fbpx

ଆତଙ୍କବାଦୀଙ୍କୁ ଚିହ୍ନିଥିବା ଦେବିକା ରୋଟାୱନ, ସାମିଲ ହେଲେ ଭାରତ ଯୋଡ଼ ଯାତ୍ରାରେ

ଜୟୀପୁର: ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ ଯାତ୍ରାରେ ଦେବିକା ରୋଟାୱନ ନାମକ ଯୁବତୀ ଅଂଶୀଦାର ହୋଇଛନ୍ତି । ଦେବିକା ନଭେମ୍ବର ୨୬/୧୧ ଆତଙ୍କବାଦୀ ଆକ୍ରମଣରେ ଶିକାର ହୋଇଥିଲେ ଏବଂ ସେମାନଙ୍କ ବିରୋଧରେ ସାକ୍ଷୀ ଦେଇଥିଲେ । ରାହୁଲ ଗାନ୍ଧୀଙ୍କ ଯାତ୍ରାରେ ସାମିଲ ହୋଇଥିବା ଦେବିକାଙ୍କ ଫଟୋ ସେୟାର କରି ଲେଖିଛନ୍ତି ଯେ, ୯ବର୍ଷର ଦେବିକା ରୋଟାୱନ ୨୬/୧୧ରେ ଆହତ ହୋଇଥିଲେ । ଏହାପରେ ଦେଶକୁ ନ୍ୟାୟ ଦେବା ପାଇଁ ସାକ୍ଷୀ ବନିଥିଲେ । ବର୍ତ୍ତମାନ ସେ ଭାରତ ଯୋଡ଼ ଯାତ୍ରା ରେ ସାମିଲ ହୋଇଛନ୍ତି ।

କଂଗ୍ରେସ ସାଂସଦ ନିଜର ଟ୍ୱିଟରେ ଲେଖିଛନ୍ତି ଯେ, ରାଜସ୍ଥାନର ସରକାର ତାଙ୍କ ଦେଶ ଭକ୍ତିକୁ ସମ୍ମାନ କରି ତାଙ୍କ ପରିବାରର ସ୍ୱପ୍ନ ପୂରଣ କରୁଛନ୍ତି । ରାହୁଲ ଗାନ୍ଧୀଙ୍କ ଏହି ଟ୍ୱିଟକୁ ରିଟ୍ୱିଟ କରି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ଲେଖିଛନ୍ତି ଯେ, ଦେବିକା ‘ଡାରୋ ମ୍ୟାଟ୍’ର ପ୍ରକୃତ ଉଦାହରଣ, ଯିଏ ନିର୍ଭୟରେ ସାରା ରାଜ୍ୟର ପ୍ରତିଷ୍ଠା ବଢ଼ାଇଛନ୍ତି। ତାଙ୍କର ଅଦମ୍ୟ ସାହସ ଏବଂ ଦେଶପ୍ରେମ ସମ୍ମାନର ଯୋଗ୍ୟ । ଏହାକୁ ଦୃଷ୍ଟିରେ ରଖି ରାଜସ୍ଥାନ ସରକାର ସେମାନଙ୍କ ପାଇଁ ଆବାସ ଯୋଗାଇବାକୁ ନିଷ୍ପତ୍ତି ନେଇଛନ୍ତି।

ସୂଚନା ଅନୁଯାୟୀ, ୨୦୦୮ ମସିହାରେ ଘଟିଥିବା ମୁମ୍ବାଇ ଆତଙ୍କବାଦ ଘଟଣାର ମୁଖ ସାକ୍ଷୀ ହେଉଛନ୍ତି ଦେବିକା ରୋଟାୱନ । ଯିଏ ଆତଙ୍କବାଦୀ ଅଜମଲ କାସାବଙ୍କୁ ଚିହ୍ନଟ କରିଛନ୍ତି । ମୁମ୍ବାଇ ଛତ୍ରପତି ଶିବାଜୀ ଟର୍ମିନାସରେ ହୋଇଥିବା ଆକ୍ରମଣରେ ଦେବିକାଙ୍କ ଗୋଡରେ ଗୁଳିବାଜିଥିଲା । ସେତେବେଳେ ତାଙ୍କୁ ମାତ୍ର ୯ ବର୍ଷ ହୋଇଥିଲା । ୨୬ ନଭେମ୍ବର ୨୦୦୮ରେ ଯେତେବେଳେ ଆକ୍ରମଣ ଆରମ୍ଭ ହୋଇଥିଲା ସେ ତାଙ୍କ ବାପା ଏବଂ ଭାଇଙ୍କ ସହ ଟ୍ରେନକୁ ଅପେକ୍ଷା କରିଥିଲେ ।

ଅଜମଲ କସାବଙ୍କ ବିରୋଧ ମକବ୍ଦମାରେ ସେ ସବୁଠାରୁ କମ ବୟସର ସାକ୍ଷୀ ଥିଲେ । ୧୦ ଜୁନ ୨୦୦୯ରେ, ମୋକବ୍ଦମା ଚାଲିଥିବା ବେଳେ ସେ ସାକ୍ଷୀ ଦେଇ କହିଥିଲେ ଯେ, କସାବଙ୍କୁ ମୁଁ ଟ୍ରେନ ଷ୍ଟେସନରେ ଏକ ହତ୍ୟାକାରୀ ରୂପରେ ଦେଖିଥିଲି । ଏହାସହ ତାଙ୍କ ବାପା ମଧ୍ୟ ସାକ୍ଷୀ ଦେଇଥିଲେ । ସେଥିପାଇଁ ରାଜସ୍ଥାନ ସରକାର ତାଙ୍କୁ ଆବାସ ପ୍ରଦାନ କରିବାକୁ ନିର୍ଣ୍ଣୟ ନେଇଛନ୍ତି ।

 

Get real time updates directly on you device, subscribe now.