fbpx

ପ୍ରେମ ନୁହେଁ ! ଯୁଗବର୍ଗଙ୍କ ପାଇଁ ଆତ୍ମହତ୍ୟାର କାରଣ ପାଲଟିଛି ଏହି ରୋଗ…

ନୂଆଦିଲ୍ଲୀ : ଆଜିକାଲି ମାନସିକ ସ୍ୱାସ୍ଥ୍ୟ ଏକ ବଡ଼ ସମସ୍ୟା ହୋଇଯାଉଛି । ସବୁଠୁ ବଡ କଥା ହେଉଛି ମାନସିକ ରୋଗରେ ପୀଡିତ ବ୍ୟକ୍ତି ଜାଣନ୍ତି ନାହିଁ ଯେ ସେ ଚାପ କିମ୍ବା ଉଦାସୀନତାର ଶିକାର ହୋଇଛନ୍ତି ଏବଂ ଧୀରେ ଧୀରେ ଏହି ସମସ୍ୟା ତାଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଥାଏ। ଏହି ସୂଚନା ନିଜେ ମାନସିକ ରୋଗରେ ପୀଡିତ ଲୋକମାନଙ୍କ ଦ୍ୱାରା ସେୟାର କରାଯାଇଛି । ଜାତୀୟ ହେଲ୍ପଲାଇନକୁ କଲ୍ କରୁଥିବା ଏକ ତୃତୀୟାଂଶ ଲୋକ କହିଛନ୍ତି ଯେ ସେମାନେ ଚିନ୍ତା, ଉଦାସୀନତା ଏବଂ ଆତ୍ମହତ୍ୟା ଚିନ୍ତାଧାରା ସହ ସଂଘର୍ଷ କରୁଛନ୍ତି। ୨୦୨୦ ତୁଳନାରେ ୨୦୨୧ ରେ ଆତ୍ମହତ୍ୟା ହାର ୭.୨ ପ୍ରତିଶତ ବୃଦ୍ଧି ପାଇଛି ବୋଲି ଆକଳନରୁ କୁହାଯାଇଛି ।

ସେହିପରି ଏକ ଅଧ୍ୟୟନରୁ ଜଣାପଡିଛି ଯେ, ହତ୍ୟା ଓ କରୋନା ଭାଇରସ୍ ମୃତ୍ୟୁ ଅପେକ୍ଷା ଭାରତରେ ଆତ୍ମହତ୍ୟାରେ ଅଧିକ ଲୋକ ମୃତ୍ୟୁ ବରଣ କରିଛନ୍ତି ।

ଦେଶବ୍ୟାପୀ ମାଗଣା ମାନସିକ ସ୍ୱାସ୍ଥ୍ୟ ପରାମର୍ଶ ପ୍ରଦାନକାରୀ ସାଇରସ୍ ଏବଂ ପ୍ରିୟା ଭାଣ୍ଡ୍ରେୱାଲା ଫାଉଣ୍ଡେସନ୍ କହିଛନ୍ତି ଯେ, ଗତ ତିନିମାସ ମଧ୍ୟରେ (ନଭେମ୍ବର ୨୦୨୨ ରୁ ଜାନୁୟାରୀ ୨୦୨୩) ମାନସିକ ସ୍ୱାସ୍ଥ୍ୟ ସହ ସଂଘର୍ଷ କରୁଥିବା ବ୍ୟକ୍ତିଙ୍କ ସଂଖ୍ୟା ପ୍ରାୟ ୪୦ ପ୍ରତିଶତରେ ପହଞ୍ଚିଛି। ଏଥି ସହିତ ଗତ ୧୮ ମାସ ମଧ୍ୟରେ (ଅଗଷ୍ଟ ୨୦୨୧ ରୁ ଜାନୁୟାରୀ ୨୦୨୩) ଅନ୍ତତଃପକ୍ଷେ ଏକ ତୃତୀୟାଂଶ ଲୋକ ସେମାନଙ୍କ ନିକଟକୁ ଯାଇ ପରାମର୍ଶ ଲୋଡିଥିଲେ ଯେ ସେମାନେ ଚିନ୍ତା, ଉଦାସୀନତା ଏବଂ ଆତ୍ମହତ୍ୟା ଚିନ୍ତା ସହ ସଂର୍ଘଷ କରୁଛନ୍ତି । ଏହାର ମୁକାବିଲା ପାଇଁ ସେମାନଙ୍କ ସାହାଯ୍ୟ ଲୋଡିଥିଳେ ।

ଏ ସମ୍ପର୍କରେ ପ୍ରିୟା ଭାଣ୍ଡ୍ରେୱାଲା କହିଛନ୍ତି, ଆଶ୍ଚର‌୍ୟ୍ୟଜନକ ଯେ ୨୦୨୨ ମସିହାରେ ଭାରତରେ ହତ୍ୟା ଏବଂ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଅପେକ୍ଷା ଆତ୍ମହତ୍ୟା ଅଧିକ ଜୀବନ ନେଇଥିଲା। ଯଦିଓ ଦେଶର ପ୍ରତ୍ୟେକ ଡାକ୍ତରୀ ଛାତ୍ର ଆଜି ମାନସିକ ରୋଗ ବିଶେଷଜ୍ଞ ହୋଇପାରିଛନ୍ତି, ତଥାପି ମାନସିକ ସ୍ୱାସ୍ଥ୍ୟ ସଙ୍କଟ ଦୂର କରିବାକୁ ଆମ ପାଖରେ ପର‌୍ୟ୍ୟାପ୍ତ ଲୋକ ନାହାଁନ୍ତି।

ଅକ୍ଟୋବର ୨୦୨୨ ରେ ଏକ ଅଧ୍ୟୟନରେ କୁହାଯାଇଛି ଯେ, ୧୫୦ ନିୟୁତ ଭାରତୀୟ ମାନସିକ ସ୍ୱାସ୍ଥ୍ୟ ସେବା ଆବଶ୍ୟକ କରିପାରନ୍ତି। ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ (ଏନସିଆରବି) ତଥ୍ୟ ଅନୁଯାୟୀ ଯେ ୨୦୨୧ ମସିହାରେ ଦେଶରେ ୧,୬୪,୦୩୩ ଆତ୍ମହତ୍ୟା ପଞ୍ଜିକୃତ ହୋଇଥିଲା। ୨୦୨୦ ତୁଳନାରେ ଏହି ସଂଖ୍ୟା ୭.୨ ପ୍ରତିଶତ ଅଧିକ ଥିଲା ।

Get real time updates directly on you device, subscribe now.