fbpx

ଭକ୍ତ ହେବେ ନିରାଶ! ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ହେଲା ଧବଳେଶ୍ୱର ଝୁଲାପୋଲ

ଆଠଗଡ଼(ଓଡ଼ିଶା ଭାସ୍କର): ଗୁଜରାଟ ଝୁଲାପୋଲ ଛିଡ଼ିବା ପରେ ଆକ୍ସନ ମୋଡକୁ ଆସିଛି ପ୍ରଶାସନ । ଆଗକୁ ବଡ଼ ଓଷା ଥିବା ବେଳେ ଧବଳେଶ୍ୱର ଝୁଲାପୋଲକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କରି ରଖାଯାଇଛି । ସ୍ଥିତି ଅନୁଧ୍ୟାନ ପରେ କଟକ ଜିଲ୍ଲାପାଳ ଏନେଇ ସୂଚନା ଦେଇଛନ୍ତି ।

କଟକ ଜିଲ୍ଲାପାଳଙ୍କ କହିବା ମୁତାବକ, ‘ଧବଳେଶ୍ୱର ଝୁଲାପୋଲର ସ୍ଥିତି ସମ୍ପୂର୍ଣ୍ଣ ଖରାପ ରହିଛିି । ଭକ୍ତଙ୍କ ଯାତାୟତ ପାଇଁ ଆଦୌ ସୁରକ୍ଷିତ ନୁହେଁ । ଝୁଲାପୋଲ ପାଇଁ ୧୪୪ ଧାରା ବଳବତ୍ତର ରହିବ ।’

ତେବେ ଆଗକୁ ଆସୁଛି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ଏଥିପାଇଁ ଆଠଗଡର ବାବା ଧବଳେଶ୍ୱର ପୀଠ ଖୁବ ଚଳଚଞ୍ଚଳ ହୋଇଥାଏ । ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ଶ୍ରଦ୍ଧାଳୁ ଏଠାକୁ ବୁଲିବାକୁ ଆସିଥାନ୍ତି । କିନ୍ତୁ ଚଳିତବର୍ଷ ପୂର୍ଣ୍ଣମୀ ପୂର୍ବରୁ ଏଠାରେ ୧୪୪ ଧାରା ଲାଗୁ କରିଛି ପ୍ରଶାସନ । ଗୁଜୁରାଟର ଝୁଲାପୋଲ ଛିଡିବା ଘଟଣା ପରେ ଓଡିଶା ପ୍ରଶାସନର ଚେତା ପଶିଛି । ଏଥିପାଇଁ ଧବଳେଶ୍ୱରର ଝୁଲାପୋଲ ମରାମତି ନେଇ ଏଠାରେ ୧୪୪ ଧାରା ଜାରି ହୋଇଛି । ଝୁଲା ପୋଲର କ୍ଷମତା ଦିନକୁ ଦିନ କମିବାରେ ଲାଗୁଥିବାବେଳେ ଏହାର କିଛି ସ୍ଥାନରେ ଫାଟ ସୃଷ୍ଟି ହୋଇଛି। ଆଉ ଏସବୁକୁ ଦୃଷ୍ଟିରେ ରଖି ଧବଳେଶ୍ବର ପୀଠରେ ଅନିର୍ଦ୍ଧିଷ୍ଟକାଳ ପାଇଁ ୧୪୪ ଧାରା ଜାରି ସମେତ ଶ୍ରଦ୍ଧାଳୁଙ୍କୁ ବାରଣ କରାଯାଇଛି।

Get real time updates directly on you device, subscribe now.