fbpx

Video; ଗେରୁଆ ହୋଇଗଲା ଢ଼ାକା ସହର, ଏକାଠି ହେଲେ ୧୦ ଲକ୍ଷରୁ ଅଧିକ ହିନ୍ଦୁ, ଥରି ଉଠୁଛି ବାଂଲାଦେଶ…

ନୂଆଦିଲ୍ଲୀ: ବାଂଲାଦେଶରେ ସଂରକ୍ଷଣକୁ ନେଇ ହୋଇଥିବା ବିକ୍ଷୋଭ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ଗାଦି ଛଡ଼ାଇ ନେଇଥିଲା । ସେବେଠାରୁ ବାଂଲାଦେଶରେ ସ୍ଥିତି ଖରାପ ହେବାରେ ଲାଗିଛି । ବାଂଲାଦେଶରେ ସଂଖ୍ୟାଲଘୁ (ହିନ୍ଦୁ, ଖ୍ରୀଷ୍ଟିଆନ ଓ ଅନ୍ୟମାନଙ୍କ) ବିରୋଧରେ ହିଂସା ଆରମ୍ଭ ହୋଇଛି । ହେଲେ ଏତେ ଦିନର ଅତ୍ୟାଚାର ସହି ସହି ଆଜି ରାଜରାସ୍ତାକୁ ଓହ୍ଲାଇଛନ୍ତି ଲକ୍ଷ ଲକ୍ଷ ହିନ୍ଦୁ ।

ଶାନ୍ତିପୂର୍ଣ୍ଣ ଭାବରେ କରୁଛନ୍ତି ପ୍ରତିବାଦ । ଏକା ସାଙ୍ଗରେ ସମସ୍ତଙ୍କ ଠାରୁ ଶୁଭୁଛି ମହାମନ୍ତ୍ର ଓ ଜୟ ଶ୍ରୀରାମ ନାମ ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯାହା କୋଟି କୋଟି ଲୋକଙ୍କ ହୃଦୟକୁ ଛୁଇଁ ଯାଇଛି । ଏବେ ତ ଗେରୁଆ ରଙ୍ଗର ପୋଷାକ ପିନ୍ଧି ହିନ୍ଦୁ ମାନେ ଏକତା ଦେଖାଉଛନ୍ତି । ଢ଼ାକା ସହରରେ ଏକାଠି ହେଲେ ୧୦ ଲକ୍ଷରୁ ଅଧିକ ହିନ୍ଦୁ, ଥରି ଉଠୁଛି ବାଂଲାଦେଶ ।

ଯାହାକୁ ନେଇ ଏବେ ଦିବାଦ ଅଧିକ ହେବ ବୋଲି ଆଶା କରାଯାଉଛି । ଏପଟେ ବାଂଲାଦେଶରେ ସଂଖ୍ୟାଲଘୁଙ୍କ ବିରୋଧରେ ହିଂସା ଘଟଣାକୁ ନେଇ ଶନିବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ନିର୍ଦ୍ଦେଶକ୍ରମେ ଏକ କମିଟି ଗଠନ କରାଯାଇଛି । ଏହି କମିଟି ବାଂଲାଦେଶରେ ହିନ୍ଦୁଙ୍କ ସମେତ ସଂଖ୍ୟାଲଘୁଙ୍କ ଉପରେ ସାମ୍ପ୍ରତିକ ସ୍ଥିତି ଏବଂ ଅତ୍ୟାଚାରର ସମୀକ୍ଷା କରୁଥିବା କୁହା ଯାଉଛି ।

Get real time updates directly on you device, subscribe now.