fbpx

ଜଜ୍ ଏବଂ ମାଜିଷ୍ଟ୍ରେଟ୍‌ ମଧ୍ୟରେ ପାର୍ଥକ୍ୟ କଣ ? କେଉଁ ମାମଲା ପାଇଁ କାହା ପାଖକୁ ଯିବା ଉଚିତ୍ ଜାଣନ୍ତୁ

ଭୁବନେଶ୍ୱର: ଯେତେବେଳେ ନ୍ୟାୟ ମିଳିବାର ସମସ୍ତ ରାସ୍ତା ବନ୍ଦ ହୋଇଯାଏ ସେତେବେଳେ ଗୋଟିଏ ମାତ୍ର ସାହା ଭରସା ନ୍ୟାୟର ମନ୍ଦିର କୁହାଯାଉଥିବା କୋର୍ଟ ଉପରେ ରହିଥାଏ। ସେଥିପାଇଁ ତ ଲୋକେ ଟିକେ ଟିକେ କଥାରେ କୁହନ୍ତି ତୋତେ ମୁଁ କୋର୍ଟରେ ଦେଖି ନେବି। କୋର୍ଟରେ ରାୟ ଶୁଣାଉ ଥିବା ବ୍ୟକ୍ତିଙ୍କୁ କଣ କୁହାଯାଏ ତାହା ମଧ୍ୟ ଆପଣ ଜାଣିଥିବେ। ଆପଣ ଜଜଙ୍କ ନାମକ ଏହି ଶବ୍ଦକୁ ବହୁ ମାତ୍ରାରେ ବ୍ୟବହାର ହେଉଥିବାର ଶୁଣିଥିବେ । କିନ୍ତୁ ଆପଣ ଜାଣନ୍ତି କି ଜଜ ଆଉ ମାଜିଷ୍ଟେଟଙ୍କ ଭିତରେ କଣ ପାର୍ଥକ୍ୟ ରହିଛି । କାହାର କ୍ଷମତା ଅଧିକ ରହିଛି ? ତେବେ ଆସନ୍ତୁ ବିସ୍ତୃତ ଭାବରେ ଜାଣିବା:

ମୁଖ୍ୟତଃ ମାଜିଷ୍ଟେଟ ହୁଅନ୍ତୁ କି ଜଜ ଦୁହିଁଙ୍କ  କାର୍ଯ୍ୟ ହେଉଛି ନ୍ୟାୟ ପ୍ରଦାନ କରିବା । କାହାର ନ୍ୟାୟ ପରିସର ନିଦ୍ଦିଷ୍ଟ ସୀମା ଭିତରେ ଆସୁଥିବା ବେଳେ ଆଉ କାହାରି ସେଭଳି କିଛି ସୀମା ନାହିଁ । ସାଧାରଣତଃ ମାମଲା ମାମଲା ଦୁଇ ଭାଗରେ ବିଭକ୍ତ।  ଗୋଟିଏ ହେଉଛି ସିଭିଲ କେସ(ଦେଓ୍ଵାନୀ ମାମଲା), ଅନ୍ୟଟି ହେଉଛି କ୍ରିମିନାଲ କେସ(ଫୌଜିଦାରୀ ମାମଲା) ।

ଦେଓ୍ଵାନୀ ସଂପର୍କିତ ମାମଲାର ସମସ୍ତ ସୂଚନା ବା ତଥ୍ୟ ୧୯୦୮ର ସେକସନ ୯ରେ  ମିଳିଥାଏ। ସମସ୍ତ ଅଧିକାର ଏବଂ କ୍ଷତିପୂରଣ ତଥା ଜମିବାଡି ସଂପର୍କିତ ମାମଲାକୁ ଦେଓ୍ଵାନୀ ମାମଲା କୁହାଯାଏ ଆଉ ଫୌଜଦାରୀ ମାମଲା ତାହାକୁ  କୁହାଯାଏ ଯେଉଁଠି ଅପରାଧରେ ନ୍ୟାୟ ଏବଂ ଦଣ୍ଡ ଦାବି କରାଯାଏ। ସେ କୌଣସି ଅପରାଧିକ ମାମଲା ହେଉ।

ଏମିତି କିଛି ମାମଲା ରହିଛି ଯାହା ଉଭୟ ଦେଓ୍ଵାନୀ ଏବଂ ଫୌଜଦାରୀ ମାମଲାରେ ଆସିଥାଏ। ଉଦାହରଣ ସ୍ଵରୂପ କେହି ଆପଣଙ୍କ ଘର ଉପରେ କବଜା କରିନିଏ। ତେବେ ଆପଣ ଦେଓ୍ଵାନୀ ଅଦାଲତର ଦ୍ଵାରସ୍ଥ ହୋଇ ଘର ଖାଲି କରାଇବା ସହ ଯେତେ ଦିନ ଉକ୍ତ ବ୍ୟକ୍ତି କବଜା କଲେ ତାର କ୍ଷତିପୂରଣ ଦେବାକୁ ଆଦେଶ ଦେବାକୁ ଦାବି କରି ପାରିବେ। ଏହା ଗଲା ଦେଓ୍ଵାନୀ ମାମଲା। ଯଦି ଆପଣ ଏହାକୁ  ଫୌଜଦାରୀ ଅଦାଲତକୁ ନେଇଯିବେ, ସେଠାରେ ଆପଣ କବଜା କରିଥିବା ବ୍ୟକ୍ତିଙ୍କୁ ଜେଲ୍ ଦଣ୍ଡ ଦିଆଯାଉ ବୋଲି ଦାବି କରି ପାରିବେ।

