fbpx

ଶୁଭ୍ରାଂଶୁଙ୍କୁ ଛାଡ଼ିଲା ଧୋନୀବାହିନୀ: ରଣଜୀ ଟୁର୍ଣ୍ଣାମେଣ୍ଟରେ ହାସଲ କଲେ ପ୍ରଥମ ଦ୍ୱିଶତକ

ଇନ୍ଦୋର: ଓଡ଼ିଶା କ୍ରିକେଟ ଦଳର ଷ୍ଟାର ବ୍ୟାଟର ଶୁଭ୍ରାଂଶୁ ସେନାପତି ଏକ ବିରାଟ ରେକର୍ଡ ସୃଷ୍ଟି କରିଛନ୍ତି । ଚେନ୍ନାଇ ସୁପର କିଙ୍ଗସ ତାଙ୍କ ହାତ ଛାଡ଼ିବା ପରେ ସେ ଦଳକୁ ଦେଇଛନ୍ତି ଏକ ବଡ଼ ଝଟକା । ରଣଜୀ ଟୁର୍ଣ୍ଣାମେଣ୍ଟରେ ଦମଦାର ଡବଲ ସେଞ୍ଚୁରୀ ହାସଲ କରିଛନ୍ତି ଷ୍ୟାର କ୍ରିକେଟର ଶୁଭ୍ରାଂଶୁ ସେନାପତି । ମଧ୍ୟପ୍ରଦେଶ ବିପକ୍ଷ ରଣଜୀ ମ୍ୟାଚରେ ଅପରାଜିତ ୨୭୭ ରନ୍ ସଂଗ୍ରହ କରିଛନ୍ତି ଶୁଭ୍ରାଂଶୁ । ଏହା ହେଉଛି ଶୁଭ୍ରାଂଶୁଙ୍କ ରଣଜୀ କ୍ୟାରିୟରରେ ପ୍ରଥମ ଦ୍ୱିଶତକ । ଏହି ଦମଦାର ଇନିଂସରେ ୧୯ଟି ଚୌକା ଓ ୧୧ଟି ଛକା ସହ ଏହି ମ୍ୟାଚରେ ଦ୍ୱିଶତକ ହାସଲ କରିଛନ୍ତି ଚେନ୍ନାଇର ପୂର୍ବତନ କ୍ରିକେଟର ।

ତେବେ ଶୁଭ୍ରାଂଶୁଙ୍କ ଏହି ଇନିଂସ ଆଇପିଏଲର ସର୍ବଶ୍ରେଷ୍ଠ ଫ୍ରାଞ୍ଚାଇଜି ଚେନ୍ନାଇ ସୁପର କିଙ୍ଗସକୁ ଏକ ବଡ଼ ଝଟକା ଦେଇଛି । ୨୦୨୨ ମସିହାରେ ଆଇପିଏଲ ଫ୍ରାଞ୍ଚାଇଜି ଚେନ୍ନାଇ ସୁପର କିଙ୍ଗସ ଶୁଭ୍ରାଂଶୁଙ୍କୁ ୨୦ ଲକ୍ଷ ଟଙ୍କାରେ ଦଳରେ ସାମିଲ କରିଥିଲା । କିନ୍ତୁ ଆସନ୍ତା ଆଇପିଏଲ ସିଜନ ପୂର୍ବରୁ ଚଳିତବର୍ଷ ତାଙ୍କୁ ଦଳ ରିଲିଜ କରିଛି । ଏହାପରେ ଆସନ୍ତା ଆଇପିଏଲ-୨୦୨୪ ପାଇଁ ସେ ଅନସୋଲ୍ଡ ରହିଛନ୍ତି । ଏହାପରେ ରଣଜୀ ମ୍ୟାଚରେ ଏହି ଦ୍ୱିଶତକ ଚେନ୍ନାଇ ପାଇଁ ଏକ ଝଟକା ନିଶ୍ଚିତ ।

Get real time updates directly on you device, subscribe now.