CHARIDHAM

ଧନୁଷ ଏକ୍ସ-ଶ୍ୱଶୁର ରଜନୀକାନ୍ତଙ୍କୁ କଲେ ବାର୍ଥଡେ ୱିସ୍‌, ଲେଖିଲେ- ‘ମାଇଁ ଥଲାଇବା’

ନୂଆଦିଲ୍ଲୀ: ସୁପରଷ୍ଟାର ରଜନୀ କାନ୍ତ ଆଜି ଅର୍ଥାତ ୧୨ ଡିସେମ୍ବରରେ ନିଜର ୭୪ତମ ଜନ୍ମଦିନ ପାଳନ କରୁଛନ୍ତି। ରଜନୀ କାନ୍ତ କେବଳ ସାଉଥ ନୁହେଁ ହିନ୍ଦୀ ଦର୍ଶକଙ୍କର ମଧ୍ୟ ଲୋକପ୍ରିୟ। ୭୪ ବର୍ଷରେ ମଧ୍ୟ ରଜନୀ କାନ୍ତଙ୍କର ଅନେକ ଫ୍ୟାନ-ଫଲୋର୍ସ ଅଛନ୍ତି। ରଜନୀ କାନ୍ତଙ୍କ ଫ୍ୟାନ୍ସ ତାଙ୍କ ଜନ୍ମଦିନକୁ ଉତ୍ସାହର ପାଳନ କରିଥାଆନ୍ତି। ଥଲାଇବାଙ୍କ ବାର୍ଥେଡେ ରେ ଅନେକ କଳାକାର ଏବଂ ସହଯୋଗୀମାନେ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଥଲାଇବାଙ୍କୁ ବର୍ତ୍ତମାନ ତାଙ୍କର ପୂର୍ବରୁ ଥିବା ଜ୍ୱାଇଁ ଏବଂ ସାଉଥ ସୁପରଷ୍ଟାର ଧନୁଷ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି।

ଧନୁଷ ନିଜ ଏକ୍ସ ହ୍ୟାଣ୍ଡେଲରେ ଲେଖିଛନ୍ତି, ‘ଜଣେ ଏବଂ କେବଳ ଜଣେ, ସୁପର ୱାନଙ୍କୁ ଜନ୍ମଦିନର ଶୁଭେଚ୍ଛା ଓ ଶୁଭକାମନା.. ସୁପରଷ୍ଟାର.. ଫିନୋମିନଲ, ଯିଏ ମାସ୍ ଏବଂ ଷ୍ଟାଇଲକୁ ପୁଣିଥରେ ପୁନଃବାଖ୍ୟା କରିଛନ୍ତି.. ମୋ ଥଲାଇବା, ରଜନୀ କାନ୍ତ ସାର୍‌।’ ବର୍ତ୍ତମାନ ଧନୁଷଙ୍କ ଏହି ଟ୍ୱିଟ୍ ଖୁବ୍ ଚର୍ଚ୍ଚାରେ ଅଛି। ଏହା ପ୍ରଥମଥର ନୁହେଁ, ଯେବେ ଧନୁଷ ରଜନୀକାନ୍ତକୁ ନେଇ ନିଜ ଭଲପାଇବା ପ୍ରକାଶ କରିଛନ୍ତି। ସେ ଥଲାଇବାଙ୍କ ପ୍ରତି ଜନ୍ମଦିନରେ ତାଙ୍କୁ ବାର୍ଥେଡେ ୱିସ ଅବଶ୍ୟ କରନ୍ତି।