ରାଗିଗଲେ ବରିଷ୍ଠ ଦଇତାପତି ରାମକୃଷ୍ଣ, ଦୀଘା ମନ୍ଦିରରୁ ‘ଜଗନ୍ନାଥ ଧାମ୍’ ହଟାଇବାକୁ ମମତାଙ୍କୁ ଚିଠି ଲେଖିବେ

ପୁରୀ: ପଶ୍ଚିମବଙ୍ଗ ଦୀଘାରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ବିବାଦ ନେଇ ପ୍ରେସ୍ ମିଟ୍ କରିଛନ୍ତି ଶ୍ରୀମନ୍ଦିର ବରିଷ୍ଠ ଦଇତାପତି ରାମକୃଷ୍ଣ ଦାସ ମହାପାତ୍ର ।

ମନ୍ଦିର ପ୍ରତିଷ୍ଠା ପାଇଁ ଡାକିଥିବାରୁ ଦୀଘା ଯାଇଥିବା କହିଲେ ରାମକୃଷ୍ଣ । ଭୁଲ ଜିନିଷ ହେଲେ, ମୁଁ ସେଠାରେ ରହିବି ନାହିଁ ।

ନିମ୍ବ କାଠରେ ତିଆରି ମୂର୍ତ୍ତି ଦୀଘା ମନ୍ଦିରରେ ପ୍ରତିଷ୍ଠା କରିଥିବା କହିଲେ ରାମକୃଷ୍ଣ । ତିଥି ଅନୁସାରେ ପୂଜାର୍ଚ୍ଚନା କରାଯିବ । ପୁରୀ ବାଦ୍ କୌଣସିଠାରେ ବ୍ରହ୍ମ ନାହିଁ । ଏତିସହ ଜଗନ୍ନାଥଙ୍କ ଗରିମା କ୍ଷ୍ୟୁର୍ଣ୍ଣ ହେବାକୁ ଦେବି ନାର୍ହିଁ ବୋଲି କହିଛନ୍ତି ବରିଷ୍ଠ ଦଇତାପତି ।

ଦୀଘାରେ ପୁରୀ ଧାନ ଲେଖା ହଟାଇବା ପାଇଁ ଚିଠି ଲେଖିବେ ରାମକୃଷ୍ଣ । ସରକାର ମଧ୍ୟ ନାମ ହଟାଇବାକୁ ଚିଠି ଲେଖନ୍ତୁ ବୋଲି ଦଇତାପତି ଦେଲେ ପ୍ରତିକ୍ରିୟା ।

ଦାରୁବ୍ରହ୍ମ କାଠରେ ଦୀଘା ଜଗନ୍ନାଥ ମନ୍ଦିର ମୂର୍ତ୍ତି ତିଆରି ହୋଇଥିବା ଏକ ବେଙ୍ଗଲି ଘରୋଇ ଚ୍ୟାନେଲକୁ ପ୍ରତିକ୍ରିୟା ଦେଇକହିଛନ୍ତି । କିନ୍ତୁ ଆଜିର ପ୍ରେମ ମିଟରେ ସେ ଏପରି କୌଣସି ମନ୍ତବ୍ୟ ଦେଇ ନ ଥିବା କହିଛନ୍ତି । ଯାହାକୁ ନେଇ ବିବାଦ ବଢ଼ୁଥିବା ଅନୁମାନ କରାଯାଉଛି ।