ନୂଆଦିଲ୍ଲୀ: ଜଣାଶୁଣା ଧ୍ରୁପାଦ ଗାୟକ ଲକ୍ଷ୍ମଣ ଭଟ୍ଟ ତାଇଲାଙ୍ଗଙ୍କ ଜୟପୁରର ଏକ ଘରୋଇ ଡାକ୍ତରଖାନାରେ ଦେହାନ୍ତ ହୋଇଛି । ମୃତ୍ୟୁୃବେଳକୁ ତାଙ୍କୁ ୯୫ ବର୍ଷ ବୟସ ହୋଇଥିଲା । କିଛି ଦିନ ପୂର୍ବରୁ କେନ୍ଦ୍ର ସରକାର ତାଙ୍କୁ ପଦ୍ମଶ୍ରୀ ପୁରସ୍କାର ଦେବାକୁ ଘୋଷଣା କରିଥିଲେ ।
ଲକ୍ଷ୍ମଣ ଭଟ୍ଟ ତାଇଲାଙ୍ଗଙ୍କର ଛାତିରେ ସଂକ୍ରମଣ ହୋଇଥିଲା, ଯେଉଁଥିପାଇଁ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।
ତେବେ ଡାକ୍ତରମାନେ ତାଙ୍କୁ ବଞ୍ଚାଇ ପାରିନଥିଲେ ଏବଂ ଶନିବାର ସକାଳେ ତାଙ୍କର ମୃତ୍ୟୁ ହୋଇଥିଲା । ତାଙ୍କ ପରିବାର ଅନୁଯାୟୀ ବ୍ରହ୍ମପୁରୀ ଅଞ୍ଚଳରେ ତାଙ୍କର ଶେଷ ରୀତିନୀତି କରାଯାଇଛି । ରିପୋର୍ଟରେ କୁହାଯାଇଛି ଯେ କିଛି ସମୟ ପୂର୍ବରୁ ତାଙ୍କୁ ନିମୋନିଆ ହୋଇଥିଲା । ଏହା ବ୍ୟତୀତ ତାଙ୍କର ଅନ୍ୟ ବୟସ ସମ୍ବନ୍ଧୀୟ ରୋଗ ମଧ୍ୟ ହୋଇଥିଲା ।
୨୬ ଜାନୁଆରୀ ପୂର୍ବରୁ କେନ୍ଦ୍ର ସରକାର ପଦ୍ମ ପୁରସ୍କାର ଘୋଷଣା କରିଥିଲେ । ସେହି ଦିନ ପଦ୍ମଶ୍ରୀ ପୁରସ୍କାର ପାଇଁ ଧ୍ରୁପାଦଦାଚାର୍ଯ୍ୟ ଲକ୍ଷ୍ମଣ ଭଟ୍ଟ ତାଇଲାଙ୍ଗଙ୍କ ନାମ ମଧ୍ୟ ଘୋଷଣା କରାଯାଇଥିଲା । ତେବେ ପୁରସ୍କାର ପାଇବା ପୂର୍ବରୁ ତାଙ୍କର ଦେହାନ୍ତ ହୋଇଛି ।