fbpx

ରାଜଧାନୀରେ ପହିଲାରୁ ଚାଲିବନି ଡିଜେଲ ଗାଡି: ଜାଣନ୍ତୁ କେବେ ଯାଏ ରହିବ କଟକଣା

ନୂଆଦିଲ୍ଲୀ: ଦେଶରେ ହୁ ହୁ ହୋଇ ବଢୁଛି ପ୍ରଦୂଷଣ । ବିଭିନ୍ନ କଳକାରଖାନା, ଗାଡି ମୋଟର ଧୂଆଁରେ ଦୂଷିତ ହେବାରେ ଲାଗିଛି ବାୟୁମଣ୍ଡଳ । ଫଳରେ ନାନା ପ୍ରକାରର ରୋଗକୁ ଏବେ ଦେଶ ସାମନା କରୁଛି । ତେବେ ପ୍ରଦୂଷଣ ଭିତରେ ଭାରତର ରାଜଧାନୀ ଦିଲ୍ଲୀ ସବୁଠାରୁ ଅଧିକ ପ୍ରଦୂଷିତ ରାଜ୍ୟ ଭାବେ ଗଣାଯାଉଛି । ତେଣୁ ଏହି ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ସରକାର ନେଇଛଡ଼୍ତି ଏଖ କଡା ପଦକ୍ଷେପ ।

ରାଜ୍ୟରେ ପ୍ରଦୂଷଣକୁ ରୋକିବା ପାଇଁ ଡିଜେଲ ଚାଳିତ ଗାଡି ପ୍ରବେଶ ଉପରେ ରୋକ ଲଗାଇଛନ୍ତି ସରକାର । ଆସନ୍ତା ଅକ୍ଟୋବର ୧ ତାରିଖରୁ ଆସନ୍ତାବର୍ଷ ଫେବୃୟାରୀ ୨୮ ତାରିଖ ପର୍ଯ୍ୟନ୍ତ ମଧ୍ୟମ ତଥା ଭାରୀ ମାଲବାହୀ ଯାନ ଗୁଡିକୁ ରାଜ୍ୟ ଭିତରକୁ ପ୍ରନେଶ ପାଇଁ ରହିତାଦେଶ ଜାରି କରିଛନ୍ତି । ତେବେ ଏହି ଆଦେଶ କେବଳ ବାଣିଜ୍ୟ କ୍ଷେତ୍ରରେ ଲାଗୁ କରାଯିବ । କିନ୍ତୁ ଅତ୍ୟାବଶ୍ୟକ ସାମଗ୍ରୀ ଗୁଡିକର ଆମଦାନୀରେ ବ୍ୟବହୃତ ଗାଡିକୁ ଅନୁମତି ପ୍ରଦାନ କରାଯାଇଛି ।

ଏହି ନିଷ୍ପତ୍ତିକୁ ନେଇ କନଫେଡରେସନ ଅଫ ଅଲ ଇଣ୍ଡିଆ ଟ୍ରେଡର୍ସ ସମସ୍ତ କ୍ଷେତ୍ରର ପ୍ରମୁଖ ବେପାର ସଂଗଠନମାନଙ୍କୁ ଏକ ବୈଠକ ପାଇଁ ଆହ୍ୱାନ ଦେଇଛି । ଏହି ସମୟରେ ଦେଶରେ ପର୍ବପର୍ବାଣୀ ସହିତ ବିବାହର ଏକ ବଡ ସିଜନ, ଯେଉଁଥିରେ ବେପାର ଅନ୍ୟ ମାସମାନଙ୍କ ତୁଳନାରେ ଅଧିକ ହୋଇଥାଏ । ତେବେ ଏହି ୫ ମାସରେ ଏମିତି ଏକ ପ୍ରତିବନ୍ଧକ ଲାଗିଲେ ବେପାର ବାଣିଜ୍ୟ ଉପରେ ଖୁବ ପ୍ରଭାବ ପଡିବ ବୋଲି କ୍ୟାଟ ତରଫରୁ କୁହାଯାଇଛି ।

ଅନ୍ୟ ପକ୍ଷରେ ପର୍ଯ୍ୟବରଣର ରକ୍ଷା କରିବା ଏକାନ୍ତ ଆବଶ୍ୟକ ବୋଲି କହିଛନ୍ତି କ୍ୟାଟର ରାଷ୍ଟ୍ରୀୟ ମହାମନ୍ତ୍ରୀ ପ୍ରବୀଣ ଖଣ୍ଡେଲୱାଲ ଏବଂ ପ୍ରଦେଶ ଅଧ୍ୟକ୍ଷ ବିପିନ ଆହୁଜା । କିନ୍ତୁ ଏହା ସହିତ ସରକାରଙ୍କ କୌଣସି ନିଷ୍ପତ୍ତିରେ ବ୍ୟବସାୟ ଏବଂ ବ୍ୟବସାୟୀଙ୍କ ଉପରେ ପଡୁଥିବା ପ୍ରଭାବ ଉପରେ ମଧ୍ୟ ନଜର ଦେବା ଉଚିତ ବୋଲି ସେମାନେ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.