fbpx

ବିନା ପରୀକ୍ଷାରେ ସିଧା ଭର୍ତ୍ତି, ଆରମ୍ଭ ହେଲା NALCO ପାଇଁ ଆବେଦନ ପ୍ରକ୍ରିୟା

ଚାକିରୀ ପାଇଁ ଆସିଗଲା ନେସନାଲ ଆଲୁମିନିୟମ କମ୍ପାନୀ ତରଫରୁ ବଡ ନିଯୁକ୍ତି । ଆସିଷ୍ଟାଣ୍ଡ ଜେନେରାଲ ମ୍ୟାନେଜର ଏବଂ ଡେପୁଟି ମ୍ୟାନେଜର ପଦବୀରେ ଆବେଦନ କରିବା ପାଇଁ ଆସିଲା ନିଯୁକ୍ତି । ଏଥିପାଇଁ ଯୋଗ୍ୟ ଓ ଇଛୁକ ବ୍ୟକ୍ତିମାନେ ଆବେଦନ ପାଇଁ ନାଲକୋ ଅଧିକାରୀ ୱେବସାଇଟ  nalcoindia .com କୁ ଯାଇ ଆବେଦନ କରିପାରିବେ । ଏହି ପଦବୀ ପାଇଁ ଆବେଦନ ପ୍ରକ୍ରିୟା ୧୧ ନଭେମ୍ବରରେ ଆରମ୍ଭ ହୋଇସାରିଛି । ଏହାଛଡା ଅବେଦେନକାରୀ ସିଧା https://nalcoindia.com/ଏହି ଲିଙ୍କକୁ ଯାଇ କ୍ଲିକ କରି ଆବେଦନ କରିପାରିବେ । ଏହାସହ ଏହି ଲିଙ୍କରେ ଥିବା PDF ସାହାଯ୍ୟରେ ନୋଟିଫିକେସନ ମଧ୍ୟ ଚେକ କରିପାରିବେ । ଏହି ଭର୍ତ୍ତି ପ୍ରକ୍ରିୟାରେ ୩୯ଟି ପଦବୀ ରହିଛି ।

ଅନଲାଇନ ଅବେଦନ କରିବା ପ୍ରକ୍ରିୟା ୧୧ ନଭେମ୍ବରରୁ ଆରମ୍ଭ ହୋଇଛି । ତେବେ ଏହାର ଶେଷ ତାରିଖ ହେଉଛି ଡ଼ିସେମ୍ବର ୧୦ । ଅବେଦନକାରୀଙ୍କ ବୟସ ସୀମା ୩୫ବର୍ଷ ରହିଥିବା ବେଳେ ୪୫ବର୍ଷ ବୟସକୁ ସୀମିତ କରାଯାଇଛି । ସବୁଠାରୁ ଖୁସି ଖବର ହେଉଛି ଆବେଦନ ପାଇଁ କୌଣସି ବୈଧ ଦେବାକୁ ପଡିବ ନାହିଁ । ତେବେ ଡେପୁଟି ମ୍ୟାନେଜର ପାଇଁ ୭୦ହଜାରରୁ ୨ଲକ୍ଷ ପର୍ଯ୍ୟନ୍ତ ଦରମା ରହିଥିବା ବେଳେ ଆସିଷ୍ଟାଣ୍ଡ ଜେନେରାଲ ମ୍ୟାନେଜର ପାଇଁ ୧ଲକ୍ଷ ରୁ ୨ଲକ୍ଷ ଷାଠିଏ ହଜାର ଟଙ୍କା ଦରମା ଧାର୍ଯ୍ୟ କରାଯାଇଛି।

Get real time updates directly on you device, subscribe now.