fbpx

ମର୍ଣ୍ଣିଂୱାକ୍ କରୁଥିବା ସମୟରେ ହୃଦଘାତରେ ଚାଲିଗଲା ନିର୍ଦ୍ଦେଶକଙ୍କ ଜୀବନ, ‘ଧୁମ୍‌’ ଓ ‘ଧୁମ୍ ୨’ ପରି ଫିଲ୍ମର ଦେଇଥିଲେ ନିର୍ଦ୍ଦେଶନା

Advertisement

ମୁମ୍ବାଇ: ଫିଲ୍ମ ଦୁନିଆରୁ ଏକ ବଡ ଦୁଃଖଦ ଖବର ସାମ୍ନାକୁ ଆସିଛି । ଫିଲ୍ମ ‘ଧୁମ୍‌’ର ନିର୍ଦ୍ଦେଶକ ସଞ୍ଜୟ ଗଢବୀଙ୍କର ଆଜି ସକାଳେ ଦେହାନ୍ତ ହୋଇଯାଇଛି । ମାତ୍ର ୫୭ ବର୍ଷ ବୟସରେ ସଞ୍ଜୟ ଗଢବୀ ଦୁନିଆ ଛାଡି ଚାଲିଯାଇଛନ୍ତି । ଆଜି ସକାଳେ ମର୍ଣ୍ଣିଂୱାକ୍ କରୁଥିବା ସମୟରେ ସଞ୍ଜୟ ଛାତିରେ ଭୀଷଣ ଯନ୍ତ୍ରଣା ଅନୁଭବ କରିଥିଲେ । ଏହାପରେ ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା । କିନ୍ତୁ ସେଠାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ ।

ଧୁମ୍ ଓ ଧୁମ୍ ୨ ପରି ହିଟ୍ ଫିଲ୍ମର ନିର୍ଦ୍ଦେଶନା ଦେଇଥିବା ସଞ୍ଜୟ ଗଢବୀଙ୍କ ଏପରି ଅକାଳରେ ଦେହାନ୍ତ ସିନେମା ଜଗତରେ ଶୋକର ଛାୟା ଖେଳାଇ ଦେଇଛି । ମିଳିଥିବା ରିପୋର୍ଟ ଅନୁଯାୟୀ ଆଜି ସକାଳ ୧୦ଟା ସମୟରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ।

ଆଜି ସକାଳେ ପାର୍କରେ ମର୍ଣ୍ଣିଂୱାକ କରୁଥିବା ସମୟରେ ତାଙ୍କ ଛାତିରେ ଭୀଷଣ ଯନ୍ତ୍ରଣା ଅନୁଭୂତ ହୋଇଥିଲା । ଏହାପରେ ତାଙ୍କୁ ତୁରନ୍ତ କୋକିଳାବେନ୍ ଅମ୍ବାନୀ ହସ୍ପିଟାଲ ନିଆଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଆଜି ସନ୍ଧ୍ୟାରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ ।

Get real time updates directly on you device, subscribe now.