fbpx

IND vs SA; ରାହୁଲଙ୍କ ନିଷ୍ପତ୍ତିକୁ ନେଇ ଆଲୋଚନା: ୩ଟି ଦିନିକିଆରେ ୩ ଜଣ ଖେଳାଳିଙ୍କୁ ଡେବ୍ୟୁ ସୁଯୋଗ

ନୂଆଦିଲ୍ଲୀ: ଆଜି ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ତୃତୀୟ ଦିନିକିଆ ମ୍ୟାଚ ଖେଳାଯାଉଛି । ଟସ୍ ଜିତି ପ୍ରଥମେ ବୋଲିଂ ପାଇଁ ନିଷ୍ପତ୍ତି ନେଇଛନ୍ତି ଦକ୍ଷିଣ ଆଫ୍ରିକା ଅଧିନାୟକ ଏଡେନ୍ ମାର୍କରମ୍ । ସେପଟେ ଭାରତୀୟ ଦଳ ମଧ୍ୟ ବ୍ୟାଟିଂ ପାଇଁ ପ୍ରସ୍ତୁତ ହୋଇଛି । ତେବେ ତୃତୀୟ ତଥା ଫାଇନାଲ ମ୍ୟାଚ ପାଇଁ ଭାରତ ୨ଟି ପରିବର୍ତ୍ତନ ସହ ମଇଦାନକୁ ଓହ୍ଲାଇଛି । ତୃତୀୟ ମ୍ୟାଚରେ ମଧ୍ୟ ଜଣେ ନୂଆ ଖେଳାଳିଙ୍କୁ ଡେବ୍ୟୁ କରିବାର ସୁଯୋଗ ଦେଇଛନ୍ତି ଅଧିନାୟକ କେ.ଏଲ ରାହୁଲ ।

ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜର ୩ଟି ମ୍ୟାଚରେ ୩ ଜଣ ନୂଆ ଭାରତୀୟ ଖେଳାଳି ଡେବ୍ୟୁ କରିଛନ୍ତି । ପ୍ରଥମ ମ୍ୟାଚରେ ଭାରତର ଯୁବ କ୍ରିକେଟର ସାଇ ସୁଦର୍ଶନ ଡେବ୍ୟୁ କରିଥିଲେ । ଋତୁରାଜ ଗାଏକ୍ୱାଡଙ୍କ ସହ ଦଳ ପାଇଁ ଓପନିଙ୍ଗ ଭାର ସମ୍ଭାଳିଥିଲେ ସାଇ ସୁଦର୍ଶନ । ପ୍ରଥମ ମ୍ୟାଚରେ ଦମଦାର ବ୍ୟାଟିଂ ପ୍ରଦର୍ଶନ କରି ସମସ୍ତଙ୍କ ହୃଦୟରେ ସେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିବାରେ ସପଳ ହୋଇଛନ୍ତି । ୧୧୬ ରନର ପିଛା କରି ଭାରତର ଏହି ଷ୍ଟାର ଓପନର ୪୩ ବଲରୁ ୫୫ରନର ଦମଦାର ଇନିଂସ ଖେଳିବା ସହ ଭାରତକୁ ବିଜୟୀ କରାଇଥିଲେ ।

ସେହିପରି ଦ୍ୱିତୀୟ ମ୍ୟାଚରେ ମଧ୍ୟ ଜଣେ ନୂଆ ଖେଳାଳିଙ୍କୁ ଡେବ୍ୟୁ ପାଇଁ ସୁଯୋଗ ଦେଇଥିଲେ କେ.ଏଲ ରାହୁଲ । ଦ୍ୱିତୀୟ ମ୍ୟାଚରେ ଟି-୨୦ର ୟଙ୍ଗଷ୍ଟାର ରିଙ୍କୁ ସିଂହ ଦିନିକିଆରେ ଡେବ୍ୟୁ କରିଥିଲେ । ଟେଷ୍ଟ ସିରିଜ ପାଇଁ ଷ୍ଟାର ବ୍ୟାଟର ଶ୍ରେୟସ ଆୟର ଭାରତର ଟେଷ୍ଟ ଦଳ ସହ ଯୋଡ଼ି ହେବାରୁ ଦିନିକିଆରେ ରିଙ୍କୁ ସିଂହଙ୍କୁ ଡେବ୍ୟୁ ସୁଯୋଗ ମିଳିଥିଲା । ତେବେ ଭାରତ ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଘଡ଼ିସନ୍ଧି ମୁହୂର୍ତ୍ତରେ ଥିବା ବେଳେ ରିଙ୍କୁ ନିଜ ଦମଦାର ବ୍ୟାଟିଂରେ ଫେଲ ମାରିଛନ୍ତି । ୧୪ ବଲରୁ ୨ଟି ଚୌକା ଏବଂ ଗୋଟିଏ ଛକା ସହ ମାତ୍ର ୧୭ ରନ୍ ହିଁ କରି ପାରିଥିଲେ ରିଙ୍କୁ ସିଂହ ।

ତେବେ ଆଜି ତୃତୀୟ ଦିନିକିଆରେ ରାହୁଲ ରଜତ ପଟିଦାରଙ୍କୁ ଡେବ୍ୟୁ କରିବାର ସୁଯୋଗ ପ୍ରଦାନ କରିଛି । ଷ୍ଟାର ଓପନର ଋତୁରାଜ ଗାଏକ୍ୱାଡ ଆହତ ହୋଇ ଦଳରୁ ବାଦ୍ ପଡ଼ିବା ପରେ ରଜତଙ୍କୁ କ୍ୟାରିୟରର ପ୍ରଥମ ଦିନିକିଆ ଖେଳିବାକୁ ସୁଯୋଗ ଦେଇଛି ଟିମ୍ ମ୍ୟାନେଜମେଣ୍ଟ । ତେବେ ଆଜି ଏହି ମ୍ୟାଚରେ ସେ ଦମଦାର ବ୍ୟାଟିଂ କରିପାରିବେ ବୋଲି ଆଶା ରକିଛି ଭାରତୀୟ ଦଳ ।

Get real time updates directly on you device, subscribe now.