବର ପ୍ଲେଟ ଲଗାଇବାକୁ ଏକ ଅପରାଧ ଭାବରେ ଗଣାଯାଇଛି । ଏଭଳି ନମ୍ବର ପ୍ଲେଟ ଲଗାଇଥିବା ଚାଳକମାନଙ୍କ ନାଁରେ ଚାଲାଣ କାଟିବା ସହ ୨୫୦୦ ଟଙ୍କାର ଫାଇନ୍ ଲଗାଇବା ପାଇଁ ନିୟମ କରାଯାଇଛି । ପ୍ରଥମ ଥର ଧରା ପଡ଼ିଲେ ୨୫୦୦ ଟଙ୍କା ଜରିମାନା ଆଦାୟ କରାଯିବ ଏବଂ ଦ୍ୱିତୀୟ ଥର ଧରା ପଡ଼ିଲେ ଗାଡ଼ି ଜବତ କରାଯିବ । ସେହିପରି ତୃତୀୟ ଥର ଧରା ପଡ଼ିଲେ ଗାଡ଼ି ପଞ୍ଜୀକରଣ ବାତିଲ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏ ନେଇ ପରିବହନ ମନ୍ତ୍ରୀ ବିଜୟ କୁମାର ଚୌଧୂରୀ ନିର୍ଦ୍ଦେଶ ଜାରି କରିଛନ୍ତି ।

ପରିବହନ ସଚିବ ସଞ୍ଜୟ କୁମାର ଅଗ୍ରୱାଲ କହିଛନ୍ତି ଯେ ସମସ୍ତ ଯାନରେ ଉଚ୍ଚ ସୁରକ୍ଷା ପଞ୍ଜୀକରଣ ପ୍ଲେଟ୍ ଲଗାଇବା ବାଧ୍ୟତାମୂଳକ ଅଟେ। ଯାନବାହାନର ନମ୍ବର ପ୍ଲେଟରେ କିଛି ଲେଖିବା ବେଆଇନ । ନମ୍ବର ପ୍ଲେଟ୍ କେବଳ ନିର୍ଦ୍ଦିଷ୍ଟ ଫର୍ମାଟରେ ହିଁ ରହିବ ବୋଲି କହିଛନ୍ତି ପରିବହନ ସଚିବ । ବିଭାଗ ଅନୁଯାୟୀ, ଗାଡିର ନମ୍ବର ପ୍ଲେଟରେ ଜାତି, ଧର୍ମ, ବୃତ୍ତି, ନାମ, ପ୍ରତୀକ, ଫଟୋ କିମ୍ବା ଅନ୍ୟ କୌଣସି ଜିନିଷ ଲେଖି ଗାଡି ଚଳାଇବା ଅନ୍ୟ ଡ୍ରାଇଭରଙ୍କ ଦୃଷ୍ଟି ଆକର୍ଷଣ କରିଥାଏ ଏବଂ ଦୁର୍ଘଟଣା ମଧ୍ୟ ଘଟାଇଥାଏ। ମୋଟର ଯାନ ଅଧିନିୟମ ଅନୁଯାୟୀ ନମ୍ବର ପ୍ଲେଟ୍ ପାଇଁ ଏକ ନିର୍ଦ୍ଦିଷ୍ଟ ମାନକ ସ୍ଥିର କରାଯାଇଛି ।

ପରିବହନ ବିଭାଗ ମଧ୍ୟ ସାଧାରଣ ଲୋକଙ୍କ ସହଯୋଗ ଲୋଡିଛି । ଏଥିପାଇଁ ପରିବହନ ବିଭାଗ କଣ୍ଟ୍ରୋଲ ରୁମ୍ ନମ୍ବର ୯୧୫୩୯୭୧୮୯୭ ଜାରି କରିଛି ପରିବହନ ବିଭାଗ । କୌଣସି ବ୍ୟକ୍ତି ନିୟମ ଉଲ୍ଲଂଘନ କରୁଥିଲେ, ଡିଜାଇନର୍ ପ୍ଲେଟ୍ ସହିତ ସେହି ଗାଡ଼ିର ଫଟୋଗ୍ରାଫ୍ ହ୍ୱାଟ୍ସଆପ୍ ମାଧ୍ୟମରେ ବିଭାଗକୁ ପଠାଇ ପାରିବେ। ଏହାପରେ ଯାନ ଚିହ୍ନଟ କରି ବିଭାଗ ଗାଡି ମାଲିକଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିପାରିବ।

Get real time updates directly on you device, subscribe now.