fbpx

ଧକ୍ ଧକ୍ ଗର୍ଲଙ୍କ ସହ ବଡା ପାଓ ର ମଜା ନେଲେ ଆପଲ୍ ସିଇଓ : ମୁମ୍ବାଇ ସ୍ୱାଗତ ପାଇଁ ଏହା ଠାରୁ ଭଲ ଖାଦ୍ୟ ଆଉ କିଛି ନାହିଁ

ମୁମ୍ବାଇ : ଆପଲ୍ ସିଇଓ ଟିମ୍ କୁକ୍ ମୁମ୍ବାଇରେ ଜିଓ ୱାର୍ଲ୍ଡ ଡ୍ରାଇଭ୍ ମଲ୍ ରେ ଏକ ଷ୍ଟୋର ଲଞ୍ଚ ପାଇଁ ପହଞ୍ଚିଛନ୍ତି । ଭାରତରେ ବ୍ୟସ୍ତବହୁଳ କାର‌୍ୟ୍ୟସୂଚୀ ମଧ୍ୟରେ ସେ ସ୍ଥାନୀୟ ଖାଦ୍ୟ ବଡା ପାଓ ର ମଜା ନେବାକୁ ଭୁଲି ନାହାନ୍ତି । ସେ ପୁଣି ଧକ୍ ଧକ୍ ଗର୍ଲ ମାଧୁରୀ ଦୀକ୍ଷିତଙ୍କ ସହ ।

ଆପଲ୍ ସିଇଓ ଟିମ୍ କୁକ୍ ଙ୍କୁ ମୁମ୍ବାଇରେ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ସ୍ୱାଗତ କରିଥିଲେ । ପରେ ଉଭୟ ଗୋଟିଏ ଟେବୁଲରେ ବଡା ପାଓର ମାଜା ନେଇଥିଲେ । ମାଧୁରୀ ଏହାର ଏକ ଫଟୋ ସେୟାର କରିଛନ୍ତି। ସେ କହିଛନ୍ତି ଯେ ସ୍ୱାଗତ ଉତ୍ସବ ପାଇଁ ବଡା ପାଓ ଠାରୁ ଭଲ ଆଉ କ’ଣ ହୋଇପାରେ । ମାଧୁରୀଙ୍କ ଟ୍ୱିଟରେ ଟିମ୍ କୁକ୍ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ ସେ ଏହାକୁ ପ୍ରଥମ ଥର ଖାଇଲେ । ଏହାକୁ ବହୁତ ସ୍ୱାଦିଷ୍ଟ ମଧ୍ୟ.. ।

ମାଧୁରୀ ସେୟାର କରିଥିବା ଫଟୋରେ ସେ ଟିମ୍ କୁକ୍ ଙ୍କ ସହ ଏକ ଟେବୁଲ ଉପରେ ବସିଛନ୍ତି। ଦୁହେଁ ବଡା ପାଓ କୁ ନିଜ ହାତରେ ଧରି ଉଭୟ ହସୁଛନ୍ତି । ଏହି ଅବସରରେ ମାଧୁରୀ ଗୋଲାପୀ ରଙ୍ଗର କୁର୍ତ୍ତା ପିନ୍ଧିଛନ୍ତି ଏବଂ ଟିମ୍ କୁକ୍ ଏକ ଧଳା ଟି-ସାର୍ଟରେ ନଜର ଆସିଛନ୍ତି । ମାଧୁରୀ କ୍ୟାପସନରେ ଲେଖିଛନ୍ତି, ‘ମୁମ୍ବାଇରେ ବଡା ପାଓ ବ୍ୟତୀତ ଏକ ଭଲ ସ୍ୱାଗତ ବିଷୟରେ ଚିନ୍ତା କରିହେବ ନାହିଁ।’ ଶାକାହାରୀ ଥିବା ଟିମ୍ ମାଧୁରୀଙ୍କ ଟ୍ୱିଟକୁ ଉତ୍ତର ଦେଇ ଲେଖିଛନ୍ତି, ‘ ବଡା ପାଓ ସହ ମୋର ପରିଚିତ କରିଥିବାରୁ ମାଧୁରୀଙ୍କୁ ଧନ୍ୟବାଦ। ଏହା ବହୁତ ସ୍ୱାଦିଷ୍ଟ ଥିଲା। ‘

ଏହାପୂର୍ବରୁ ଟିମ୍ ମୁମ୍ବାଇରେ ମୁକେଶ ଅମ୍ବାନୀଙ୍କ ବାସଭବନ ଆଣ୍ଟିଲିଆରେ ପହଞ୍ଚିଥିଲେ। ମୁକେଶ ଅମ୍ବାନୀଙ୍କ ପୁଅ ଆକାଶ ଅମ୍ବାନୀ ତାଙ୍କୁ ସ୍ୱାଗତ କରିଥିଲେ । ସୂଚନାନୁସାରେ, ଟିମ୍ କୁକ୍ ବୁଧବାର ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ଭେଟିବେ। ଏହା ସହ ସେ ଆଇଟି ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖରଙ୍କୁ ମଧ୍ୟ ଭେଟିବାର ସମ୍ଭାବନା ରହିଛି।

ଭାରତରେ ପହଞ୍ଚିବା ପରେ ଟିମ୍ କୁକ୍ ଟ୍ୱିଟ୍ କରି କହିଛନ୍ତି, ହେଲୋ ମୁମ୍ବାଇ । ଆସନ୍ତାକାଲି ଗ୍ରାହକଙ୍କୁ ନୂତନ ଆପଲ୍ ବି.କେ.ସିରେ ସ୍ୱାଗତ କରିବାକୁ ଅପେକ୍ଷା କରିଛୁ। ନ୍ୟୁଜ୍ ଏଜେନ୍ସି ଅନୁଯାୟୀ, ‘ଆପଲ୍ ମୁମ୍ବାଇ ଷ୍ଟୋର ମଙ୍ଗଳବାର ସକାଳ ୧୧ ଟାରେ ଖୋଲିବ ଏବଂ ଦିଲ୍ଲୀର ଆଉଟଲେଟ୍ ଗ୍ରାହକଙ୍କ ପାଇଁ ସକାଳ ୧୦ ଟାରେ ଖୋଲିବ।’ ୨୦୨୦ ରେ ଟିମ୍ ଭାରତରେ ପ୍ରଥମ ଆପଲ୍ ଅନ୍ଲାଇନ୍ ଷ୍ଟୋର ଲଞ୍ଚ କରିଥିଲେ।

Get real time updates directly on you device, subscribe now.