fbpx

ବଦଳି ଯିବ ବସ୍ତିର ରୂପରେଖ, ଝୁମ୍ପୁଡି ଘର ଯାଗାରେ ଆଦାନୀ ଗ୍ରୁପ୍ ତିଆରି କରିବ ବଡ ବଡ କୋଠା

Advertisement

ମୁମ୍ବାଇ: ଆଦାନି ଗ୍ରୁପ୍ ଏବେ ମହାରାଷ୍ଟ୍ରର ସବୁଠାରୁ ବଡ ବସ୍ତି ଧାରାବୀରେ ବଡ ବଡ ଫ୍ଲାଟ ନିର୍ମାଣ କରିବ । ମୁମ୍ବାଇର ୫୯୦ ଏକର ବିଶିଷ୍ଟ ଧାରାବୀ ଇଲାକାରେ ରହୁଥିବା ଗରିବ ଲୋକଙ୍କ ପୁନର୍ବାସ ଲାଗି ଆଦାନୀ ଗ୍ରୁପ୍ ଫ୍ଲାଟ୍ ନିର୍ମାଣ କରିବ । ଆଦାନୀ ଗ୍ରୁପ୍ର ଏହି ପ୍ରସ୍ତାବକୁ ମହାରାଷ୍ଟ୍ର ସରକାର ମଞ୍ଜୁରୀ ଦେଇଛନ୍ତି । ଧାରାବୀରେ ଏବେ ୯ ଲକ୍ଷରୁ ଅଧିକ ଲୋକ ରହୁଛନ୍ତି । ଏହି ପରିଯୋଜନାର କାର୍ଯ୍ୟାନ୍ୱୟନ ନିମନ୍ତେ ଟେଣ୍ଡର ଆହ୍ୱାନ କରାଯାଇଥିଲା, ଯାହା ଆଦାନୀ ଗ୍ରୁପ୍ ହାସଲ କରିଛି ।
ମହାରାଷ୍ଟ୍ରର ଗୃହ ବିଭାଗ ଶୁକ୍ରବାର କହିଛି ଆଦାନୀ ଗ୍ରୁପ୍ ଧାରାବୀ ପୁନର୍ବିକାଶ ପରିଯୋଜନା ଲାଗି ସରକାରଙ୍କ ସହ ଭାଗିଦାରୀତା ନିଭାଇବ । ଏଥିରେ ୩ ଅରବ ଡଲାର ନିବେଶ ବି ସାମିଲ ରହିଛି । ମହାରାଷ୍ଟ୍ର ସରକାର ଆବଣ୍ଟନ ପତ୍ର ଜାରି କରିବା ପରେ ଆଦାନୀ ଗ୍ରୁପ୍ ଏହି ପରିଯୋଜନାରେ କାର୍ଯ୍ୟ ଆରମ୍ଭ କରିବ ।

ଗତ ବର୍ଷ ନଭେମ୍ବରରେ ଆଦାନୀ ଗ୍ରୁପର କମ୍ପାନୀ ଆଦାନୀ ପ୍ରପର୍ଟିଜ୍ ୫,୦୬୯ କୋଟି ଟଙ୍କା ନିବେଶର ପ୍ରସ୍ତାବ ରଖି ୨୫୯ ହେକ୍ଟର ଅଞ୍ଚଳରେ ବ୍ୟାପି ରହିଥିବା ସ୍ଲମ୍ କଲୋନୀର ପୁନର୍ବିକାଶ ଟେଣ୍ଡର ହାସଲ କରିଥିଲା । ମଧ୍ୟ ମୁମ୍ବାଇର ବାନ୍ଦ୍ରା-କୁର୍ଲା କମ୍ପେ୍ଲକ୍ସ ନିକଟରେ ଏହି ପରିଯୋଜନାରେ ୨୦ ହଜାର କୋଟି ଟଙ୍କାର ପୁନର୍ବିକାଶ କାମ ହେବ । ଏହି ଧାରବୀ ବସ୍ତି ଏସିଆ ମହାଦେଶର ସବୁଠାରୁ ବଡ ଝୁମ୍ପୁଡି ବସ୍ତି ଭାବରେ ପରିଚିତ । ଏଠାରେ ଫ୍ଲାଟ ନିର୍ମାଣ କରାଯିବାର ଯୋଜନା ଦୁଇ ଦଶକ ତଳେ କରାଯାଇଥିଲା । ଏହି ପରିଯୋଜନା ନିମନ୍ତେ ମୋଟ ସମୟସୀମା ୭ ବର୍ଷ ରଖାଯାଇଛି । ଏଠାରେ ଜନସଂଖ୍ୟା ୯ ଲକ୍ଷ ହୋଇଥିବା ବେଳେ ୧୩,୦୦୦ରୁ ଅଧିକ ଛୋଟ ଛୋଟ ଝୁମ୍ପୁଡି ଘର ରହିଛି ।

Get real time updates directly on you device, subscribe now.