fbpx

ସାଇବର ଅପରାଧକୁ ରୋକିବା ପାଇଁ ଓଡିଶାରେ ୫୧,୨୬୦ଟି ନକଲି ସିମ୍‍କାର୍ଡ ସଂଯୋଗ ବାତିଲ କଲା ଟେଲିକମ୍‍ ବିଭାଗ

ଭୁବନେଶ୍ୱର: ମୋବାଇଲ ସିମ୍‍ କଲ୍‍ ମାଧ୍ୟମରେ ବଢ଼ି ଚାଲିଥିବା ସାଇବର ଅପରାଧ ଓ ଅନ୍ୟ ଅର୍ଥନୈତିକ ଠକେଇ ରୋକିବା ପାଇଁ ଭାରତୀୟ ଟେଲିକମ୍‍ ବିଭାଗ ଏକ ବଡ଼ ପଦକ୍ଷେପ ନେଇଛି । କୃତ୍ରିମ ବୁଦ୍ଧିମତା ଜ୍ଞାନକୌଶଳ ବ୍ୟବହାର କରି ମୁଖଚିହ୍ନଟ ମାଧ୍ୟମରେ ପ୍ରକୃତ ଟେଲିଫୋନ୍‍ ସିମ୍‍ ବ୍ୟବହାରକାରୀଙ୍କୁ ଠାବ କରାଯାଇଛି ।

ଏହି ଯାଞ୍ଚ ସମୟରେ ବିଭିନ୍ନ ଟେଲିକମ୍‍ ଅପରେଟରଙ୍କ ଦ୍ୱାରା ରାଜ୍ୟରେ ବଣ୍ଟାଯାଇଥିବା ୫୨ ହଜାର ୮୮ଟି ମୋବାଇଲ ସିମ୍‍ ସନ୍ଦେହ ଘେରକୁ ଆସିଥିଲା । ପୂର୍ଣ୍ଣାଙ୍ଗ ଯାଞ୍ଚ ପରେ ଓଡ଼ିଶା ଟେଲିକମ୍‍ ରାଜ୍ୟରେ ୫୧ ହଜାର ୨୬୦ଟି ମୋବାଇଲ୍‍ ସିମ୍‍ ନକଲି ଥିବା ଜାଣିବାପରେ ଏସବୁର ସଂଯୋଗକୁ ବିଚ୍ଛିନ୍ନ କରାଯାଇଥିବା ଟେଲିକମ୍‍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ଟେଲିକମ୍ୟୁନିକେସନ ବିଭାଗ, ଓଡିଶାର ନିର୍ଦ୍ଦେଶ ଅନୁଯାୟୀ, ଏହି ସନ୍ଦିଗ୍ଧ ମୋବାଇଲ୍ ସଂଯୋଗ ସଂପୃକ୍ତ ଟେଲିକମ୍ ଅପରେଟରଙ୍କ ଦ୍ବାରା ପୁନଃଯାଞ୍ଚ କରାଯାଇଥିଲା ଏବଂ ଫଳସ୍ୱରୂପ ୫୧,୨୬୦ ସଂଯୋଗ ନକଲି ବୋଲି ଜଣାଯାଇଥିଲା ଯାହାକୁ ବାତିଲ କରାଯାଇଥିଲା।

ବିଶ୍ଳେଷଣ ଉପରେ ଆଧାର କରି, ମୋଟ ୨,୪୧୭ ନୋ ପଏଣ୍ଟ ଅଫ୍ ସେଲ୍ସ (ପିଓଏସ) / ସିମ୍ ବିକ୍ରେତା ଯେଉଁମାନେ ଏହି ଠକ କାର୍ଯ୍ୟକଳାପରେ ଜଡିତ ଥିଲେ ସେମାନଙ୍କୁ କଳା ତାଲିକାଭୁକ୍ତ କରାଯାଇଛି। ତଦନ୍ତ ତଥା ଅପରାଧୀଙ୍କ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ପୋଲିସରେ ଏହି ଅଭିଯୋଗ କରାଯାଇଛି। ଉପରୋକ୍ତ ପଦକ୍ଷେପଗୁଡ଼ିକ ଓଡିଶାରେ ସାଇବର କ୍ରାଇମ୍ ସମେତ ବିଭିନ୍ନ ବେଆଇନ କାର୍ଯ୍ୟକଳାପ ପାଇଁ ଏହିପରି ନକଲି / ଜାଲ୍ ମୋବାଇଲ୍ ସଂଯୋଗର ବ୍ୟବହାରକୁ ରୋକିବାରେ ସାହାଯ୍ୟ କରିବ।

 

Get real time updates directly on you device, subscribe now.