fbpx

ଢ଼େଙ୍କାନାଳ ବିଧାୟକଙ୍କୁ କରୋନା

ଭୁବନେଶ୍ୱର, ୧୪ା୯(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ବିଧାୟକ ଠାରୁ ଆରମ୍ଭ କରି ମନ୍ତ୍ରୀ କରୋନାରେ ସଂକ୍ରମିତ ହେଉଛନ୍ତି । ଏହାରି ମଧ୍ୟରେ ଆଜି ଢ଼େଙ୍କାନାଳ ବିଧାୟକ ସୁଧୀର ସାମଲଙ୍କୁ କରୋନା ହୋଇଥିବା ସୂଚନା ମିଳିଛି । କରୋନାରେ ଆକ୍ରାନ୍ତ ହୋଇଥିବା ନେଇ ସେ ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି । ଏହାସହ ସେ ସଙ୍ଗରୋଧରେ ଅଛନ୍ତି ବୋଲି କହିଛନ୍ତି । ଗତ କିଛି ଦିନ ଭିତରେ ତାଙ୍କ ପିଏସଓଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନେ ସଙ୍ଗରୋଧରେ ରହିବା ସହ ଦରକାର ପଡ଼ିଲେ କୋଭିଡ଼ ପରୀକ୍ଷା କରିବା ପାଇଁ ସୁଧୀର ଅନୁରୋଧ କରିଛନ୍ତି ।

 

Get real time updates directly on you device, subscribe now.