fbpx

ବିନା ଇଣ୍ଟରନେଟରେ ହେବ ଡିଜିଟାଲ ପେମେଣ୍ଟ; RBI ଜାରିକଲା ଗାଇଡଲାଇନ

ନୂଆଦିଲ୍ଲୀ: ବିନା ଇଣ୍ଟରନେଟରେ ହେବ ଡିଜିଟାଲ ପେମେଣ୍ଟ । ଏବେ ବିନା ଇଣ୍ଟରନେଟ କରିହେବ ପେମେଣ୍ଟ । ଆଉ ପେମେଣ୍ଟ ସମୟରେ ଇଣ୍ଟରନେଟ ପାଇଁ ହେଉଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ । ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଶୁକ୍ରବାର ଏନେଇ ଏକ ଘୋଷଣା କରିଛି । ଏହି ଘୋଷଣା ଅନୁଯାୟୀ ଖୁବଶୀଘ୍ର ଭାରତରେ ବିନା ଇଣ୍ଟରନେଟରେ ଅଫଲାଇନ ପେମେଣ୍ଟ ହୋଇପାରିବ । ଖୁବଶୀଘ୍ର ଏଥିପାଇଁ ଆବଶ୍ୟକୀୟ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି ।

ଏହି ଘୋଷଣା ଅନୁଯାୟୀ ପେମେଣ୍ଟ ସମୟରେ ଇଣ୍ଟରନେଟ ପାଇଁ ହେଉଥିବା ଅସୁବିଧା ଫଳରେ ଅନଲାଇନରେ ହେଉଥିବା ୟୁପିଆଇ, ଆଇଏମପିଲଏସ, ଆରଟିଜିଏସ ହେଉଥିବା ଅସୁବିଧାକୁ ଏଡ଼ାଇ ହେବ । ତେବେ ଅଫଲାଇନ ହେବା ଫଳରେ ଠିକ ଭାବରେ ପେମେଣ୍ଟ ହୋଇପାରିବ ।

ଡେଭେଲପମେଣ୍ଟ ଆଣ୍ଡ ରେଗୁଲେଟୋରୀ ପଲିସି ଅଗଷ୍ଟ ୬, ୨୦୨୦ ଅନୁଯାୟୀ ଏଥିପାଇଁ ପାଇଲଟ ପ୍ରୋଜେକ୍ଟ ଆରମ୍ଭ ହୋଇଥିଲା । ତିନିଟି ପାଇଲଟ ପ୍ରୋଜେକ୍ଟ କରାଯାଇଥିଲା । ସେପ୍ଟେମ୍ବର ୨୦୨୦ରୁ ଜୁନ ୨୦୨୧ ମଧ୍ୟରେ ଏହି ପାଇଲଟ ପ୍ରୋଜେକ୍ଟ କରାଯାଇଥିଲା । ଏହି ପାଇଲଟ ପ୍ରୋଜେକ୍ଟରେ ଛୋଟ ରୁ ଆରମ୍ଭ କରି ୨.୪୧ ଲକ୍ଷରୁ ୧.୧୬ କୋଟିର କାରବାର କରାଯାଇଥିଲା । ଭାରତରେ ଏହି ଗବେଷଣାରୁ ଜଣାପଡ଼ିଥିଲା ଯେ ଏହି ସେବାକୁ ବ୍ୟବହାର କରିବା ଦ୍ୱାରା ଅଫଲାଇନ ପେମେଣ୍ଟ ବେସ ସହାୟକ ହେବ ଖାସ କରି ଅପହଞ୍ଚ ଇଲାକାରେ ଏହା ଅଧିକ ସହାୟକ ହୋଇପାରିବ ।

ଏହି ପାଇଲଟ ସ୍କିମରେ ଛୋଟ କାରବାରକୁ ଅଫଲାଇନ ମୋଡରେ କାର୍ଡ ଏବଂ ମୋବାଇଲ ୱାଲେଟ ଦ୍ୱାରା କରାଯାଇଥିଲା । ପାଇଲଟ ସ୍କିମ ଅନୁଯାୟୀ ଅଫଲାଇନ ମୋଡରେ ପେମେଣ୍ଟ କରିବାର ସର୍ବାଧିକ ସୀମା ହେଉଛି ୨୦୦ ଟଙ୍କା ଏବଂ କୌଣସି ସ୍ଥାନରେ ଏହା ସୀମା ୨୦୦୦ଟଙ୍କା ହେଉଛି । ଏହା ସହ ଏହି କାରବାର ବିନା ପ୍ରମାଣିକିକରଣ ମଧ୍ୟ ହୋଇପାରିବ ।

ଇଣ୍ଟରନେଟ୍ ସଂଯୋଗର ଅନୁପସ୍ଥିତି, କିମ୍ବା ଅପହଞ୍ଚ ଇଲାକା ବିଶେଷ କରି ଦୁର୍ଗମ ଅଞ୍ଚଳରେ ଡିଜିଟାଲ ଦେୟ ଗ୍ରହଣକରିବାରେ ପ୍ରତିବନ୍ଧକକୁ ଏଡ଼ାଇବା ସହ ଡିଜିଟାଲ ଦେୟ ଗ୍ରହଣକୁ ସକ୍ଷମ କରିବାକୁ ଏହାର ଲକ୍ଷ୍ୟ । ଅଫଲାଇନ ପେମେଣ୍ଟ ପାଇଁ କାର୍ଡ, ମୋବାଇଲ ୱାଲେଟ ଏବଂ ମୋବାଇଲ ବ୍ୟବହାର କରିବା ଦ୍ୱାରା ଏହା ଡିଜିଟାଲ ପେମେଣ୍ଟକୁ ଉତ୍ସାହିତ କରିବ । ଏହି ପାଇଲଟ ସ୍କିମ ମାର୍ଚ୍ଚ ୨୦୨୧ ପର୍ଯ୍ୟନ୍ତ ହେବାକୁ ଥିବାବେଳେ । ରିଜର୍ଭ ବ୍ୟାଙ୍କ ଏବେ ଏହାକୁ ଆଗକୁ ବଢ଼ାଇବାକୁ ଯୋଜନା କରୁଛି ।

Get real time updates directly on you device, subscribe now.