fbpx

ଡିଜିଟାଲ ଯୁଗରେ ଡିଜିଟାଲ ବିବାହ : ବର୍ଷା ଯୋଗୁଁ ଅଟକିଲା ବରଯାତ୍ରୀ, ଅନଲାଇନରେ ବିବାହ କରିଲେ ବର ଓ କନ୍ୟା

Advertisement

ସିମଲା : ହିମାଞ୍ଚଳ ପ୍ରଦେଶ ଶିମଲାର କୋତଗଢ଼ରେ ରହୁଥିବା ଆଶିଷଙ୍କୁ କୁଲ୍ଲୁର ଶିବାନୀ ସହ ବିବାହ କରିବା ପାଇଁ ବରଯାତ୍ରୀ ନେଇ ଯିବାର ଥିଲା । କିନ୍ତୁ ଲଗାତାର ବର୍ଷା, ବର୍ଷା ଜନିତ ବନ୍ୟା ଓ ଭୂସ୍ଖଳନ ଯୋଗୁଁ ଏହା କରିବା ଅସମ୍ଭବ ହୋଇଗଲା । ଏହି କାରଣରୁ ପରିବାର ଲୋକ ଭିଡିଓ କନଫ୍ରେନ୍ସ ଦ୍ୱାରା ଦୁହିଁଙ୍କର ବିବାହ କରାଇଥିଲେ । ଯାହା କି ଏବେ ଚର୍ଚ୍ଚାର ବିଷୟ ପାଲଟି ଯାଇଛି ।

ରିପୋର୍ଟ ଅନୁସାରେ, ସୋମବାରକୁ ହିମାଞ୍ଚଳ ପ୍ରଦେଶର ଆଶିଷ ବରଯାତ୍ରୀ ନେଇ କୁଲ୍ଲୁ ଶିବାନୀଙ୍କ ଘରକୁ ଆସିବାର ଥିଲା । କିନ୍ତୁ ଅଚାନକ ଗତ କିଛି ଦିନ ହେବ ଲଗାଣ ବର୍ଷା ଯୋଗୁଁ ସିମଲାର ରାସ୍ତାଘାଟ ଅବରୋଧ ହୋଇଯାଇଥିଲା । ପାଗ ଖରାପ ଯୋଗୁଁ ସରକାର ଜନସାଧାରଣଙ୍କୁ ଘରୁ ନବାହାରିବା ପାଇଁ ସର୍ତକ କରାଇଥିଲେ । ଏନେଇ ଯୋଜନା ମୁତାବକ ବିବାହ ହୋଇପାରିଲା ନାହିଁ । ଏହି ପରିସ୍ଥତିରେ ଉଭୟଙ୍କ ପରିବାର ମିଶି ଭିଡିଓ କଲ ଜରିଆରେ ଆଶିଷ ଓ ଶିବାନୀଙ୍କ ବିବାହ ହେବ ବୋଲି ନିଷ୍ପତ୍ତି ନେଇ, ଅନଲାଇନରେ ଉଭୟଙ୍କର ରୀତିନୀତିର ସହ ବିବାହ ସମ୍ପନ୍ନ କରାଇଥିଲେ ।

ଗତ ତିନି ଦିନ ଧରି ଲଗାଣ ବର୍ଷା ହେଉଥିବାରୁ ସେଠାରେ ୩୧ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ବନ୍ୟା ପାଣିରେ ପ୍ରାୟ ୪୦ଟି ଦୋକାନ ଏବଂ ୩୦ଟି ଘର ଭାସି ପଳାଇଛି । ସେଠାରେ ଯେତେବେଳେ ୪୦ଟି ପୋଲ କ୍ଷତିଗ୍ରସ୍ତ ହୋଇଗଲା, ସେତେବେଳେ ୧,୩୦୦ଟି ରାସ୍ତା ଅବରୋଧ କରିବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

Get real time updates directly on you device, subscribe now.