fbpx

ଯୌନ ସ୍ୱାସ୍ଥ୍ୟ ସଚେତନତା ପାଇଁ ଡିଜାଇନରଙ୍କ ନିଆରା ପ୍ରୟାସ; Expired କଣ୍ଡୋମରୁ ତିଆରି କଲେ ସୁନ୍ଦର ଡ୍ରେସ୍

ଓଡ଼ିଶା ଭାସ୍କର: ଫ୍ୟାଶନ ଏବଂ ଜନସ୍ୱାସ୍ଥ୍ୟର ଏକ ଅଭିନବ ମିଶ୍ରଣରେ ଡିଜାଇନର୍ ଗୁନାର୍ ଡେଥ୍ରେଜ୍ ଯୌନ ସ୍ୱାସ୍ଥ୍ୟ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ନେଇଛନ୍ତି ଏକ ସାହସିକ ପଦକ୍ଷେପ। ଲସ୍ ଆଞ୍ଜେଲସ୍ କାଉଣ୍ଟି ଡିପାର୍ଟମେଣ୍ଟ ଅଫ୍ ପବ୍ଲିକ୍ ହେଲ୍ଥ ସହ ମିଶି  Expired କଣ୍ଡୋମରୁ ଡ୍ରେସ୍ ପ୍ରସ୍ତୁତ କରିଛନ୍ତି ଡେଥ୍ରେଜ୍। ଯୌନ ସ୍ୱାସ୍ଥ୍ୟ ସଚେତନତାକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିବା ଏହି ପ୍ରୋଜେକ୍ଟକୁ ୟୁଟ୍ୟୁବରେ ଏକ ଭିଡିଓ ଛଡ଼ାଯାଇଛି ଯାହା ଖୁବ ଶୀଘ୍ର ଭାଇରାଲ ହେବାରେ ଲାଗିଛି ।

ଭିଡିଓରେ ଡେଥ୍ରେଜ୍ କଣ୍ଡୋମକୁ ପିନ୍ ଏବଂ ଜିପ୍ ଟାଇ ବ୍ୟବହାର କରି ଫୁଲ ଆକାରରେ ପରିଣତ କରି ସଜାଉଥିବା ଦେଖିବାକୁ ମିଳୁଛି, ତା’ପରେ ସୁନ୍ଦର ଦେଖାଯିବା ପାଇଁ ସ୍ପ୍ରେ-ପେଣ୍ଟିଂ କରୁଛନ୍ତି। ଏହାପରେ ଏହାକୁ ଏକ ଅଳଙ୍କାରର ରୂପରେ ସଜାଇ ଏଗୁଡ଼ିକୁ ସାବଧାନତାର ସହ ଏକ କଳା ରଙ୍ଗର ପୋଷାକରେ ସିଲେଇ କରି ଦିଆଯାଉଛି, ଯାହାଫଳରେ ପୋଷାକର ସୁନ୍ଦରତା ଆହୁରି ବଢ଼ିଯାଇଥିବା ଦେଖିବାକୁ ମିଳିଥିଲା ।

ଏହି ପୋଷାକକୁ ସୋସିଆଲ ମିଡ଼ିଆରେ ଭଲ ପ୍ରତିକ୍ରିୟା ମିଳିଛି। ଡେଥରେଜଙ୍କ ପ୍ରତିଭା ଏବଂ ଯୌନ ସ୍ୱାସ୍ଥ୍ୟ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ତାଙ୍କର ଏପରି ନିଷ୍ଠା ଦେଖି ଲୋକମାନେ ପ୍ରଭାବିତ ହୋଇଥିଲେ । ସୁରକ୍ଷିତ ଯୌନ ଅଭ୍ୟାସ ଏବଂ ଯୌନ ସଂକ୍ରମଣ (ଏସଟିଆଇ) ବିରୋଧରେ ଚାଲିଥିବା ଲଢ଼େଇର ଗୁରୁତ୍ୱ ବିଷୟରେ ଏହି ପ୍ରକଳ୍ପ ଏକ ଶକ୍ତିଶାଳୀ ସ୍ମାରକୀ ଭାବରେ କାର୍ଯ୍ୟ କରିବ ବୋଲି ଆଶା କରାଯାଇଛି।

 

Get real time updates directly on you device, subscribe now.