fbpx

ରପ୍ତାନି ବନ୍ଦ ସତ୍ୱେ ଗହମର ମୂଲ୍ୟ ବୃଦ୍ଧିରେ ଲାଗୁନି ରୋକ, ମୂଲ୍ୟ ହ୍ରାସ କରିବାକୁ ବଡ ନିଷ୍ପତ୍ତି ନେଇପାରନ୍ତି ସରକାର

ନୂଆଦିଲ୍ଲୀ: ଦେଶରେ ଦେଖା ଦେଇଛି ଗହମ ଅଭାବୀ ସଙ୍କଟ, ଏହି କାରଣରୁ ଗହମର ମୂଲ୍ୟରେ ବହୁତ ବୃଦ୍ଧି ଘଟିଛି। ମେ ୨୦୨୨ ରେ, ଘରୋଇ ବଜାରରେ ମୂଲ୍ୟ ବୃଦ୍ଧି ହେତୁ ସରକାର ଗହମ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇଥିଲେ ହେଁ ମେ ମାସରୁ ଗହମ ମୂଲ୍ୟରେ ୨୭ ପ୍ରତିଶତ ବୃଦ୍ଧି ଘଟିଛି। ଯାହା ପରେ ସରକାର ମୂଲ୍ୟବୃଦ୍ଧି ପାଇଁ ବଡ ନିଷ୍ପତ୍ତି ନେଇପାରିବେ ଯାହା ଦ୍ୱାରା ସାଧାରଣ ଲୋକ ମହଙ୍ଗା ଗହମରୁ ମୁକ୍ତି ପାଇପାରିବେ। ଖାଦ୍ୟ ସାମଗ୍ରୀର ମୁଦ୍ରାସ୍ଫୀତି ସରକାରଙ୍କୁ ନିରନ୍ତର ଅସୁବିଧାରେ ପକାଉଛି। ସରକାରଙ୍କ ପଦକ୍ଷେପ ସତ୍ୱେ ମୂଲ୍ୟ ବୃଦ୍ଧିରେ ରୋକ ଲାଗିନାହିଁ।

ଗହମର ମୂଲ୍ୟକୁ ନିୟନ୍ତ୍ରଣ କରିବା ପାଇଁ ସରକାର ଖୋଲା ବଜାରରେ ଗହମ ଛାଡିପାରିବେ। ଏହା ବ୍ୟତୀତ ଦେଶରେ ଗହମ ଆମଦାନୀ ଉପରେ ୪୦ ପ୍ରତିଶତ ଆମଦାନୀ ଟ୍ୟାକ୍ସ ରଦ୍ଦ ହୋଇପାରିବ। ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇବା ପରେ ମଧ୍ୟ ଗହମ ମୂଲ୍ୟରେ ବୃଦ୍ଧି ଘଟିଛି। ଘରୋଇ ବଜାରରେ ଗହମର ମୂଲ୍ୟ ଟନ୍ ୨୬,୫୦୦ ଟଙ୍କାରେ ପହଞ୍ଚିଛି, ଯାହା ମେ ୨୦୨୨ ତୁଳନାରେ ୨୭ ପ୍ରତିଶତ ଅଧିକ।

ଗହମ ଉତ୍ପାଦନ କରିବାରେ ଭାରତ ହେଉଛି ଦ୍ୱିତୀୟ ବୃହତ୍ତମ ଏବଂ ଏଠାରେ ବ୍ୟବହାର ମଧ୍ୟ ବହୁତ ଅଧିକ। ମହଙ୍ଗା ଗହମ ଯୋଗୁଁ ବଜାରରେ ଅଟା ଓ ମଇଦା ମହଙ୍ଗା ହୋଇଗଲାଣି। ମଇଦା ମୂଲ୍ୟ ହେତୁ, ଏଥିରୁ ପ୍ରସ୍ତୁତ ଜିନିଷଗୁଡ଼ିକର ମୂଲ୍ୟ ବୃଦ୍ଧି ପାଇଛି ଯେପରିକି ବିସ୍କୁଟ, ରୁଟି ଅନ୍ତର୍ଭୁକ୍ତ। ତଥାପି, ବିଶ୍ୱାସ କରାଯାଉଁଛି ଯେ, ଆଗାମୀ ବର୍ଷ ପର୍ଯ୍ୟନ୍ତ ଗହମର ନୂତନ ଯୋଗାଣ ନ ଆସିବା ଯାଏଁ, ମହଙ୍ଗା ଗହମରୁ ମୁକ୍ତି ପାଇବାର ସମ୍ଭାବନା ବହୁତ କମ୍। ସରକାରଙ୍କ ତଥ୍ୟ ଅନୁସାରେ ଅକ୍ଟୋବର ଆରମ୍ଭରେ, ସରକାରଙ୍କ ଗୋଦାମରେ ୨୨.୭ ନିୟୁତ ଟନ୍ ଗହମର ଷ୍ଟକ୍ ଥିଲା। ଯାହାକି ଏକ ବର୍ଷର ୪୬.୯ ନିୟୁତ ଟନ୍ ଠାରୁ କମ୍ ଅଟେ। ତେବେ ୨୦୨୨ ମସିହାରେ ଫସଲ ନଷ୍ଟ ହେତୁ ସରକାରୀ କ୍ରୟରେ ୫୭ ପ୍ରତିଶତ ହ୍ରାସ ଘଟିଥିଲା, ଯେଉଁଠି ପାଇଁ ଏତେ ସବୁ ସମସ୍ୟା ସୃଷ୍ଟି ହୋଇଛି।

Get real time updates directly on you device, subscribe now.