fbpx

କିପରି ହୋଇଥିଲା ଶୁଶାନ୍ତଙ୍କ ଏକ୍ସ ମ୍ୟାନେଜର ଦିଶା ସାଲିଆନଙ୍କ ମୃତ୍ୟୁ: ସିବିଆଇ ଯାଞ୍ଚରେ ଖୋଲିଲା ରାଜ୍

ନୂଆଦିଲ୍ଲୀ: ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିଆନଙ୍କ ମୃତ୍ୟୁରେ ସେଣ୍ଟ୍ରାଲ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ ବ୍ୟୁରୋ (ସିବିଆଇ) ଏହାର ଅନୁସନ୍ଧାନ ଜାରି ରଖିଥିଲେ । ତେବେ ଯାଞ୍ଚ ପରେ ଜଣାପଡ଼ିଛି ଯେ ତାଙ୍କ ମୃତ୍ୟୁ ଏକ ଦୁର୍ଘଟଣାରେ ହୋଇଥିଲା । ଅନୁସନ୍ଧାନ ପରେ ସିବିଆଇ ପ୍ରକାଶ କରିଛି ଯେ ମଦ୍ୟପାନ କରୁଥିବା ସମୟରେ ଭାରସାମ୍ୟ ହରାଇ ଦିଶା ସାଲିଆନ ଛାତରୁ ଖସିଯିବା ପରେ ତାଙ୍କର ମୃତ୍ୟୁ ହୋଇଥିଲା ।

ମିଳିଥିବା ସୂଚନା ଅନୁସାରେ ମୁମ୍ବାଇର ମାଲାଡ ସ୍ଥିତ ଫ୍ଲାଟର ଦ୍ୱାଦଶ ମହଲାରୁ ଖସିଯିବା ପରେ ଅଭିନେତ୍ରୀ, ମଡେଲ ତଥା ଟ୍ୟାଲେଣ୍ଟ ମ୍ୟାନେଜର ଦିଶା ସାଲିଆନ ୨୦୨୦ ମସିହା ଜୁନ ମାସରେ ମୃତ୍ୟୁ ବରଣ କରିଥିଲେ । ଦିଶାଙ୍କ ମୃତ୍ୟୁ ପରେ ଚର୍ଚ୍ଚା ଆରମ୍ଭ ହୋଇଥିଲା ଏବଂ ଦିଶାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ ହୋଇଥିଲା । ତେବେ ଦିଶା ଛାତରୁ ଡେଇଁ ଆତ୍ମହତ୍ୟା କରିଥିବା କହି ପୋଲିସ ଏହି ମାମଲାକୁ ବନ୍ଦ କରିଥିଲା ।

ଦିଶା ସାଲିଆନଙ୍କ ମୃତ୍ୟୁ ମାମଲାରେ ସିବିଆଇ ଏକ ପୃଥକ ମାମଲା ରୁଜ୍ଜୁ କରି ନଥିଲା । ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାର ତଦନ୍ତ ବେଳେ ସିବିଆଇ ମଧ୍ୟ ଦିଶାଙ୍କ ମୃତ୍ୟୁ ଘଟଣାର ଯାଞ୍ଚ କରିଥିଲା, କାରଣ ଉଭୟଙ୍କର କିଛି ଦିନ ଅନ୍ତରରେ ମୃତ୍ୟୁ ହୋଇଥିଲା ।

ସିବିଆଇ ଅନୁସନ୍ଧାନରୁ ଜଣାପଡିଛି ଯେ ମୃତ୍ୟୁ ଦିନ ଦିଶା ସାଲିଆନ ମଦ୍ୟପାନ କରି ଭାରସାମ୍ୟ ହରାଇ ଛାତରୁ ଖସିପଡିଥିଲେ । ତେବେ ବର୍ତ୍ତମାନ ସ୍ପଷ୍ଟ ହୋଇଛି ଯେ ଦିଶାଙ୍କ ମୃତ୍ୟୁ ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ସହିତ କୌଣସି ସମ୍ପର୍କ ନାହିଁ । ସୂଚନା ଅନୁଯାୟୀ ଦିଶା ୮ ବା ୯ ଜୁନ ରାତିରେ ଫ୍ଲାଟରୁ ଖସି ପଡିଥିବାବେଳେ ସୁଶାନ୍ତ ସିଂ ରାଜପୁତ ୧୪ ଜୁନରେ ନିଜ ବାନ୍ଦ୍ରା ଫ୍ଲାଟରେ ମୃତ୍ୟୁବରଣ କରିଥିଲେ ।

 

Get real time updates directly on you device, subscribe now.