fbpx

ଦିଲ୍ଲୀରେ ହାରିଯିବା ପରେ ଆପ୍ ନେତାଙ୍କ ମଧ୍ୟରେ ନୈରାଶ୍ୟ, ସମସ୍ତ ବିଧାୟକଙ୍କୁ କେଜ୍ରିୱାଲଙ୍କ ଘରକୁ ଡାକରା

Advertisement

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ ଆମ୍ ଆଦ୍‌ମୀ ପାର୍ଟିକୁ ଜୋରଦାର ଝଟକା ଲାଗିଛି । ଆପ୍ ଓ ମେଣ୍ଟ ସହଯୋଗୀ କଂଗ୍ରେସକୁ ଦିଲ୍ଲୀର ସମସ୍ତ ୭ ସିଟ୍‌ରେ ପରାଜୟର ସାମ୍ନା କରିବାକୁ ପଡିଛି । ଲୋକସଭା ନିର୍ବାଚନରେ ନିରାଶ ହେବା ପରେ ଆପ୍‌ରେ ହଟଚମଟ ସୃଷ୍ଟି ହୋଇଛି । ଆଜି ଦିଲ୍ଲୀର ସମସ୍ତ ବିଧାୟକ ଓ ପ୍ରମୁଖ ନେତାଙ୍କୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଘରକୁ ଡକାଯାଇଛି ।

ଆଜି ସନ୍ଧ୍ୟା ୫ ଟାରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ମହତ୍ତ୍ୱପୂର୍ଣ୍ଣ ବୈଠକ ହେବାକୁ ଯାଉଛି । ନିର୍ବାଚନ ଫଳାଫଳ ଆସିବା ପରେ ଦଳ ଏହି ବୈଠକ ଡାକିଛି । ବୈଠକରେ ବିଧାୟକଙ୍କ ବ୍ୟତିତ ସମସ୍ତ ବଡ ନେତା ଉପସ୍ଥିତ ରହିବେ । ତେବେ ମିଳିଥିବା ସୂତ୍ରରୁ ଜଣାଯାଇଛି କେଜ୍ରିୱାଲଙ୍କ ଧର୍ମପତ୍ନୀ ସୁନୀତା କେଜ୍ରିୱାଲ ବୈଠକରେ ଅଧ୍ୟକ୍ଷତା କରିବେ । ଗୋଟିଏ ଦିନ ପୂର୍ବରୁ ସେ ଜେଲ୍ ଯାଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସାକ୍ଷାତ କରି ଫେରିଛନ୍ତି ।

 

Get real time updates directly on you device, subscribe now.