CHARIDHAM

ଖର୍ଚ୍ଚ କରିବାକୁ ଘରେ ଟଙ୍କା ଦେଲେନି, ଯୁବକଙ୍କ ମୁଣ୍ଡକୁ ଚଢ଼ିଗଲା ପିତ୍ତ, କରିବସିଲେ ଏଭଳି କାଣ୍ଡ

ଘରେ ଝଗଡା କରିବାରୁ ଯୁବକଙ୍କୁ ଖର୍ଚ୍ଚ କରିବାକୁ ଟଙ୍କା ଦେଲେନି ଘରଲୋକ, ତା ପରେ ଯୁବକ ରାଗିଯାଇ...

କର୍ଣ୍ଣାଟକ: ଜାଲ ନୋଟ୍ ଛାପି ଯୁବକ ଗିରଫ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କର୍ଣ୍ଣାଟକର ବେଙ୍ଗାଲୁରୁରେ। ଅଭିଯୁକ୍ତ ଯୁବକଙ୍କ ନାମ କୃଷି ମାଲି, ବୟସ ମାତ୍ର 23 ବର୍ଷ। ସେ ଜଣେ କପଡ଼ା ବ୍ୟବସାୟୀଙ୍କ ପୁଅ। ଯୁବକ ଜଣଙ୍କ ଘରେ ସାମାନ୍ୟ କଥାକୁ ନେଇ ଝଗଡା କରିଥିଲେ, ସେଥିପାଇଁ ତାଙ୍କ ଘର ଲୋକେ ତାଙ୍କୁ ଖର୍ଚ୍ଚ ପାଇଁ ଟଙ୍କା ଦେଇନଥିଲେ।

ତାପରେ ସେ ନକଲି ନୋଟ୍ ଛାପିବାକୁ ଯୋଜନା କରିଥିଲେ। ନୋଟ୍ ଛାପିବା ପାଇଁ ସେ ହୋଟେଲରେ ଏକ ରୁମ୍ ବୁକ୍ କରି ବ୍ୟାଗରେ ପ୍ରିଣ୍ଟର ଏବଂ ସ୍କାନର ଧରି ହୋଟେଲକୁ ଯାଇଥିଲେ। ତା’ପରେ ସେ ହୋଟେଲ୍ ରୁମ୍‌ରେ ବସି 500 ଟଙ୍କିଆ ନକଲି ନୋଟ୍ ଛାପିଥିଲେ।

ଅଭିଯୁକ୍ତ ଜଣଙ୍କ ଜୁନ୍ 1 ତାରିଖରେ ରୁମ୍ ବୁକ୍ କରି ଜୁନ୍ 7 ତାରିଖ ପର୍ଯ୍ୟନ୍ତ ସେହି ରୁମରେ ଥିଲେ। ଯେତେବେଳେ ସେ ରୁମରୁ ଚେକ୍ ଆଉଟ୍ କରିଥିଲେ ସେତେବେଳେ ସେ ହୋଟେଲକୁ ସେହି ନକଲି ଟଙ୍କା ମଧ୍ୟ ଦେଇଥିଲେ।

ଯେତେବେଳେ ରୁମ୍ ବୟ ଅଭିଯୁକ୍ତଙ୍କ ରୁମ୍ ସଫା କରିବାକୁ ଗଲା ସେତେବେଳେ ସେ ଡଷ୍ଟବିନରେ କିଛି ନୋଟ୍ ପାଇଲା, ତାକୁ ସନ୍ଦେହ ଲାଗିବାରୁ ସେ ହୋଟେଲ ମ୍ୟାନେଜରଙ୍କୁ ଜଣାଇଲା। ପରେ, କ୍ରିଷ ମାଲି ହୋଟେଲରେ ଦେଇଥିବା ଟଙ୍କା ଯାଞ୍ଚ କଲାପରେ ସମସ୍ତେ ଜାଣିବାକୁ ପାଇଲେ ଯେ ସେହି ନୋଟ୍ ନକଲି।

ତା ପରେ ହୋଟେଲ୍ ପରିଚାଳକ ମହମ୍ମଦ ଶରିଫୁଦ୍ଦିନ କମର୍ସିଆଲ୍ ଷ୍ଟ୍ରିଟ୍ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୋଲିସ ହୋଟେଲ୍ ରୁମ୍ ବୁକ୍ ସମୟରେ ଅଭିଯୁକ୍ତ ଜଣଙ୍କ ଦେଇଥିବା ଠିକଣା ଏବଂ ଆଧାର କାର୍ଡ ସାହାର୍ଯ୍ୟରେ ଯୁବକଙ୍କୁ ଗିରଫ କରିଥିଲା।