fbpx

ଆଜି ସନ୍ଧ୍ୟାରେ ଭୁବନେଶ୍ୱରରୁ ସିଧା ଦୁବାଇ ଉଡିବ ଫ୍ଲାଇଟ୍ ; ଜାଣନ୍ତୁ କେତେ ରହିଛି ଟିକେଟ୍ ଫି

ଭୁବନେଶ୍ୱର : ଆଜି ଠାରୁ ଭୁବନେଶ୍ୱରରୁ ଦୁବାଇ ସିଧାସଳଖ ଉଡିବ ବିମାନ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭଉଦଘାଟନ କରିବେ । ଆଜି ପ୍ରଥମ ଦିନରେ ଦୁବାଇ ଯିବା ପାଇଁ ସମସ୍ତ ପ୍ରକାର ବୁକିଂ ହୋଇଥିବା ସୂଚନା ମିଳିଛି । ପ୍ରଥମ ଦିନରେ ୧୭୦ ଜଣ ଓଡିଆ ଯାତ୍ରୀ ଯାତ୍ରା କରିବେ । ଏଥିରେ କୀଡାବିଦ୍‌, ମିଶନଶକ୍ତି, ଛାତ୍ରୀ , କଳାକାର କ୍ଷେତ୍ରର କିଛି ଲୋକ ରହିଛନ୍ତି । ପର୍ଯ୍ୟଟନ ବିଭାଗ ପକ୍ଷରୁ ଦୁବାଇରେ କିଛି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଦୁବାଇରେ ଓଡିଆ ଦିବସ ପାଳନ କରାଯିବ । ସପ୍ତାହରେ ୩ ଦିନ ସୋମବାର, ବୁଧବାର ଓ ଶୁକ୍ରବାର ବିମାନ ଉଡାଣ ଭରିବ ।

ପ୍ରଥମେ ଦୁବାଇରୁ ବିମାନେ ଆସି ଭୁବନେଶ୍ୱରରେ ପହଞ୍ଚିବ ଏବଂ ପରେ ଭୁବନେଶ୍ୱରରୁ ଯାତ୍ରା ଆରମ୍ଭ କରିବ । ଦୁବାଇ ଯିବାଆସିବା ପାଇଁ ମୋଟ୍ ୨୦ ହଜାର ଟଙ୍କା ମୁଖ୍ୟମନ୍ତ୍ରୀ ଘୋଷଣା କରିଥିିବା ବେଳେ ଏବେ କିନ୍ତୁ ଦ୍ୱନ୍ଦ ଉପୁଜିଛି । ୱେବ୍ ସାଇଡରେ ଏହା ୨୬ ହଜାର ଦେଖାଉଛି । ଯାହାକୁ ନେଇ ଦ୍ୱନ୍ଦ ଦେଖା ଦେଇଛି । ଯିବା ୧୦ ହଜାର ଏବଂ ଆସିବା ୧୦ ହଜାର ଟିକେଟ୍ ଫି ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥତଲେ । ଏବେ ଇଣ୍ଡିଗୋ ୱେବ୍ ସାଇଡ୍ ଏବ୍ୟଂ ଅନ୍ୟ ୱେବ୍ ସାଇଡରେ ଏହା ୨୬ ହଜାରରୁ ଅଧିକ ଦେଖାଉଛି । ଏହାକୁ ନେଇ ଯାତ୍ରୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

Get real time updates directly on you device, subscribe now.