ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ଗ୍ରହ କିଛି ସମୟ ବ୍ୟବଧାନରେ ସେମାନଙ୍କ ଗତି ପରିବର୍ତ୍ତନ କରନ୍ତି । ଫଳରେ ଏହା ପ୍ରତ୍ୟେକ ବ୍ୟକ୍ତିର ଜୀବନ ଉପରେ ପ୍ରଭାବ ପକାଇଥାଏ । ପୂର୍ବରୁ ଅନେକ ଗହ୍ର ସେମାନଙ୍କ ରାଶି ଓ ଗତି ପରିବର୍ତ୍ତନ କରିଥିବା ବେଳେ ବର୍ତ୍ତମାନ ବୃହସ୍ପତି ମଧ୍ୟ ତାଙ୍କ ଗତି ପରିବର୍ତ୍ତନ କରି ସିଧା ଚଳନ କରିବାକୁ ଯାଉଛନ୍ତି । ସେ ୨୪ ନଭେମ୍ବରରେ ମୀନ ରାଶିରେ ପ୍ରବେଶ କରିବେ । ଫଳରେ ଏହା ମୋଟ ୧୨ ରାଶି ଉପରେ ପ୍ରଭାବ ପକାଇବ । କିନ୍ତୁ ଖାସ୍ କରି ଏହା ୫ ରାଶି ଉପରେ ଅଧିକ ପ୍ରଭାବ ପକାଇବ । ଯାହାଫଳରେ ଏହି ରାଶିର ବ୍ୟକ୍ତିମାନଙ୍କ ଜୀବନରେ ଲାଗି ରହିଥିବା ସମସ୍ୟା ଦୂର ହେବା ସହ ଜୀବନରେ ଅନେକ ସଫଳତା ମିଳିବ । ବର୍ତ୍ତମାନ ଚାଲନ୍ତୁ ଜାଣିବା ଏହି ୫ ଭାଗ୍ୟଶାଳୀ ରାଶି ବିଷୟରେ…
ବୃଷ: ବୃହସ୍ପତିଙ୍କ ସିଧା ଚଳନ ବୃଷ ରାଶିର ବ୍ୟକ୍ତିମାନଙ୍କ ପାଇଁ ଅନେକ ଶୁଭ ଫଳ ପ୍ରଦାନ କରିବ । ଫଳରେ ଏହି ରାଶିର ବ୍ୟକ୍ତିମାନେ ଜୀବନରେ ଅନେକ ସଫଳତା ହାସଲ କରିବା ସହ ଧନ ପ୍ରାପ୍ତିର ଯୋଗ ମଧ୍ୟ ଅଛି । ଏହି ସମୟ ମଧ୍ୟରେ ବେପାର ବାଣିଜ୍ୟ ଆରମ୍ଭ କରିବାକୁ ଚାହୁଁଥିଲେ ତାହା କରି ପାରିବେ । ଏଥି ସହିତ ଚାକିରି କ୍ଷେତ୍ରରେ ମଧ୍ୟ ଅନେକ ସଫଳତା ମିଳିବ ।
କର୍କଟ: ଏହି ରାଶିର ବ୍ୟକ୍ତିମାନଙ୍କ ପାଇଁ ବୃହସ୍ପତିଙ୍କ ସିଧା ଚଳନ ଅନେକ ଲାଭ ଦାୟକ ହେବ । କର୍କଟ ରାଶିର ବ୍ୟକ୍ତିମାନେ ଏହି ସମୟ ମଧ୍ୟରେ ନିଜ କ୍ୟାରିୟରେ ଅନେକ ନୂତନ ସୁଯୋଗ ପାଇବାର ସମ୍ଭାବନା ରହିଛି । ଏଥିସହିତ ବିବାହ, ବ୍ୟବସାୟ, କ୍ୟାରିୟରେ ଆସୁଥିବା ସମସ୍ୟା ଦୂର ହେବ ଏବଂ ଜୀବନରେ ଅନେକ ସଫଳତା ମିଳିବ ।
କନ୍ୟା: ଦେବଗୁରୁ ବୃହସ୍ପତିଙ୍କ ଚଳନାରେ ପରିବର୍ତ୍ତନ କନ୍ୟା ରାଶିର ବ୍ୟକ୍ତିମାନଙ୍କୁ ଧନ ପ୍ରାପ୍ତିର ସୁଯୋଗ ଦେବ । ଚାକିରି କରୁଥିବା ବ୍ୟକ୍ତିମାନଙ୍କ ପ୍ରମୋସନ ହେବା ସହିତ ଦରମା ବୃଦ୍ଧିର ମଧ୍ୟ ଯୋଗ ରହିଛି । ଏଥିସହିତ ପରିବାରରେ ସୁଖ ସମୃଦ୍ଧି ଲାଗି ରହିବା ସହ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିବ ।
ବିଚ୍ଛା: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୃହସ୍ପତିଙ୍କ ସିଧା ଚାଳନା ବିଚ୍ଛା ରାଶିର ବ୍ୟକ୍ତିମାନଙ୍କ ପାଇଁ ଅତ୍ୟନ୍ତ ଶୁଭ ଦାୟକ । ଏହି ସମୟ ମଧ୍ୟରେ ବିଚ୍ଛା ରାଶିର ବ୍ୟକ୍ତିମାନଙ୍କୁ ଧନ ପ୍ରାପ୍ତିର ଯୋଗ ରହିଛି । ଏଥିସହିତ ଏମାନେ ନିଜ କ୍ୟାରିୟରେ ଅନେକ ସଫଳତା ହାସଲ କରିବାର ସମ୍ଭାବନା ରହିଛି ।
କୁମ୍ଭ: ଏହି ରାଶିର ବ୍ୟକ୍ତିମାନଙ୍କ ପାଇଁ ବୃହସ୍ପତିଙ୍କ ସିଧା ଚଳନ ଅନେକ ସଫଳତା ଦେବ । ଏଥିସହିତ ଏହି ସମୟ ମଧ୍ୟ ଯାହା କାମ କରିବେ ସେଥିରେ ସଫଳତା ମିଳିବା ସହ ଭଗ୍ୟର ସାଥ ରହିବ । ନୂତନ ଚାକିରିର ସମ୍ଭାବନା ଅଛି । ବେପାର ବାଣିଜ୍ୟ କରୁଥିବା ବ୍ୟକ୍ତିମାନେ ଧନବାନ ହେବା ସହିତ ସେମାନଙ୍କ ଜୀବନରେ ବହୁତ ଉନ୍ନତି ହେବ ।