ଗାର୍ଲଫ୍ରେଣ୍ଡକୁ ହତ୍ୟା କରି ୯ ମାସ ଧରି ଫ୍ରିଜରେ ରଖିଥିଲା ମୃତଦେହ, ସୁଇଚ୍ ଅଫ୍ କରିବା ପରେ ଜଣାପଡ଼ିଲା ସତ
ପ୍ରେମିକାକୁ ମାରି ଫ୍ରିଜରେ ରଖିଥିଲା ଶବ। ୯ ମାସ ପରେ ପଡ଼ିଲା ଧରା। ୫ ବର୍ଷ ଧରି ଲିଭ୍ ଇନରେ ଥିଲେ। ପାୱାର ଅଫ୍ ପରେ ସାମ୍ନାକୁ ଆସିଲା ସତ।
ଭୋପାଳ: ମଧ୍ୟପ୍ରଦେଶର ଦେବାସ ସହରର ବୃନ୍ଦାବନ ଧାମ କଲୋନୀରେ ଦୃଦୟବିଦାରକ ଘଟଣା। ଏକ ଘରେ ଫ୍ରିଜ୍ ରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି।
ବିଦ୍ୟୁତ୍ ବନ୍ଦ ହେବା ପରେ ଘରର ଦୁର୍ଗନ୍ଧ ଆସିଥିଲା। ଘର ମାଲିକଙ୍କୁ ସନ୍ଦେହ ହେବାରୁ ଏହି ଘଟଣା ସାମ୍ନାକୁ ଆସିଲା। ଘଟଣା ଜାଣିଲେ ହେବେ ଆଶ୍ଚର୍ଯ୍ୟ।
୨୦୨୪ ମାର୍ଚ୍ଚରେ ହତ୍ୟା କାଣ୍ଡ ପରେ ମହିଳାଙ୍କ ମୃତଦେହକୁ ଫ୍ରିଜରେ ରଖାଯାଇଥିବା ପୁଲିସ ତଦନ୍ତ ଆରମ୍ଭ କରି ଜାଣିବାକୁ ପାଇଥିଲା।
ପାୱାର ଅଫ୍ ପରେ ସାନ୍ନାକୁ ଆସିଲା ସତ: ଘଟଣା ଅନୁଯାୟୀ, ଇନ୍ଦୋର ବାସିନ୍ଦା ଧୀରେନ୍ଦ୍ର ଶ୍ରୀବାସ୍ତବଙ୍କ ଏହି ଘର ୨୦୨୩ ଜୁନ୍ ମାସରୁ ଭଡ଼ାରେ ଥିଲା। ଭଡ଼ାଟିଆ ସଞ୍ଜୟ ପଟିଦାର ଏବଂ ପିଙ୍କି ଓରଫ ପ୍ରତିଭା ପ୍ରଜାପତି ଏଠାରେ ରହୁଥିଲେ।
ଜୁନ୍ ୨୦୨୩ରେ ସଞ୍ଜୟ ଘର ଖାଲି କରିଦେଇଥିଲେ, ଯଦିଓ ସେ କିଛି ରୁମ୍ ଏବଂ ଜିନିଷପତ୍ର ଛାଡ଼ି ଯାଇଥିଲେ। ପରେ ଘର ମାଲିକ ବଲବୀର ସିଂହଙ୍କୁ ଘର ଭଡ଼ାରେ ଦେଇଥିଲେ।
ସଞ୍ଜୟ କୋଠରୀ ଖୋଲା ନ ରଖିଥିବାରୁ ବଳବୀର ତାଲା ଭାଙ୍ଗି ଜିନିଷ ପତ୍ର ବାହାର କରିଥିଲେ। ଏହି ସମୟରେ ସେ ଫ୍ରିଜ୍ ଅନ୍ ଥିବା ଦେଖିଥିଲେ, ଯାହା ସୁଇଚ୍ ଅଫ୍ ଥିଲା।
#WATCH देवास (मध्य प्रदेश): पुलिस ने वृंदावन धाम कॉलोनी में फ्रिज से एक महिला का शव बरामद किया, आरोपी गिरफ्तार किया गया। (10.01)
एसपी पुनीत गेहलोत ने कहा, “सूचना मिली कि वृंदावन धाम कॉलोनी में एक फ्रिज में एक महिला का शव पाया गया। सूचना मिलने के तुरंत बाद हम लोग घटनास्थल पर… pic.twitter.com/Ob2JgPGhIS
— ANI_HindiNews (@AHindinews) January 11, 2025
୫ ବର୍ଷ ଧରି ଲିଭ୍ ଇନ୍ ରେ ଥିଲେ: ପରଦିନ ସକାଳେ କୋଠରୀରୁ ଦୁର୍ଗନ୍ଧ ବାହାରିବାରୁ ବଳବୀର ଘର ମାଲିକ ଓ ପୁଲିସକୁ ଖବର ଦେଇଥିଲେ।
ପୁଲିସ ଘଟଣାସ୍ଥଳରେ ପହଞ୍ଚି ଫ୍ରିଜ୍ ଖୋଲିବା ପରେ ସେଥିରେ ପିଙ୍କିଙ୍କ ମୃତଦେହ ମିଳିଥିଲା। ତଦନ୍ତ ବେଳେ ଜଣାପଡିଛି ଯେ ମହିଳା ଓ ସଞ୍ଜୟ ଗତ ୫ ବର୍ଷ ଧରି ଲିଭ୍ ଇନ୍ ରିଲେସନସିପରେ ଥିଲେ।
ମହିଳା ଜଣକ ତାଙ୍କୁ ବିବାହ ପାଇଁ ଚାପ ପକାଇଥିଲେ, ଯାହା ପରେ ସଞ୍ଜୟ ଏବଂ ତାଙ୍କ ସହଯୋଗୀ ବିନୋଦ ଦବେ ମିଶି ମହିଳାଙ୍କୁ ହତ୍ୟା କରିଥିଲେ।
ମୁଖ୍ୟ ଅଭିଯୁକ୍ତ ଗିରଫ: ପୋଲିସ ସଞ୍ଜୟଙ୍କୁ ଗିରଫ କରି ଜାଣିବାକୁ ପାଇଛି ଯେ ବିନୋଦ ଦବେ ବର୍ତ୍ତମାନ ଜେଲରେ ଅଛନ୍ତି । ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ହତ୍ୟାକାଣ୍ଡ ପରେ ମୃତଦେହକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଫ୍ରିଜରେ ରଖାଯାଇଥିଲା, ଯାହା ଫଳରେ ଶରୀରରେ କୌଣସି ଦୁର୍ଗନ୍ଧ ଆସିନଥିଲା ।