fbpx
BSKY SKY
BSKY SKY

ସର୍ଜରୀ ପରେ ଘରକୁ ଫେରିଲେ ଦେବୋଲିନା: ଭିଡିଓ ଶେୟାର କରି କହିଲେ ‘ଭାଙ୍ଗି ଯାଇଥିଲା ଆତ୍ମବିଶ୍ୱାସ’

BSKY

ମୁମ୍ବାଇ: ଲୋକପ୍ରିୟ କଳାକାର ଭଟ୍ଟାଚାର୍ଯ୍ୟଙ୍କୁ ‘ବିଗ୍ ବସ୍ ୧୫’ ର ଫାଇନାଲ ପୂର୍ବରୁ ଟାସ୍କ ସମୟରେ ଆହତ ହେବା କାରଣରୁ ହାରିବାକୁ ପଡ଼ିଥିଲା । ଏହି ଟାସ୍କରେ ସେ ରଶ୍ମି ଦେଶାଇଙ୍କ ଠାରୁ ହାରିଯାଇଥିଲେ । ତେବେ ଆହତ ଯୋଗୁଁ ତାଙ୍କୁ ହସ୍ପିଟାଲରେ ମଧ୍ୟ ଭର୍ତ୍ତି ହେବାକୁ ପଡ଼ିଥିଲା । ଯେଉଁଠାରେ ତାଙ୍କର ନର୍ଭ ଡିକମ୍ପ୍ରେସନ ସର୍ଜରୀ ମଧ୍ୟ କରାଯାଇଛି ।

ତେବେ ବର୍ତ୍ତମାନ ଦେବୋଲିନା ଏବେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ସେ ଏକ ଭିଡିଓ ପୋଷ୍ଟ କରି ନିଜ ଫ୍ୟାନମାନଙ୍କୁ ସୂଚନା ଦେଇଛନ୍ତି । ଏହା ସହ ସେ ତାଙ୍କ ‘ବିଗ ବସ୍ ୧୫’ ର ଯାତ୍ରା ବିଷୟରେ ମଧ୍ୟ କହିଛନ୍ତି । ସେ କହିଛନ୍ତି ତାଙ୍କର ୧୯ ଘଣ୍ଟାର ଟାସ୍କ ଯୋଗୁଁ ତାଙ୍କର ଅବସ୍ଥା କିପରି ହୋଇଥିଲା । ଭିଡିଓରେ ସେ ଏକ ୱାକର ସାହାଯ୍ୟରେ ଚାଲୁଥିବାର ମଧ୍ୟ ନଜର ଆସିଛନ୍ତି ।

ଦେବୋଲିନା ତାଙ୍କ ପୋଷ୍ଟରେ ଲେଖିଛନ୍ତି ଯେ ‘ ମୋର ବିଗ୍ ବସ୍ ୧୫ର ଯାତ୍ରା ରୋଲର କୋଷ୍ଟର ଭଳି ଥିଲା । ମୁଁ ମାନସିକ, ଶାରୀରିକ ସ୍ତରରେ ଅନେକ ପରିସ୍ଥିତିର ସାମ୍ନା କରିଥିଲି । ଆପଣ ସମସ୍ତେ ଜାଣନ୍ତି ମୁଁ ଟାସ୍କ ସମୟରେ ଆହତ ହୋଇଯାଇଥିଲି । ବିଗ ବସ୍ ୧୫ ରୁ ବାହାରିବା ପରେ ତୁରନ୍ତ କରିବାକୁ ପଡ଼ିଥିଲା । ସେତେବେଳେ ମୁଁ ସଂପୂର୍ଣ୍ଣ ଭାବରେ ନିଜର ଆତ୍ମବିଶ୍ୱାସ ହରାଇଥିଲି । ଏହି କଠିନ ସମୟରେ ମୋର ଇଚ୍ଛା ଶକ୍ତି ଏବଂ ଭାଗବାନଙ୍କ ଉପରେ ବିଶ୍ୱାସ ଫଳରେ ଆଜି ଏହି କଠିନ ପରିସ୍ଥିତିରୁ ମୁଁ ବାହାରକୁ ଆସିପାରିଛି । ମୁଁ ଆପଣ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି ।’ ଏହା ସହ ସେ ନିଜ ମା’,ପରିବାର ବର୍ଗ ତଥା ଫ୍ୟାନମାନଙ୍କୁ ଧନ୍ୟବାଦ ଦେଇଛନ୍ତି ।

ସୂଚନାଯୋଗ୍ୟ, ଦେବୋଲିନା ବିଗ୍ ବସ୍ ସିଜିନ୍ ୧୫ ରେ ୱାଇଲ୍ଡ କାର୍ଡ ଏଣ୍ଟ୍ରି କରିଥିଲେ । ଯେଉଁଠାରେ ଏକ ଟାସ୍କ ସମୟରେ ତାଙ୍କୁ ଆଘାତ ଲାଗିଥିଲା ଓ ସେ ହାରି ଯାଇଥିଲେ ଏବଂ ଫାଇନାଲକୁ ଯାଇପାରିନଥିଲେ । ତେବେ ସେ ନିଜକୁ ସାନ୍ତ୍ୱନା ଦେବା ସହ କହିଛନ୍ତି ‘ ମୁଁ ନିଜକୁ ଧନ୍ୟବାଦ ଦେବାକୁ ଚାହିଁବି କାରଣ ମୁଁ କେବେବି ହାର ମାନିନଥିଲି । ଏହା ବହୁତ ଲମ୍ବା ଯାତ୍ରା । ଠିକ୍ ଅଛି ସମୟ ଲାଗିବ । କିନ୍ତୁ ମୋର ଚେଷ୍ଟା ଜାରି ରହିବ । ‘ଦିଲ ହେ ଛୋଟାସା, ଛୋଟି ସୀ ଆଶା ।’

 

View this post on Instagram

 

A post shared by Devoleena Bhattacharjee (@devoleena)

Get real time updates directly on you device, subscribe now.