ସିଭିଲ ତଥା ଦେଓ୍ଵାନୀ ସଂପର୍କିତ ମାମଲାର ଯିଏ ଶୁଣାଣି କରନ୍ତି ତାଙ୍କୁ ଜଜ୍ କୁହାଯାଏ। ଯିଏ କ୍ରିମିନାଲ ବା ଅପରାଧିକ ମାମଲାର ଶୁଣାଣି କରନ୍ତି ତାଙ୍କୁ ମାଜିଷ୍ଟେଟ କୁହାଯାଏ । ଜଜ୍ ଏବଂ ମାଜିଷ୍ଟ୍ରେଟ ନିମ୍ନ ଅଦାଲତରେ ବସିଥାନ୍ତି। ଏହାକୁ ସବୁଠୁ ନିମ୍ନ ନ୍ୟାୟାଳୟ କୁହାଯାଏ। ଯେତେବେଳେ ମାମଲା ଜିଲ୍ଲାସ୍ତରୀୟ ବା ଉପରକୁ କୋର୍ଟକୁ ଯାଏ ତାହାକୁ ଜିଲ୍ଲା ନ୍ୟାୟାଳୟ କୁହାଯାଏ। ଯେଉଁଠି ଦେଓ୍ଵାନୀ  ବା ସିଭିଲ ସଂପର୍କିତ ମାମଲା ଶୁଣାଣି କରାଯାଏ ତାକୁ ଡିଷ୍ଟ୍ରିକ୍ଟ କୋର୍ଟ କୁହାଯାଏ। ଯେଉଁଠି ଫୌଜଦାରୀ ବା ଅପରାଧିକ ମାମଲାର ଯେଉଁଠି ଶୁଣାଣି ହୁଏ ତାକୁ ସେସନ କୋର୍ଟ କୁହାଯାଏ। ଯିଏ ଡିଷ୍ଟ୍ରିକ୍ଟ କୋର୍ଟରେ ବସି ସିଭିଲ ମାମଲାର ଶୁଣାଣି କରନ୍ତି ତାଙ୍କୁ ଜିଲ୍ଲା ନ୍ୟାୟାଧୀଶ ବା ଜିଲ୍ଲା ଜଜ୍ କୁହାଯାଏ। ସେସନ କୋର୍ଟରେ ଯିଏ ଅପରାଧିକ ମାମଲାର ଶୁଣାଣି କରନ୍ତି ତାଙ୍କୁ ସେସନ ଜଜ କୁହାଯାଏ। ଜିଲ୍ଲା ଜଜ୍ ଏବଂ ସେସନ ଜଜ୍ ଯାହା ରାୟ ଦିଅନ୍ତି ତାକୁ ନ୍ୟାୟ ବୋଲି କୁହାଯାଏ।

ଯେତେବେଳେ ଆପଣ ହାଇକୋର୍ଟ ଏବଂ ସୁପ୍ରିମକୋର୍ଟର ଦ୍ଵାରସ୍ଥ ହୁଅନ୍ତି ସେଠାରେ ମାମଲାର ଶୁଣାଣି କରୁଥିବା ବ୍ୟକ୍ତିଙ୍କୁ ଜଷ୍ଟିସ ବା ନ୍ୟାୟାଧୀଶ କୁହାଯାଏ। ଏଥିରୁ ଆପଣ ସ୍ପଷ୍ଟ ଭାବେ ଜାଣି ପାରୁଥିବେ ଯେ, ଜଜ୍ ଏବଂ ମାଜିଷ୍ଟ୍ରେଟଙ୍କ ମଧ୍ୟରୁ କାହାର ଦାୟିତ୍ଵ କିପରି ରହୁଛି।ମାଜିଷ୍ଟ୍ରେଟ୍‌ଙ୍କୁ ହାଇକୋର୍ଟ ନିଯୁକ୍ତି ଦେଉଥିବା ବେଳେ ଜଜମାନଙ୍କୁ ରାଷ୍ଟ୍ରପତି ନିଯୁକ୍ତ କରିଥାନ୍ତି। ଏଥରୁ ସ୍ପଷ୍ଟ ଭାବେ ଜାଣି ପାରୁଥିବେ ଯେ ଜଣେ ମାଜିଷ୍ଟ୍ରେଟଙ୍କ କ୍ଷମତା ସୀମିତ ଥିବା ବେଳେ ସେମାନେ ମୃତ୍ୟୁଦଣ୍ଡ କିମ୍ବା କାରଗାର ଭଳି ଦଣ୍ଡ ଶୁଣାଇବାରେ ଅସମର୍ଥ ଅଟନ୍ତି । ଜଜମାନଙ୍କର  ନ୍ୟାୟ ଶୁଣାଣି ପାଇଁ  ସେମାନଙ୍କୁ କୌଣସି ପ୍ରତିବନ୍ଧକ ନଥାଏ । ଜଜ ମାନେ ମୁଖ୍ୟତଃ ବଡବଡ ମାମଲାରେ ଶୁଣାଣି ପ୍ରଦାନ କରିଥାଆନ୍ତି । ଜଜ ମାନଙ୍କ କ୍ଷମତା ମାଜିଷ୍ଟେଟଙ୍କ ଠାରୁ ଅଧିକ ।

Get real time updates directly on you device, subscribe now.