fbpx

OPSC ଜାରି କଲା ମେଡିକାଲ ଅଫିସର ପରୀକ୍ଷା ଫଳ: ୨୩୯୨ ଜଣ ପ୍ରାର୍ଥୀ କୃତକାର୍ଯ୍ୟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମେଡିକାଲ ଅଫିସର ପଦର ପରୀକ୍ଷା ରେଜଲ୍ଟ ଘୋଷଣା କରିଛି ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) । ଗତ ନଭେମ୍ବର ମାସ ୮ ତାରିଖରେ ଏହି ପଦ ପାଇଁ ଲିଖିତ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ତେବେ ମୋଟ ୨୩୯୨ ଜଣ ପ୍ରାର୍ଥୀ ଏଥିରେ କୃତକାର୍ଯ୍ୟ ହୋଇଥିବା ଜଣାପଡ଼ିଛି । ଏହି ପଦ ପାଇଁ ପରୀକ୍ଷା ଦେଇଥିବା ପ୍ରାର୍ଥୀମାନେ ଓପିଏସସିର ଅଫିସିଆଲ ୱେବସାଇଟକୁ ଯାଇ ସେମାନଙ୍କର ପରୀକ୍ଷା ଫଳ ଜାଣିପାରିବେ ।

ଓପିଏସସି ପକ୍ଷରୁ ପରୀକ୍ଷା ଫଳ ପ୍ରକାଶିତ ହୋଇଥିବା ବେଳେ ସେଥିରେ କୃତକାର୍ଯ୍ୟ ହୋଇଥିବା ସମସ୍ତ ଯୋଗ୍ୟ ପ୍ରାର୍ଥୀମାନେ ରାଜ୍ୟର ବିଭିନ୍ନ ସରକାରୀ ଡାକ୍ତରଖାନାମାନଙ୍କରେ ମେଡିକାଲ ଅଫିସର ଭାବେ ନିଯୁକ୍ତି ପାଇବେ । ତେବେ ୧୮୮ ଜଣ ପ୍ରାର୍ଥୀ ପ୍ରମାଣପତ୍ର ଯାଞ୍ଚ ବେଳେ ଅକୃତକାର୍ଯ୍ୟ ହୋଇଥିବା ବେଳେ ଓପିଏସସିର ଅଫିସିଆଲ ୱେବସାଇଟରେ ସେମାନଙ୍କର ଲିଷ୍ଟ ଜାରି କରାଯାଇଛି ।

ଅକୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀଙ୍କ ମଧ୍ୟରୁ କିଛି ପ୍ରାର୍ଥୀ ଯାଞ୍ଚ ସମୟରେ ଉପସ୍ଥିତ ନଥିଲେ । ସେହିପରି ଆଉ କିଛି ପ୍ରାର୍ଥୀ ଇଣ୍ଟର୍ଣ୍ଣଶିପ୍ କରିନଥିବା ଓପିଏସସି ପକ୍ଷରୁ କୁହାଯାଇଛି । ଗତ ନଭେମ୍ବର ମାସ ୧୮ରୁ ଡିସେମ୍ବର ମାସ ୧ ତାରିଖ ମଧ୍ୟରେ ଉତ୍ତୀର୍ଣ୍ଣ ହୋଇଥିବା ପ୍ରାର୍ଥୀଙ୍କର ଡକ୍ୟୁମେଣ୍ଟ ଯାଞ୍ଚ କରାଯାଇଥିଲା । ସକାଳ ୧୦ଟାରୁ ମଧ୍ୟାହ୍ନ ୧୨ଟା ମଧ୍ୟରେ ଏହି ଯାଞ୍ଚ କରାଯାଇଥିଲା । ସେଥିପାଇଁ କଟକର ଡ. ପି.କେ ପରିଜା ରୋଡ଼ ସ୍ଥିତ ଓପିଏସସି କାର୍ଯ୍ୟାଳୟରେ ୩୦ ମିନିଟ୍ ପୂର୍ବରୁ ପହଞ୍ଚିବାକୁ ସମସ୍ତ ପ୍ରାର୍ଥୀଙ୍କୁ ଓପିଏସସି ପକ୍ଷରୁ କୁହାଯାଇଥିଲା ।

Get real time updates directly on you device, subscribe now.