fbpx

ଧନୁ ସଂକ୍ରାନ୍ତିରେ କରନ୍ତୁ ଏହି ଉପାୟ: ସୂର୍ଯ୍ୟ ଦେବଙ୍କର ହେବ ଅପାର କୃପା, ମିଳିବ ସଫଳତା

ଗ୍ରହ ଏବଂ ନକ୍ଷତ୍ରମାନଙ୍କ ମଧ୍ୟରେ ରାଜା ସୂର୍ୟ୍ୟ ପ୍ରତି ମାସରେ ତାଙ୍କର ରାଶି ପରିବର୍ତ୍ତନ କରିଥାନ୍ତି । ଯାହାକୁ ଆମେ ସଂକ୍ରାନ୍ତି ବୋଲି କହିଥାଉ । ତେବେ ଚଳିତ ମାସରେ ସୂର୍ୟ୍ୟ କର୍କଟ ରାଶିରୁ ବାହାରି ଧନୁ ରାଶିରେ ପ୍ରବେଶ କରିବେ । ଏହି ଦିନ ଧନୁ ସଂକ୍ରାନ୍ତି ଭାବରେ ବେଶ ଜଣାଶୁଣା । ସୂର୍ୟ୍ୟଙ୍କ ରାଶି ମଧ୍ୟରେ ପରିବର୍ତ୍ତନ ପ୍ରାୟ ୩୦ ଦିନର ବ୍ୟବଧାନରେ ହୋଇଥାଏ । ଏହି ଅବଧି ମଧ୍ୟରେ ଶୁଭ ଏବଂ ଶୁଭ କାର୍ୟ୍ୟ କରିବାକୁ ଏକ ନିଷେଧାଦେଶ ରହିଛି । ଯଦି ଆପଣ ମଧ୍ୟ ସୂର୍ୟ୍ୟ ଭଗବାନଙ୍କ ଆଶୀର୍ବାଦ ପାଇବାକୁ ଚାହାଁନ୍ତି, ତେବେ ଏହି ଦିନ ସୂର୍ୟ୍ୟ ଦେବତାଙ୍କର ୧୦୮ ନାମ ଜପ କରନ୍ତୁ ।

ତେବେ ଏହି ସଂକ୍ରାନ୍ତିକୁ ବର୍ଷର ଶେଷ ସଂକ୍ରାନ୍ତି ବୋଲି ମଧ୍ୟ କୁହାଯାଇଥାଏ । ତେଣୁ ଜ୍ୟୋତିଷ ଶାସ୍ତ୍ରରେ ଏହାର ସ୍ୱତନ୍ତ୍ର ମାନ୍ୟତା ରହିଛି । ତେବେ ଆଜି ଦିନଠାରୁ ମଳ ମାସ ବା ଖର ମାସ ଆରମ୍ଭ ହୋଇଥାଏ । ଅର୍ଥାତ ଆଜିଠାରୁ ଆରମ୍ଭ କରି ଆଗାମୀ ଏକ ମାସ ପର୍ଯ୍ୟନ୍ତ କୌଣସି ଶୁଭ କାର୍ଯ୍ୟ କରାଯାଏ ନାହିଁ ।

ଏହି ଦିନ ସୂର୍ଯ୍ୟ ଭଗବାନଙ୍କୁ ପୂଜା କରିବା ଦ୍ୱାରା ସମସ୍ତ ଅସୁବିଧା ଦୂର ହୋଇଥାଏ । ଅଟକିଥିବା କାର୍ଯ୍ୟ ମଧ୍ୟ ଏହା ଦ୍ୱାରା ସମାପ୍ତ ହୋଇଥାଏ । ସୂର୍ଯ୍ୟ ଭଗବାନଙ୍କ କୃପାରୁ ଭାଗ୍ୟ ଉଜ୍ଜ୍ୱଳ ହେବା ସହିତ ସମସ୍ତ ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ । ଏହା ସହିତ ବାସ୍ତୁ ଦୋଷରୁ ମଧ୍ୟ ମୁକ୍ତି ମିଳିଥାଏ ।

ଏହି ଦିନ ଶ୍ରଦ୍ଧାପୂର୍ବକ ବିଧି ବିଧାନ ସହିତ ପୂଜା କରିବାର ବିଶେଷ ମହତ୍ତ୍ୱ ରହିଛି । କୁହାଯାଏ ଯେ ଏହି ଦିନ ପୂଜା କରିବା ଦ୍ୱାରା ପରିବାରର ଲୋକଙ୍କର ଆୟୁଷ ବଢ଼ିଥାଏ । ଏହା ସହିତ ଘରେ ସୁଖ ଶାନ୍ତି ମଧ୍ୟ ବିରାଜମାନ କରିଥାଏ । ପିଲାମାନଙ୍କର ସ୍ୱାସ୍ଥ୍ୟ ଠିକ ରହିବା ସହିତ କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିଥାଏ ।

ତେବେ ଏହି ଦିନ ଭଗବାନ ଶ୍ରୀକୃଷ୍ଣ, ଭଗବାନ ବିଷ୍ଣୁ ଏବଂ ପ୍ରଭୁ ଶ୍ରୀଜଗନ୍ନାଥଙ୍କର ପୂଜା କରିବା ମଧ୍ୟ ବେଶ ଲାଭଦାୟକ ହୋଇଥାଏ । ଏହି ଦିନ ପୁରୀରେ ଜଗନ୍ନାଥ ମନ୍ଦିରେ ମଧ୍ୟ ବିଶେଷ ପୂଜା ସହିତ ନୀତି କାନ୍ତି ଏବଂ ସ୍ୱତନ୍ତ୍ର ଭୋଗ ପ୍ରସ୍ତୁତ କରାଯାଇ ଭଗବାନଙ୍କ ପାଖରେ ଭୋଗ ଲଗାଯାଇଥାଏ । ତେବେ ଏହା ମଧ୍ୟରେ ଧନୁ ମୁଅାଁ ବେଶ ପ୍ରସିଦ୍ଧ ।

Get real time updates directly on you device, subscribe now.