fbpx
BSKY SKY
BSKY SKY

କେବଳ ସିଗାରେଟରୁ ହୋଇନଥାଏ ଲଙ୍ଗ୍ କ୍ୟାନସର, ବିପଦପୂର୍ଣ୍ଣ ଅଟେ ପେସିଭ୍ ସ୍ମୋକିଂ

BSKY

ଛୋଟ ପାନ ଦୋକାନ ଠାରୁ ଆରମ୍ଭ କରି ବଡ଼ ବଡ଼ ଦୋକାନରେ ସିଗାରେଟ ମିଳିବା ଏକ ସାଧାରଣ କଥା । ଏହା ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ ଅଟେ । ତେଣୁ ଏ ବିଷୟରେ ବିଭିନ୍ନ ସଚେତନତା ମୂଳକ କାର୍ଯ୍ୟକ୍ରମ ଦ୍ୱାରା ଲୋକମାନଙ୍କୁ ସଚେତନ କରାଯାଇଥାଏ । ପ୍ରାୟ ଲୋକମାନଙ୍କ ଧାରଣା ଥାଏ ଯେ ସିଗାରେଟ ଟାଣିବା ଦ୍ୱାରା ଫୁସଫୁସ କର୍କଟ(ଖଙ୍କଦ୍ଭଶଗ୍ଦ ଉବଦ୍ଭମରକ୍ସ) ହୋଇଥାଏ । କିନ୍ତୁ ଏକ ଗବେଷଣାରୁ ପ୍ରକାଶ ଯେ ଅଧିକାଂଶ କ୍ଷେତ୍ରରେ ଏହା ଭୁଲ । ଏହା ପଛରେ ଅନେକ କାରଣ ରହିଛ ଯେପରି:

– ବାୟୁ ପ୍ରଦୂଷଣ: ବାୟୁ ପ୍ରଦୂଷଣ ଏବଂ ଫୁସଫୁସ କର୍କଟ ମଧ୍ୟରେ ଗଭୀର ସମ୍ପର୍କ ରହିଛି । କେବଳ ବାହ୍ୟ ପ୍ରଦୂଷଣ ଯେପରି ଖରାପ ଏୟାର କ୍ୱାଲିଟି, ଗାଡ଼ି, ଫ୍ୟାକ୍ଟ୍ରି ଓ କାରଖାନାର ଧୁଆଁ ଫୁସଫୁସ କର୍କଟର କାରଣ ହୋଇନଥାଏ । ରୋଷେଇ ପାଇଁ ବ୍ୟବହାର ହେଉଥିବା କାଠ, କୋଇଲା, ଗୋବର ପିଠାରୁ ବାହାରୁ ଥିବା ଧୂଆଁ ସଂସ୍ପର୍ଶରେ ଆସିଲେ ମଧ୍ୟ ଏଭଳି ରୋଗ ହେବାର ଆଶଙ୍କା ଦେଖା ଦେଇଥାଏ ।

– ପେସିଭ୍ ସ୍ମୋକିଂ: ଫୁସଫୁସ କର୍କଟ ହେବାର ଏହା ଅନ୍ୟ ଏକ କାରଣ । ବାସ୍ତବରେ ଜଣେ ବ୍ୟକ୍ତି ସିଗାରେଟ ନ ଟାଣୁଥିଲେ ବି କେତେକ ସ୍ଥାନରେ ଅନ୍ୟମାନେ ଟାଣୁଥିବା ସିଗାରେଟ ଧୂଆଁ ସଂସ୍ପର୍ଶରେ ଆସିଥାନ୍ତି । ଏହି ଧୂଆଁ ଆମ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ । ତେଣୁ ଆପଣଙ୍କ ଆଖପାଖରେ କେହି ବି ସିଗାରେଟ ଟାଣୁଥିଲେ ଦୂରେଇ ରୁହନ୍ତୁ ।

– ଜେନେଟିକ୍ ଲିଙ୍କ୍‌: ଫୁସଫୁସ କର୍କଟ ଅନୁବାଂଶିକ ମଧ୍ୟ ହୋଇପାରେ । ଏକ ଗବେଷଣାରୁ ପ୍ରକାଶ ଯେ ଫ୍ୟାମିଲି ହିଷ୍ଟ୍ରିରେ ଏପରି ମାମଲା ସାମ୍ନାକୁ ଆସିଲେ ଆଗାମୀ ଭବିଷ୍ୟତ ପାଇଁ ଚିନ୍ତାର ବିଷୟ ପାଲଟିଥାଏ । ଏହାର କୌଣସି ପ୍ରତିକାର ନାହିଁ ।

Get real time updates directly on you device, subscribe now.