ଯାଜପୁରରେ ମୁଣ୍ଡ ନେଉଛି ଝାଡ଼ାବାନ୍ତି; ଦୁଇ ଦିନରେ 9 ଜଣଙ୍କ ମୃତ୍ୟୁ
ଯାଜପୁର ଜିଲ୍ଲାରେ ବ୍ୟାପୁଛି ଡାଇରିଆ । ଗତ ଦୁଇ ଦିନ ଭିତରେ 500 ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା 9କୁ ଛୁଇଁଥିବା ସୂଚନା ମିଳିଛି ।
ଯାଜପୁର: ଅଣାୟତ ଝାଡ଼ାବାନ୍ତି । ବଢିବାରେ ଲାଗିଛି ମୃତ୍ୟୁସଂଖ୍ୟା । ଯାଜପୁର ଜିଲ୍ଲାରେ ବ୍ୟାପୁଛି ଡାଇରିଆ । ଗତ ଦୁଇ ଦିନ ଭିତରେ 500 ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା 9କୁ ଛୁଇଁଥିବା ସୂଚନା ମିଳିଛି ।
ମୃତକଙ୍କ ମଧ୍ୟରେ ଦାନଗଦିରେ 3 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଯାଜପୁର ରୋଡ୍, ଯାଜପୁର ବ୍ଲକରୁ ଜଣେ ଲେଖାଏଁ ମୃତ ସୂଚନା । ଏପଟେ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ 2 ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ଦେଇଛନ୍ତି ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ADMO ।
ସେପଟେ ବଡ଼ଚଣାର ବିଭିନ୍ନ ପଞ୍ଚାୟତର 35ରୁ ଅଧିକ ଲୋକ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଶହଶହ ଆକ୍ରାନ୍ତଙ୍କ ମଧ୍ୟରେ ରୋଗୀ ମୃତ୍ୟୁ ଖବର ଲୋକମାନଙ୍କୁ ଭୟଭୀତ କରିଦେଇଛି । ସେପଟେ ଝାଡାବାନ୍ତି ପ୍ରଭାବିତ ଅଞ୍ଚଳକୁ ଦୁଇ ଜଣିଆ ରାଜ୍ୟସ୍ତରୀୟ ଟିମ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ।