ଓଡ଼ିଶା ଭାସ୍କର: ଆଜି ରାଜସ୍ଥାନ ବିପକ୍ଷରେ ମ୍ୟାଚ ଖେଳୁଛି ଚେନ୍ନାଇ ସୁପର କିଙ୍ଗସ । ଚେନ୍ନାଇର ଏମ.ଏ ଚିଦାମ୍ବରମ ଷ୍ଟାଡିୟମରେ ଚେନ୍ନାଇ ଆଜି ଚଳିତ ସିଜନର ଶେଷ ମ୍ୟାଚ ଖେଳୁଛି । ତେବେ ଚେନ୍ନାଇ ସହ ଦଳ ପୂର୍ବତନ ଅଧିନାୟକ ଏମ.ଏସ ଧୋନୀ ମଧ୍ୟ ନିଜ ଆଇପିଏଲ କ୍ୟାରିୟରର ଶେଷ ମ୍ୟାଚ ଖେଳୁଛନ୍ତି ବୋଲି କୁହାଯାଉଛି । ରାଜସ୍ଥାନ ବିପକ୍ଷ ମ୍ୟାଚ ଶେଷ ହେବା ପରେ ଆଇପିଏଲରୁ ନିଜ ଅବସର ଘୋଷଣା କରିପାରନ୍ତି ଏମ.ଏସ ଧୋନୀ । ଚଳିତ ସିଜନରେ ଚେନ୍ନାଇ ପ୍ଲେଅଫରେ କ୍ୱାଲିଫାଏ କରି ନ ପାରିଲେ ଏହା ଧୋନୀଙ୍କ ଶେଷ ମ୍ୟାଚ ହୋଇପାରେ ବୋଲି ଆଶଙ୍କା କରାଯାଉଛି ।
🚨🦁 Requesting the Superfans to Stay back after the game! 🦁🚨
Something special coming your way! 🙌🥳#CSKvRR #YellorukkumThanks 🦁💛 pic.twitter.com/an16toRGvp
— Chennai Super Kings (@ChennaiIPL) May 12, 2024
ନିଜ ଘରୋଇ ମାଟିରେ ଚଳିତ ସିଜନର ଶେଷ ମ୍ୟାଚ ଖେଳିବା ପାଇଁ ମଇଦାନକୁ ଓହ୍ଲାଇଛି ଚେନ୍ନାଇ ସୁପର କିଙ୍ଗସ । ରାଜସ୍ଥାନ ବିପକ୍ଷ ଏହି ମ୍ୟାଚ ପରେ ଧୋନୀ ନିଜ ଅବସର ଘୋଷଣା କରିପାରନ୍ତି ବୋଲି ଅନୁମାନ କରାଯାଉଛି । ତେବେ ଏହି ମ୍ୟାଚ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗସ ଫ୍ୟାନ୍ସମାନଙ୍କ ପାଇଁ ଏକ ଦୁଃଖଦାୟକ ପୋଷ୍ଟ ଅପଲୋଡ କରିଛି । ଚଳିତ ସିଜନରେ ମାହି ଗୋଡ଼ରେ ଯନ୍ତ୍ରଣା ସହିତ ଆଇପିଏଲ ଖେଳୁଥିବା ସ୍ପଷ୍ଟ କରିଛି ସିଏସକେ । ତେଣୁ ହୋମ ଗ୍ରାଉଣ୍ଡରେ ଆଜିର ଶେଷ ମ୍ୟାଚ ପରେ ଧୋନୀ ଆଇପିଏଲରୁ ବିଦାୟ ଘୋଷଣା କରିପାରନ୍ତି ବୋଲି ଚର୍ଚ୍ଚା ଧରିଛି । ଚଳିତ ସିଜନ ଆରମ୍ଭ ପୂର୍ବରୁ ଧୋନୀ ନେତୃତ୍ୱ ଛାଡ଼ିବା ସହ ଋତୁରାଜଙ୍କୁ ଅଧିନାୟକ ପଦ ହସ୍ତାନ୍ତର କରିଥିଲେ । ତେଣୁ ଏହା ଧୋନୀଙ୍କ ଶେଷ ଆଇପିଏଲ ସିଜନ ବୋଲି ଚର୍ଚ୍ଚା ଲାଗି ରହିଛି ।
வயது முதிர்ந்த போதிலும்..
வலிகள் மிகுந்த போதிலும்..
வலிமை குறைந்த போதிலும்..
வீரன் வாள் தரிப்பதை நிறுத்துவதில்லை!#ThalaForever 🦁💛 @msdhoni pic.twitter.com/382Fge1FLK— Chennai Super Kings (@ChennaiIPL) May 11, 2024
ପୂର୍ବରୁ ଧୋନୀ କହିଛନ୍ତି ଯେ, ସେ ନିଜର ଶେଷ ମ୍ୟାଚ ଚେନ୍ନାଇ ଗ୍ରାଉଣ୍ଡରେ ଖେଳିବେ । ତେବେ ଆଜି ଚେନ୍ନାଇ ଗ୍ରାଉଣ୍ଡରେ ସିଜନର ଶେଷ ମ୍ୟାଚ ଖେଳୁଥିବାରୁ ମାହି ଏହାପରେ ବିଦାୟ ନେଇ ଘୋଷଣା କରିପାରନ୍ତି ବୋଲି ଆଲୋଚନା ହେଉଛି । ତେବେ ସିଜନର ପ୍ଲେଅଫ୍ ଏବଂ ଫାଇନାଲ ମ୍ୟାଚ ଏହି ଗ୍ରାଉଣ୍ଡରେ ଖେଳାଯିବ । କିନ୍ତୁ ଯଦି ଚେନ୍ନାଇ ସୁପର କିଙ୍ଗସ ଏଥର ସିଜନରେ ପ୍ଲେଅଫକୁ କ୍ୱାଲିଫାଏ କରିବାରେ ବିଫଳ ହୁଏ, ତେବେ ଆଜିର ମ୍ୟାଚ ହିଁ ଧୋନୀଙ୍କର ଶେଷ ଆଇପିଏଲ ମ୍ୟାଚ ହୋଇପାରେ । ରାଜସ୍ଥାନ ବିପକ୍ଷ ମ୍ୟାଚ ପରେ ଧୋନୀ ଚେନ୍ନାଇ ଷ୍ଟାଡିୟମରେ ହିଁ ଆଇପିଏଲକୁ ବାଏ ବାଏ କହିପାରନ୍ତି । ତେବେ ଏ ନେଇ ଧୋନୀ କିମ୍ବା ଚେନ୍ନାଇ ସୁପର କିଙ୍ଗସ ପକ୍ଷରୁ କୌଣସି ସୂଚନା ଦିଆ ଯାଇନାହିଁ ।